ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ ସମେତ ଆଉ ୧୩୫ ଦେଶ ବହୁରାଷ୍ଟ୍ରୀୟ କମ୍ପାନୀ ଉପରେ ସର୍ବନିମ୍ନ ୧୫ ପ୍ରତିଶତ ଗ୍ଲୋବାଲ ଟ୍ୟାକ୍ସ ଲଗାଇବା ନିମନ୍ତେ ଶୁକ୍ରବାର ଏକ ଚୁକ୍ତି କରିଛନ୍ତି। ମଲ୍ଟିନ୍ୟାଶନାଲ କମ୍ପାନୀଗୁଡ଼ିକ ଯେପରି ଟିକସ ଠକେଇ ନ କରନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ପ୍ରାୟ ୪ ବର୍ଷ ଧରି ଏଭଳି ଚୁକ୍ତିନାମା ଉପରେ ଆଲେଚନା, ଯୁକ୍ତି ହେବା ପରେ ଓଇସିଡି ଏବଂ ଜି-୨୦ ଗ୍ରୁପ୍‌ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଡିଲ୍‌ ପାଇଁ ସହମତି ଜଣାଇଛନ୍ତି। ତେବେ ୧୪୦ ଦେଶ ମଧ୍ୟରୁ କେନିଆ, ନାଇଜେରିଆ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଚୁକ୍ତି ସପକ୍ଷରେ ଭୋଟ ଦେଇ ନ ଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଡିଲ୍‌କୁ ସ୍ବାଗତ କରିଛନ୍ତି।
କମ୍ପାନୀଗୁଡ଼ିକ ଉପରେ ଗ୍ଲୋବାଲ ଟାକ୍ସ ଲାଗୁ କରାଯିବାକୁ ନେଇ ଭାରତ ଆରମ୍ଭରୁ ଆଲୋଚନାରେ ସକ୍ରିୟ ଭାବେ ସାମିଲ ହୋଇଥିଲା। ଏହି କମ୍ପାନୀଗୁଡ଼ିକର ଗ୍ରାହକ ଥିବା ସମସ୍ତ ଦେଶକୁ ଲାଭ ମିଳିବା କଥା। ଏପରି କି କମ୍ପାନୀ କାର୍ଯ୍ୟାଳୟ ନ ଥାଇ ବି ଅନ୍ୟ ଦେଶରେ ୟୁଜର୍ସ କିମ୍ବା ଗ୍ରାହକ ଥିଲେ ସମ୍ପୃକ୍ତ ଦେଶକୁ ମଧ୍ୟ ସେହି କମ୍ପାନୀ ଟାକ୍ସ ଦେବା ଦରକାର ବୋଲି ଭାରତ କହିଥିଲା। ଏହି ଚୁକ୍ତି ଦ୍ୱାରା ବର୍ଷକୁ ପ୍ରାୟ ୧୫୦ ବିଲିୟନ ଡଲାର ସଂଗ୍ରହ କରାଯାଇପାରିବ। ଯେଉଁ ଦେଶଗୁଡ଼ିକରୁ ବୃହତ୍‌ ବହୁରାଷ୍ଟ୍ରୀୟ କମ୍ପାନୀ ଲାଭ କମାଉଥିବେ ସେହି ରାଷ୍ଟ୍ରଗୁଡ଼ିକୁ ଟିକସ ଅଧିକାର ବଳରେ ୧୨୫ ବିଲିୟନ ଆବଣ୍ଟନ କରାଯିବ। ଏହା ଦ୍ୱାରା ବିଶ୍ୱ ଅର୍ଥନୀତିର ୯୦ ପ୍ରତିଶତ ହାସଲ ହୋଇପାରିବ ବୋଲି ପ୍ୟାରିସ୍‌ରେ ଅନୁଷ୍ଠିତ ଓପିଇଡିର ବୈଠକରେ ମତ ପ୍ରକାଶ ପାଇଥିଲା। ୭୫୦ ମିଲିୟନ ୟୁରୋ (ପ୍ରାୟ ୬୫,୧୯,୬୭,୬୭,୮୩୫ ଟଙ୍କା)ରୁ ଅଧିକ ରାଜସ୍ବ କମାଉଥିବା କମ୍ପାନୀଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ। ଚୁକ୍ତି ଅନୁସାରେ ୨୦୨୩ରୁ ମଲ୍ଟିନ୍ୟାଶନାଲ କମ୍ପାନୀଗୁଡ଼ିକ ଗ୍ଲୋବାଲ ଟାକ୍ସ ଦେବେ। ଆସନ୍ତା ୧୩ ତାରିଖରେ ଓ୍ବାଶିଂଟନ୍‌ରେ ହେବାକୁ ଥିବା ଜି-୨୦ ଗ୍ରୁପ୍‌ର ଅର୍ଥମନ୍ତ୍ରୀଙ୍କ ବୈଠକରେ ଏହି ଡିଲ୍‌ ଉପରେ ଚର୍ଚ୍ଚା ହେବ। ପରେ ଅକ୍ଟୋବର ଶେଷ ଆଡ଼କୁ ରୋମ୍‌ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୁକ୍ତି ଉପସ୍ଥାପନ କରାଯିବ। ଓଇସିଡି ମହାସଜିବ ଜେନେରାଲ୍‌ ମାଥିଆସ୍‌ କରମାନ୍‌ କହିଛନ୍ତି, ଏହି ଚୁକ୍ତିନାମା ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାରେ ଉନ୍ନତି ଆଣିବ। ଏଭଳି ବିଶ୍ୱସ୍ତରୀୟ ଟିକସ ବ୍ୟବସ୍ଥା ବିଶ୍ୱ ଅର୍ଥନୀତି ଲକ୍ଷ୍ୟ ପୂରଣରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri