ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭବାନୀପୁରର ମାଧବୀଲତା ସିଂଦେଓ (୪୭) ଓ ତାଙ୍କ ଜ୍ୱାଇଁ ଭଜ ଓରାମ(୩୯)ଙ୍କୁ ପୋଲିସ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, କିରେଇ ପଞ୍ଚାୟତରେ ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିବା ଭବାନୀପୁର ଗ୍ରାମର ରମେଶ ସିଂ(୩୨) ଗତ ୧୩ ତାରିଖରେ ନିଖୋଜ ଥିବା ନେଇ ପରିବାର ଲୋକେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଟାଉନଥାନା ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ହେଲେ ଗତ ୧୫ ତାରିଖ ରାତିରେ ସହର ଉପକଣ୍ଠ ପୁରୁଣା ଟୋଲଗେଟ୍‌ ନିକଟ ଏକ ଧାନବିଲରୁ ପୋଲିସ ଏକ କଟାହାତ ଜବତ କରିଥିଲା। ୧୬ ତାରିଖ ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଭବାନୀପୁର ଶୀତଳଭଣ୍ଡାର ନିକଟ ପୋଖରୀରୁ ଏକ କଟାମୁଣ୍ଡ, କଟାହାତ ଓ ଗଣ୍ଡି ଜବତ କରିଥିଲା। ା ନିଖୋଜ ଗାଁ ସାଥୀ ରମେଶଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଥିବା ଜଣାପଡିବା ପରେ ପୋଲିସ ଟାଉନ୍‌ ଥାନାରେ ଏକ ହତ୍ୟା ମାମଲା (ନଂ. ୨୦।୨୦୨୧) ରୁଜୁ କରିଥିଲା। ଟାଉନ୍‌ ଥାନା ଆଇଆଇସି ବିବିିତ୍ସ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ମାମଲାର ତନାଘନା ତଦନ୍ତ ଆରମ୍ଭ କରିଥିଲା।
ତେଜରାତି ଦୋକାନ ଦେଇଥିବା ମାଧବୀଲତା ଓ ତାଙ୍କ ଜ୍ୱାଇଁ ଭଜଙ୍କ ସମେତ ୫ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରିଥିଲା। ମାଧବୀଙ୍କ ସହିତ ମୃତ ଗାଁ ସାଥୀ ରମେଶ ଅନୈତିକ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରି ଆସୁଥିଲେ। ବିଭିନ୍ନ ସମୟରେ ରମେଶ ନିଶାଗ୍ରସ୍ତ ଅବସ୍ଥାରେ ଆସି ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ। ଗତ ୧୩ ତାରିଖ ରାତି ପ୍ରାୟ ୮ଟା ବେଳେ ରମେଶ ମଦ୍ୟପାନ କରି ମାଧବୀଙ୍କ ଘରେ ପହଞ୍ଚି ତାଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରିଥିଲେ। ମାଧବୀଲତା ଉତ୍‌କ୍ଷିପ୍ତ ହୋଇ ଏକ କଟୁରିରେ ଆକ୍ରମଣ କରି ବେକ, ୨ ହାତ, ୨ ଗୋଡ ଓ ଶରୀରକୁ ଖଣ୍ଡଖଣ୍ଡ କରି ହାଣି ହତ୍ୟା କରିଥିଲେ। ପରେ ରାତିରେ ଜ୍ୱାଇଁ ଭଜ ଓରାମଙ୍କ ସହ ମିଶି ରମେଶଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ସବୁ ଧାନ ବିଲ ଓ ପୋଖରୀରେ ନେଇ ଫୋପାଡି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି, ହତ୍ୟାର ଶିକାର ହୋଇଥିବା ରମେଶଙ୍କ ମୋବାଇଲ ଫୋନକୁ ଜବତ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri