
ବଣାଇଁ,୨୨।୧(ପ୍ରଦୀପ ତ୍ରିପାଠୀ): ୭ ଦିନ ତଳେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡା ଗ୍ରାମର ଚାରିବର୍ଷ ଶିଶୁକୁ ଅପହରଣ ଓ ହତ୍ୟା ମାମଲାରେ ନୂଆ ମେଡ ଆସିଛି। ଗାଁ ଲୋକଙ୍କ ମାଡରେ ଆହତ ଅଭିଯୁକ୍ତ ଦମ୍ପତ୍ତି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ସ୍ତ୍ରୀ ଲୁଚି ଚମ୍ପଟ ମାରିଥିଲେ। ଆଜି ଭୋରର ବଣାଇଁ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମରୁ ଲୁଚିଥିବା ଅବସ୍ଥାରେ ତାଙ୍କୁ ପୋଲିସ ଗିରଫ କରିଛି। ପୋଲିସ ନାମ ପ୍ରକାଶ କରିବାକୁ ମନା କରିଛି, ତଦନ୍ତ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ହୃଷୀକେଶ ପ୍ରଧାନ ସୂଚନା ଦେଇଛନ୍ତି।