ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ ଭାଜପା ୨୫୦ଟି ଆସନ ଅତିକ୍ରମ କରିଛି, ଅର୍ଥାତ ଭାଜପା କୁହୁକ ନମ୍ବର ୨୦୨ରୁ ଅଧିକ ସଂଖ୍ୟାକୁ ଅତିକ୍ରମ କରିଛି। ଭାଜପାର ଏହି ସଫଳତାରେ କର୍ମୀ ସେଲିବ୍ରେଶନ ଆରମ୍ଭ କରିଦେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ପ୍ରସିଦ୍ଧ କବି ମୁନ୍ନଓ୍ବର ରାଣାଙ୍କୁ ନେଇ ଏବେ ଚର୍ଚ୍ଚା ବଢିଛି। ଫଳାଫଳ ଆସିବା ପୂର୍ବରୁ ତାଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସେ ଗତ ୩ ଦିନ ହେବ ଘରେ ରହି ଚିକିତ୍ସିତ ହେଉଛନ୍ତି। ନିର୍ବାଚନ ଫଳଫଳ ସ୍ପଷ୍ଟ ହେବା କ୍ଷଣି ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।
ସୂଚନାଯୋଗ୍ୟ, ମୁନୱର ରାଣା ଏକ ସାକ୍ଷାତକାର ସମୟରେ କହିଥିଲେ, ଭାଜପା ପୁଣି ଥରେ ରାଜ୍ୟରେ ଆସେ, ତେବେ ମୁଁ ଉତ୍ତରପ୍ରଦେଶରେ ଛାଡିଦେବି। ଏବେ ଯୋଗୀ ପୁଣିଥରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…

ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା...

ଇସ୍ତଫା ଦେଇ ପାରନ୍ତି ୟେଦୁରପ୍ପା

ନୂଆଦିଲ୍ଲୀ,୧୭ ।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ...

ଦେଶଦ୍ରୋହ ମାମଲା ପାଇଁ ମୋଦିଙ୍କୁ ଆଇଏମ୍‌ଏର ଚିଠି

ନୂଆଦିଲ୍ଲୀ, ୨୭।୫: କୋଭିଡ୍‌ ଟିକାକରଣ ବିରୋଧରେ ବାବା ରାମଦେବ ଚଳାଇଥିବା ଅପପ୍ରଚାର ରୋକିବା ଲାଗି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର...

ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ...

ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍‌ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ଟିକା ନେଇ ବିଭିନ୍ନ...

୧୫ ଦିନର ଶିଶୁକୁ ବିକି ଫ୍ରିଜ୍‌, ଟିଭି, ୱାଶିଂମେଶିନ କିଣିଲେ ମା’

ଭୋପାଳ,୮।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ମା’ ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛନ୍ତି। ବିକ୍ରି ଟଙ୍କାରେ...

ଟୁଇଟରରେ ମୋଦି ଏକ ନମ୍ବର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ...

ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ

ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍‌ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍‌ କଲଚାରଲ୍‌ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ...

Advertisement
Archives

Model This Week