Posted inଖେଳ

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଜିଲା ତଥା ସ୍କୁଲ ପାଇଁ ଗୌରବ ଆଣିଛନ୍ତି।

କେରଳର ଥିରୁଅନନ୍ତପୁରମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଓ ଉଚ୍ଚଡିଆଁରେ ରୌପ୍ୟ ପଦକ ପାଇଥିଲେ। ଏହାସହ ତାଙ୍କୁ ୩୩ ହଜାର ଟଙ୍କା ଦିଆଯାଇ ପୁରସ୍କୃତ କରାଯାଇଥିଲା। ଏହି ସଫଳତା ପରେ ଆସନ୍ତା ଡିସେମ୍ବର ୨ରୁ ୫ ରାଞ୍ଚିରେ (୧୪ବର୍ଷରୁ କମ୍‌ ବର୍ଗ) ହେବାକୁ ଥିବା ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ଟୁର୍ନାମେଣ୍ଟ ପାଇଁ ମୁକେଶ ଚୟନ ହୋଇଛନ୍ତି।

କ୍ରୀଡ଼ା ଶିକ୍ଷକ ସୌରଭ ସାର୍କିଙ୍କ ମାର୍ଗଦର୍ଶନରେ ମୁକେଶ ଜାତୀୟ ସ୍ତରୀୟ ସଫଳତା ପାଇଛନ୍ତି। ସ୍ଥାନୀୟ ସ୍କୁଲ ଅଧ୍ୟକ୍ଷ ଭୀମସେନ ପଣ୍ଡା ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଛନ୍ତି। ଏହି ସଫଳତା ପରେ ସ୍କୁଲରେ ମୁକେଶଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ଖବର: ଏହି ଖେଳାଳି ହେବେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ! ହେଲା ଖୁଲାସା

ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସମୁଦାୟ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲା। ଏହି ୪ ଖେଳାଳିଙ୍କ ନାମ ଅକ୍ଷର ପଟେଲ, ଟ୍ରିଷ୍ଟନ...

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ ଏହି କ୍ରିକେଟର୍‌ଙ୍କ ପୁଅ

ନୂଆଦିଲ୍ଲୀ,୧୧।୧୧:ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆର୍ଯ୍ୟନ ବଙ୍ଗର ତାଙ୍କ...

ଭାରତ ଉପରେ ରାଗିକି ନିଆଁବାଣ ପାକିସ୍ତାନ: ଏବେ ନେବ ଆକ୍ସନ

ଇସଲାମାବାଦ୍‌,୧୧।୧୧:ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ ବିସିସିଆଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ।...

ବ୍ୟାକ୍‌-ଟୁ-ବ୍ୟାକ୍‌ ଶତକ ହାସଲ ପରେ ଲଜ୍ଜାଜନକ ରେକର୍ଡ କଲେ ସଞ୍ଜୁ ସାମସନ

ଡର୍ବାନ,୧୧।୧୧: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଏବଂ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ...

ରୋହିତଙ୍କ ଅନୁପସ୍ଥିତିରେ କିଏ ହେବ ଭାରତୀୟ ଦଳର ଅଧିନାୟକ: ଗମ୍ଭୀର ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୧୧:ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଳ୍ପ ଦିନ ବାକି ଅଛି। ଟିମ ଇଣ୍ଡିଆର ଅନେକ ଖେଳାଳି ମଧ୍ୟ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଏସବୁ ମଧ୍ୟରେ...

ଟିମ୍ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ରୋହିତ; ପ୍ରଥମ ଟେଷ୍ଟ ନ ଖେଳିବା ଆଶଙ୍କା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ସହିତ ଯିବେ ନାହିଁ। ନଭେମ୍ବର ୧୧ କିମ୍ବା ୧୨ ତାରିଖରେ ଭାରତୀୟ ଦଳ...

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ନାହିଁ: ପିସିବି’କୁ ଜଣାଇଲା ଆଇସିସି

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଯୋଗ ଦେବାକୁ ମନା କରି ଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବର୍ତ୍ତମାନ ସରକାରଙ୍କ...

ପାକିସ୍ତାନ ଯିବାକୁ ମନା କଲା ବିସିସିଆଇ; ଏବେ କୋର୍ଟରେ ହୋଇପାରେ ଲଢେଇ

ନୂଆଦିଲ୍ଲୀ,୧୦।୯: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ବିସିସିଆଇ ମନା କରିଦେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri