ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ ସମେତ ଆଉ ୧୩୫ ଦେଶ ବହୁରାଷ୍ଟ୍ରୀୟ କମ୍ପାନୀ ଉପରେ ସର୍ବନିମ୍ନ ୧୫ ପ୍ରତିଶତ ଗ୍ଲୋବାଲ ଟ୍ୟାକ୍ସ ଲଗାଇବା ନିମନ୍ତେ ଶୁକ୍ରବାର ଏକ ଚୁକ୍ତି କରିଛନ୍ତି। ମଲ୍ଟିନ୍ୟାଶନାଲ କମ୍ପାନୀଗୁଡ଼ିକ ଯେପରି ଟିକସ ଠକେଇ ନ କରନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ପ୍ରାୟ ୪ ବର୍ଷ ଧରି ଏଭଳି ଚୁକ୍ତିନାମା ଉପରେ ଆଲେଚନା, ଯୁକ୍ତି ହେବା ପରେ ଓଇସିଡି ଏବଂ ଜି-୨୦ ଗ୍ରୁପ୍‌ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଡିଲ୍‌ ପାଇଁ ସହମତି ଜଣାଇଛନ୍ତି। ତେବେ ୧୪୦ ଦେଶ ମଧ୍ୟରୁ କେନିଆ, ନାଇଜେରିଆ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଚୁକ୍ତି ସପକ୍ଷରେ ଭୋଟ ଦେଇ ନ ଥିଲେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଡିଲ୍‌କୁ ସ୍ବାଗତ କରିଛନ୍ତି।
କମ୍ପାନୀଗୁଡ଼ିକ ଉପରେ ଗ୍ଲୋବାଲ ଟାକ୍ସ ଲାଗୁ କରାଯିବାକୁ ନେଇ ଭାରତ ଆରମ୍ଭରୁ ଆଲୋଚନାରେ ସକ୍ରିୟ ଭାବେ ସାମିଲ ହୋଇଥିଲା। ଏହି କମ୍ପାନୀଗୁଡ଼ିକର ଗ୍ରାହକ ଥିବା ସମସ୍ତ ଦେଶକୁ ଲାଭ ମିଳିବା କଥା। ଏପରି କି କମ୍ପାନୀ କାର୍ଯ୍ୟାଳୟ ନ ଥାଇ ବି ଅନ୍ୟ ଦେଶରେ ୟୁଜର୍ସ କିମ୍ବା ଗ୍ରାହକ ଥିଲେ ସମ୍ପୃକ୍ତ ଦେଶକୁ ମଧ୍ୟ ସେହି କମ୍ପାନୀ ଟାକ୍ସ ଦେବା ଦରକାର ବୋଲି ଭାରତ କହିଥିଲା। ଏହି ଚୁକ୍ତି ଦ୍ୱାରା ବର୍ଷକୁ ପ୍ରାୟ ୧୫୦ ବିଲିୟନ ଡଲାର ସଂଗ୍ରହ କରାଯାଇପାରିବ। ଯେଉଁ ଦେଶଗୁଡ଼ିକରୁ ବୃହତ୍‌ ବହୁରାଷ୍ଟ୍ରୀୟ କମ୍ପାନୀ ଲାଭ କମାଉଥିବେ ସେହି ରାଷ୍ଟ୍ରଗୁଡ଼ିକୁ ଟିକସ ଅଧିକାର ବଳରେ ୧୨୫ ବିଲିୟନ ଆବଣ୍ଟନ କରାଯିବ। ଏହା ଦ୍ୱାରା ବିଶ୍ୱ ଅର୍ଥନୀତିର ୯୦ ପ୍ରତିଶତ ହାସଲ ହୋଇପାରିବ ବୋଲି ପ୍ୟାରିସ୍‌ରେ ଅନୁଷ୍ଠିତ ଓପିଇଡିର ବୈଠକରେ ମତ ପ୍ରକାଶ ପାଇଥିଲା। ୭୫୦ ମିଲିୟନ ୟୁରୋ (ପ୍ରାୟ ୬୫,୧୯,୬୭,୬୭,୮୩୫ ଟଙ୍କା)ରୁ ଅଧିକ ରାଜସ୍ବ କମାଉଥିବା କମ୍ପାନୀଗୁଡ଼ିକ ଉପରେ ଏହି ନିୟମ ଲାଗୁ ହେବ। ଚୁକ୍ତି ଅନୁସାରେ ୨୦୨୩ରୁ ମଲ୍ଟିନ୍ୟାଶନାଲ କମ୍ପାନୀଗୁଡ଼ିକ ଗ୍ଲୋବାଲ ଟାକ୍ସ ଦେବେ। ଆସନ୍ତା ୧୩ ତାରିଖରେ ଓ୍ବାଶିଂଟନ୍‌ରେ ହେବାକୁ ଥିବା ଜି-୨୦ ଗ୍ରୁପ୍‌ର ଅର୍ଥମନ୍ତ୍ରୀଙ୍କ ବୈଠକରେ ଏହି ଡିଲ୍‌ ଉପରେ ଚର୍ଚ୍ଚା ହେବ। ପରେ ଅକ୍ଟୋବର ଶେଷ ଆଡ଼କୁ ରୋମ୍‌ରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୁକ୍ତି ଉପସ୍ଥାପନ କରାଯିବ। ଓଇସିଡି ମହାସଜିବ ଜେନେରାଲ୍‌ ମାଥିଆସ୍‌ କରମାନ୍‌ କହିଛନ୍ତି, ଏହି ଚୁକ୍ତିନାମା ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାରେ ଉନ୍ନତି ଆଣିବ। ଏଭଳି ବିଶ୍ୱସ୍ତରୀୟ ଟିକସ ବ୍ୟବସ୍ଥା ବିଶ୍ୱ ଅର୍ଥନୀତି ଲକ୍ଷ୍ୟ ପୂରଣରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଟିଭି ଚ୍ୟାନେଲ୍‌ର ସବୁ କର୍ମଚାରୀଙ୍କ ଇସ୍ତଫା

