Posted inଖେଳ

ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’

ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍‌ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍‌ଜୀ ଟିମ୍‌ ପାଇଁ ନେଟ୍‌ରେ ଅଧିକାଂଶ ସମୟ ବୋଲିଂ କରିଥାନ୍ତି। ମୁମ୍ବାଇ କ୍ଲବ କ୍ରିକେଟ୍‌ରେ ସେ ‘ଜୁନିୟର ଷ୍ଟେଇନ୍‌’ ଭାବେ ବେଶ୍‌ ଜଣାଶୁଣା। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ଙ୍କ ସହିତ ତାଙ୍କ ବୋଲିଂ ଶୈଳୀ ମିଶି ଯାଉଥିବାରୁ ତାଙ୍କୁ ସମସ୍ତେ ଜୁନିୟର ଷ୍ଟେନ ବୋଲି ସମ୍ବୋଧନ କରିଥାନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଗୋକୁଳଧାମସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ କୁହାଯାଇଛି। କରନ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ ବୋଲି କୁହାଯାଉଛି। ଏପରିକି ତାଙ୍କର କିଛି ସାଙ୍ଗ ମଧ୍ୟ କହିଛନ୍ତି ଯେ, ଆଇପିଏଲ୍‌ର ୮ଟି ଯାକ ଟିମ୍‌ରୁ ସେ କୌଣସି ଗୋଟିଏରେ ଖେଳିବାର ସୁଯୋଗ ପାଇ ନ ଥିଲେ। ଏହି କାରଣରୁ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍‌ ମିସ୍‌ କରୁଛି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର...

ଜୁନିୟର ମହିଳା କ୍ୟାମ୍ପ୍‌ରେ ଓଡ଼ିଶାରୁ ୩ ଖେଳାଳି

ନୂଆଦିଲ୍ଲୀ, ୪।୧୧ (ପି.ଟି.)- ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଜୁନିୟର ମହିଳା ହକି ଦଳର କ୍ୟାମ୍ପ୍‌ ଲାଗି ୩୯ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା...

ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଯଶୋଦାଙ୍କ ଡବଲ୍‌ ଗୋଲ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ...

କୋହଲି-ରୋହିତଙ୍କ ମଧ୍ୟରେ ଯାହା ଚାଲିଛି ତାହା ଦୁଃଖଦ: ନେହେରା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ କ୍ରିକେଟ ସିରିଜ୍‌ ଆରମ୍ଭ ହୋଇଥିବା ବେଳେ ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ନେଇ ବୟାନବାଜି ଜାରି ରହିଛି। ଅଷ୍ଟ୍ରେଲିଆ...

ଝିଅକୁ ଆଳତି କରୁଥିବା ଦେଖି ଟିଭି ଭାଙ୍ଗିଦେଇଥିଲେ ଏହି ପାକିସ୍ତାନ କ୍ରିକେଟର

କରାଚୀ,୩୦।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେ ଜଣ...

ଭାଙ୍ଗିଲା ଓପନିଂ ଯୋଡ଼ି

ଓଭାଲ,୪।୯: ଡିଫେନ୍ସିଭ ଟେକନିକ୍‌ ଦେଖାଉଥିବା ଭାରତୀୟ ଓପନର ଲୋକେଶ ରାହୁଲ (୪୦) ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ୧୦୦ରୁ ଅଧିକ ବଲ ଖେଳି ସେଟ୍‌ ହୋଇସାରିଥିବା...

ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ: ଜୋକୋଭିଚ୍‌, ଶାପୋଭାଲୋଭ ସେମିରେ

ଲଣ୍ଡନ, ୮।୭- ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାନାଡ଼ାର ଡେନିସ ଶାପୋଭାଲୋଭ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର...

ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡିଲେ ଖଲିଲ ଅହମ୍ମଦ

ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାମହାତୀ ପେସ୍‌ ବୋଲର ଖଲିଲ ଅହମ୍ମଦ ବାଦ୍‌ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ...

Advertisement
Archives

Model This Week