ପୌର ନିର୍ବାଚନରେ ୬୫% ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୫୯ ଏନ୍‌ଏସି, ୪୭ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ଗୁରୁବାର ସନ୍ଧ୍ୟା ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି।

ଭୁବନେଶ୍ବର ମହାନଗର ନିଗମରେ ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଛି। ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପକ୍ଷେ ନବରଙ୍ଗପୁର ଜିଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସେଠାରେ ମତଦାନ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ବଳାତ୍କାର

ରେଢ଼ାଖୋଲ,୩୧ା୭(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଚାରମାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଚାରମାଳ ପୋଲିସ ଏକ ମାମଲା...

ଏହି ସବୁ ଜିଲାରେ ଖୋଲିବ ନର୍ସିଂ କଲେଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ୬୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ। ୧୦ଟି ଜିଲାରେ ଏହି କଲେଜ ଖୋଲିବାକୁ ସରକାର ଯୋଜନା କରିଛନ୍ତି। ପ୍ରତି କଲେଜରେ ୬୦ଟି...

୫-ଟି ସଚିବଙ୍କ ଶିଖରଚଣ୍ଡୀ, ଟାଉନ ପ୍ଲାନିଂ ସ୍କିମ୍‌ ସମୀକ୍ଷା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ସୋମବାର ଭୁବନେଶ୍ୱର ଉପକଣ୍ଠ ପଥରଗାଡ଼ିଆ ନିକଟସ୍ଥ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହ...

ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରସଙ୍ଗ ନେଇ ସୁପ୍ରିମ୍‌କୋର୍ଟରେ ୨ଟି ମାମଲା ରୁଜୁ ହୋଇଥିଲା। ଏହାକୁ ମଙ୍ଗଳବାର ସୁପ୍ରିମକୋର୍ଟ...

ନାବାଳିକାଙ୍କୁ କାମ ଦେବାକୁ କହି ୬୦ ହଜାରରେ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କରୁଣ କାହାଣୀ ଶୁକ୍ରବାର ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି ନାବାଳିକାଙ୍କୁ କାମ...

ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ...

ଏଣିକି ରାସ୍ତାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବନି ପୋଲିସ: ଘରକୁ ପଠାଯିବ ଚାଲାଣ, ନ ଦେଲେ ଆର୍‌ଟିଓ ଖାତାରେ ଗଡ଼ିବ ସୁଧମୂଳ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରବିବାରଠାରୁ ସଂଶୋଧିତ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏଥର ପୋଲିସ ଆଉ ରାସ୍ତା ମଝିରେ ନିୟମ ଉଲ୍ଲଂଘନକାରୀଙ୍କ ସହ ତର୍କ କରିବ...

ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା...

Advertisement
Archives

Model This Week