Posted inଖେଳ

ହାର୍ଦ୍ଦିକଙ୍କ ବିଦାୟ ପରେ ମୁମ୍ବାଇର ନୂଆ କ୍ୟାପ୍ଟେନ କିଏ? ଦୌଡ଼ରେ ୪ ବଡ଼ ନାଁ , ଜାଣନ୍ତୁ କିଏ ଅଛନ୍ତି ସବୁଠୁ ଆଗରେ…

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସର ସାଥ ଛାଡ଼ିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଆଗାମୀ ଆଇପିଏଲ (ଆଇପିଏଲ ୨୦୨୭)ରେ ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ନଜର ଆସିବେ। ଟ୍ରେଡ ଜରିଆରେ ହାର୍ଦ୍ଦିକ ପଞ୍ଜାବର ହାତ ଧରିଛନ୍ତି। ତାଙ୍କ ବଦଳରେ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକଙ୍କ ବିଦାୟ ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ କିଏ ହେବେ?

ହାର୍ଦ୍ଦିକ ୨୦୨୪, ୨୦୨୫ ଓ ୨୦୨୬ଲଗାତାର ୩ଟି ସିଜିନ୍‌ରେ ମୁମ୍ବାଇର ନେତୃତ୍ୱ ନେଇଥିଲେ। ସେ ଦଳର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ସ୍ଥାନ ନେଇଥିଲେ। ତେବେ ଆଗାମୀ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଅଧିନାୟକ ପଦ ପାଇଁ କେଉଁ କେଉଁ ବିକଳ୍ପ ରହିଛନ୍ତି, ଆସନ୍ତୁ ଜାଣିବା।

୧. ରୋହିତ ଶର୍ମା
ମୁମ୍ବାଇର ଅଧିନାୟକ ପଦ ପାଇଁ ସବୁଠାରୁ ପ୍ରଥମେ ରୋହିତ ଶର୍ମାଙ୍କ ନାଁ ଆସୁଛି। ରୋହିତ ଦୀର୍ଘ ସମୟ ଧରି ଦଳର ନେତୃତ୍ୱ ନେଇଥିଲେ ଏବଂ ମୁମ୍ବାଇକୁ ୫ଟି ଆଇପିଏଲ ଟାଇଟଲ ଜିତାଇଥିଲେ। ହାର୍ଦ୍ଦିକଙ୍କ ଟ୍ରେଡ ଖବର ସାମ୍ନାକୁ ଆସିବା ପରେ ରୋହିତଙ୍କୁ ପୁଣିଥରେ ମୁମ୍ବାଇର ଅଧିନାୟକ କରାଯିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

୨. ତିଲକ ବର୍ମା
ଯୁବ ବାମହାତୀ ଭାରତୀୟ ବ୍ୟାଟର୍‌ ତିଲକ ବର୍ମାଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ଦାୟିତ୍ୱ ମିଳିପାରେ। ୨୦୨୨ରେ ଆଇପିଏଲରେ ଡେବ୍ୟୁ କରିଥିବା ତିଲକ ଆରମ୍ଭରୁ ମୁମ୍ବାଇ ପାଇଁ ଖେଳିଆସୁଛନ୍ତି। ସେ ଦଳର ମୁଖ୍ୟ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ। ତେଣୁ ତାଙ୍କୁ ଅଧିନାୟକ ପଦ ମିଳିବାର ସମ୍ଭାବନା ମଧ୍ୟ ରହିଛି।

୩. ସୂର୍ଯ୍ୟକୁମାର ଯାଦବ
ଭାରତର ପୂର୍ବତନ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ଦୌଡ଼ରେ ଅଛନ୍ତି। ସୂର୍ଯ୍ୟକୁମାରଙ୍କ ପାଖରେ ଅଧିନାୟକତ୍ୱର ଭଲ ଅଭିଜ୍ଞତା ରହିଛି। ସେ ଦୀର୍ଘ ସମୟ ଧରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ନେତୃତ୍ୱ ନେଇଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା।

