ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ

ନୂଆଦିଲ୍ଲୀ,୬।୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରେଟିଂ ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ୍‌ ଗାର୍ଡିଆନଶିିପ୍‌ ଇଣ୍ଡେକ୍ସ (ବିଜିଆଇ) -୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଇଣ୍ଡେକ୍ସ ( ବିଜିଆଇ-୨୪) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ଗୁଗଲର ସୁନ୍ଦର ପିଚାଇ, ଆପଲ୍‌ର ଟିମ୍‌ କୁକ୍‌ ଏବଂ ଟେସଲାର ଏଲନ୍‌ ମସ୍କଙ୍କୁ ଅମ୍ବାନୀ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଟାଟା ସନ୍ସ ଚେୟାରମ୍ୟାନ୍‌ ଏନ.ଚନ୍ଦ୍ରଶେଖରନ୍‌ ଉକ୍ତ ର଼୍ୟାଙ୍କିଙ୍ଗରେ ୫ମ ସ୍ଥାନରେ ରହିଥିବାବେଳେ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ୬ଷ୍ଠ ଏବଂ ଇନ୍‌ଫୋସିସର ସଲିଲ ପାରେଖ ୧୬ନମ୍ବର ସ୍ଥାନରେ ଅଛନ୍ତି। ସେହିଭଳି ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱର ୨ୟ ସ୍ଥାନରେ ସ୍ଥାନିତ ହୋଇଥିଲେ। ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍‌ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ-୨୦୨୪ରେ ୧ନଂ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ ହେଉଛି, କମ୍ପାନୀ ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ବୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ ଓ କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବେ ବ୍ୟବସାୟ ଗଢୁଛନ୍ତି।
ସେହିପରି ଚଳିତ ବର୍ଷର ବିଶ୍ଳେଷଣରୁ ଜଣାପଡିଛି, ସିଇଓମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସ୍‌ଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍‌ ଫୋର୍ସ ହୋଇପାରିଛି। ଏପରିକି ବ୍ରାଣ୍ଡ୍‌ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ୍‌ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ୍‌ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନିତ କରିଥାଏ,ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ୍‌ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି। ବ୍ରାଣ୍ଡ୍‌ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରିଥାଏ। ଜଣେ ସିଇଓ ନିଜ ବ୍ରାଣ୍ଡ୍‌ର ଅଭିଭାବକ ଏବଂ ଦୀର୍ଘମିଆଦୀ ଶେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?