ମସ୍କୋ,୪।୩: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି ସତ, ହେଲେ ରୁଷିଆକୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କ୍ରମରେ ରୁଷିଆର ଏକ...

ଲାଇଭ୍‌ ଶୋ’ରେ ବିଧା, ଗୋଇଠା ମରାମରି, ଭିଡିଓ ଦେଖିଲେ…

ଇସଲାମାବାଦ,୨୯ା୯: ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌ଏନ୍‌)ର ଜଣେ ନେତା ତଥା ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ସହ ଜଡ଼ିତ ଜଣେ ବିଶିଷ୍ଟ ବ୍ୟକ୍ତି ଲାଇଭ୍‌ ଶୋ’ରେ ଧକ୍କା...

ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ଆମେରିକା: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭୂତାଣୁ...

ଜେଲରେ ଇମ୍ରାନଙ୍କୁ ମିଳୁଛି ବି କ୍ଲାସ ସୁବିଧା, ଓକିଲଙ୍କ ସହ ଭେଟିବାକୁ ନାହିଁ ଅନୁମତି

ଇସଲାମାବାଦ,୭।୮: ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁ ଅଟକ ଜେଲରେ...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଇନ୍ଧନ ପଠାଇଲା ଭାରତ…

କଲୋମ୍ବୋ/ନୂଆଦିଲ୍ଲୀ, ୧୫।୨ : ଶକ୍ତି ସଙ୍କଟ ସହିତ ସମସ୍ୟାରେ ପଡ଼ିଥିବା ଶ୍ରୀଲଙ୍କାର ସହାୟତା ପାଇଁ ଭାରତ ମଙ୍ଗଳବାର ୪୦ ହଜାର ଟନ୍‌ ଇନ୍ଧନ ପଠାଇଛି। ଶ୍ରୀଲଙ୍କାରେ...

୭୩ ବର୍ଷ ପରେ ପାକିସ୍ତାନରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଶିବରାତ୍ରି: ଖୋଲାଯିବ ୨୦୦ ବର୍ଷ ପୁରୁଣା ମନ୍ଦିର

ଇସଲାମାବାଦ୍‌,୮।୨: ପାକିସ୍ତାନରେ ଥିବା ଏକ ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରରେ ଚଳିତ ଥର ଶିବରାତ୍ରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ...

ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍‌ ଆଲର୍ଟ ଜାରି

ବେଜିଂ,୨୧ା୮: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ,...

କରୋନା ସଂକ୍ରମଣରେ ଏଠି ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ଇନୋଇ,୩୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ଭଳି ବିକାଶଶୀଳ ଦେଶରେ ବି ପ୍ରତିଦିନ ହଜାର ହଜାର ଲୋକ କରୋନାରେ...

Advertisement
Archives

Model This Week