୪. ଯଶପ୍ରୀତ ବୁମ୍‌ରା
ଭାରତର ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ ହେବା ଦୌଡ଼ରେ ଅଛନ୍ତି। ୨୦୧୩ରେ ଆଇପିଏଲ ଡେବ୍ୟୁ କରିଥିବା ବୁମ୍ରା ଏବେ ମଧ୍ୟ ଏହି ଫ୍ରାଞ୍ଚାଇଜର ଅଂଶ ରହିଛନ୍ତି। ସେ ଦଳର ଅନ୍ୟତମ ପ୍ରମୁଖ ଖେଳାଳି ଏବଂ ସବୁବେଳେ ନିଜ ପ୍ରଦର୍ଶନ ଦ୍ୱାରା ଦଳକୁ ସହଯୋଗ କରିଆସିଛନ୍ତି। ତେଣୁ ବମ୍‌ରାଙ୍କୁ ମଧ୍ୟ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ପଞ୍ଜାବ କିଙ୍ଗ୍ସ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏତିକି କୋଟି ଟଙ୍କାରେ କିଣିଲା ପଞ୍ଜାବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୧।୧୧: ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଟ୍ରେଡ ଡିଲ କ୍ରିକେଟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି…

ଚୁଲି ମୁହଁ ପଶ୍ଚିମକୁ କାହିଁକି? ଜାଣନ୍ତୁ ଏହା ପଛର କାରଣ…

ଆଗକାଳରେ ସମସ୍ତଙ୍କ ଘରେ ପ୍ରାୟ ଚୁଲିରେ ରୋଷେଇ ହେଉଥିଲା। ଏବେ ଯୁଗ ବଦଳିଛି ଲୋକେ ଗ୍ୟାସ୍‌ରେ ରୋଷେଇ କରୁଛନ୍ତି। ମାତ୍ର ଆଜି ବି କିଛି ଅଞ୍ଚଳରେ ଲୋକଙ୍କ…

ଶ୍ରେୟସଙ୍କ ହାତରୁ ଖସିବ ପଞ୍ଜାବ ଅଧିନାୟକ ପଦ? ହାର୍ଦ୍ଦିକ ହେବେ ନୂଆ କ୍ୟାପ୍‌ଟେନ୍‌! ଜାଣନ୍ତୁ କ’ଣ ହେଲା ଫାଇନାଲ

ନୂଆଦିଲ୍ଲୀ, ୧୧।୧୧: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି ହୋଇସାରିଛି। ଅର୍ଶଦୀପ ସିଂହଙ୍କ ସହ ଟ୍ରେଡ ପରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ସାଥ୍‌ ଛାଡ଼ି ପଞ୍ଜାବର ହାତ…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ଆସନ୍ତାକାଲି ଠାରୁ ମହଙ୍ଗା ହେବ କ୍ଷୀର: ଲିଟର ପ୍ରତି ୪ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା ଦାମ, ଜାଣନ୍ତୁ କେଉଁ କ୍ଷୀରର କେତେ ରହିଛି ନୂଆ ରେଟ୍‌!

ନୂଆଦିଲ୍ଲୀ,୧୧।୧୧: ମହଙ୍ଗା ମାଡ଼ ସମୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି। ଗୁରୁବାର, ନଭେମ୍ୱର ୧୨ ତାରିଖରୁ କ୍ଷୀର ଦରରେ ଲିଟର ପ୍ରତି ୨…

ସାନଖେମୁଣ୍ଡିରେ ହାତୀପଲଙ୍କ ଦୌରାତ୍ମ୍ୟ: ଦନ୍ତା ଆକ୍ରମଣରେ ଗୋଟିଏ ଗାଈ ମୃତ

ଦିଗପହଣ୍ଡି, ୧୧/୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ରତନେଇ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ହରିଣା, ସୁମନ୍ତପୁର, ବଳଧିଆ, ଆମ୍ବଗାଁ, ପଳାଶପୁର, ଇନ୍ଦିରାଆବାସ, ଲୁଣିନାଠି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?