Posted inଜାତୀୟ

ସଂସଦୀୟ କମିଟି ପୁନର୍ଗଠିତ

ନୂଆଦିଲ୍ଲୀ, ୧୦।୧୦: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଶନିବାର ବିଭିନ୍ନ ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରିଛନ୍ତି। ଭୂପିନ୍ଦର ସିଂ ଯାଦବଙ୍କ ସ୍ଥାନରେ ଭାଜପା ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କାର୍ମିକ, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ କମିଟିର ଅଧ୍ୟକ୍ଷ କରାଯାଇଛି। ଭାଜପା ଏମ୍‌ପି ଜୁଏଲ ଓରାମ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ପଦ ବଜାୟ ରଖିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି କମିଟିର ସଦସ୍ୟ ଅଛନ୍ତି। ସେହିପରି ବିବାଦ ସତ୍ତ୍ୱେ କେରଳ ଏମ୍‌ପି ଶଶୀ ଥରୁର ସୂଚନା ପ୍ରଯୁକ୍ତି କମିଟି ଅଧ୍ୟକ୍ଷ ପଦ ବଜାୟ ରଖିଥିବାବେଳେ ଆନନ୍ଦ ଶର୍ମା ସ୍ବରାଷ୍ଟ୍ର ବ୍ୟାପାର ଏବଂ ଜୟରାମ ରମେଶ ବିଜ୍ଞାନ ପ୍ରଯୁକ୍ତି ଓ ପରିବେଶ କମିଟିର ଅଧ୍ୟକ୍ଷ ପଦରେ ରହିବେ। ଭାଜପା ଏମ୍‌ପି ରବିଶଙ୍କରଙ୍କୁ ଅର୍ଥ କମିଟି ସଦସ୍ୟ କରାଯାଇଥିବାବେଳେ ରମେଶ ପୋଖ୍ରିୟାଲ ନିଶଙ୍କଙ୍କୁ କାର୍ମିକ, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ କମିଟିରେ ନିଆଯାଇଛି। ପ୍ରକାଶ ଜାଭଡେକର ବହିର୍ବ୍ୟାପାର କମିଟି ଏବଂ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ସୂଚନା ପ୍ରଯୁକ୍ତି କମିଟିର ସଦସ୍ୟ ଅଛନ୍ତି। ବିଭିନ୍ନ କମିଟିର ସଦସ୍ୟଙ୍କୁ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ...

ହାଥରସ ଗଣବଳାତ୍କାର ଘଟଣା: ଆସିଲା ମେଡିକାଲ ରିପୋର୍ଟ, ହୋଇନି ବଳାତ୍କାର, ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୧ା୧୦: ହାଥରସ ଯୁବତୀ ବଳାତ୍କାର ଘଟଣାର ମେଡିକାଲ ରିପୋର୍ଟ ଆସିଛି। ଏହି ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଆସିଛି। ରିପୋର୍ଟରେ ଯୁବତୀଙ୍କୁ ଗଣବଳାତ୍କାର ହୋଇ...

ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ,୧୪।୩: ସଂସଦ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ-କଶ୍ମୀରର ବଜେଟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ ଉଭୟ ଗୃହରେ ବିଭିନ୍ନ...

କୃଷକଙ୍କୁ ମୋଦିଙ୍କ ପଶ୍ନ: କୃଷକଙ୍କୁ ଏତେ ଅଧିକାର ମିଳିବା ପରେ ଆଇନରେ କ’ଣ ରହିଛି ଭୁଲ

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଜାରି କରିଛନ୍ତି । ଏଥିରେ ୯ କୋଟି କୃଷକଙ୍କ...

ଡ୍ୟାନ୍ସରଙ୍କ ଉପରେ ଖସି ପଡ଼ିଲା ଡ୍ରୋନ

ଭୋପାଳ,୨୬।୧: ମଧ୍ୟପ୍ରଦେଶର ଜବଲପୁରରେ ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ଇଭେଣ୍ଟରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରୁଥିବା ଡ୍ୟାନ୍ସରଙ୍କ ଉପରେ ଡ୍ରୋନ...

ଫଡନବିସଙ୍କୁ ଅଟକ ରଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୯।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା...

୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍‌ଇନ୍‌ରେ…

ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍‌ଇନ୍‌ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ...

ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…

ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...

Advertisement
Archives

Model This Week