ପିଣ୍ଡାରୁ ଓହ୍ଲାଇଲେ କାଦୁଅ

ଡେରାବିଶ, ୨୨ା୭(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମ ମଧ୍ୟକୁ ରାସ୍ତା ନାହିଁ। ମୁନ୍ଦାଏ ବର୍ଷା ହେଲେ ସାହି ଭିତର ରାସ୍ତାଟି ପାଣିି କାଦୁଅରେ ଭର୍ତ୍ତି ହୋଇଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଏଣ୍ଡର ପଞ୍ଚାୟତ ମହାନ୍ତି ସାହି ଗାଁ ୧୩ ନଂ. ୱାର୍ଡରେ। ଏହି ୱାର୍ଡରେ ଥିବା ୧୫ରୁ ଊର୍ଦ୍ଧ୍ୱ ପରିବାର ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ସମସ୍ୟା ଭିତରେ ଥିବାବେଳେ ଏହି ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚଙ୍କଠାରୁ ଜିଲାପାଳଙ୍କ ଯାଏ ବାରାମ୍ବର ଗୁହାରି କଲେଣି। ହେଲେ ସେ ଦିଗରେ ପ୍ରଶାସନିକ ପଦକ୍ଷେପ ଶୂନ। ପିଣ୍ଡାରୁ ଓହ୍ଲାଇଲେ କାଦୁଅରେ ଗୋଡ଼ ପଡ଼େ। ଗାଁରୁ ବାହାରକୁ ଯିବାକୁ ହେଲେ କାଦୁଅ ମଧ୍ୟରେ ଚାଲି ଚାଲି ୫୦୦ ଫୁଟ ଯାଏ ଗଲେ ଗାଁ ରାସ୍ତାଟି ସଂଯୋଗ କରିଥିବା ୮ ନଂ. କେନାଲ ବନ୍ଧ ରାସ୍ତା ଦେଇ ବାହାରକୁ ଯିବାକୁ ପଡ଼େ। ଏଥିସହ ଯଦି ଦି ଅସରା ବର୍ଷା ହୋଇଗଲା ଗ୍ରାମ ମଧ୍ୟରେ ଥିବା ପରିବାରର ସଦସ୍ୟମାନେ କେବଳ ଘର ଭିତରେ ଅଟକି ରହୁଅନ୍ତି ବୋଲି ପୂର୍ବତନ ସରପଞ୍ଚ ରଜନୀକାନ୍ତ ମହାନ୍ତି କହିଛନ୍ତି। ଗାଁରେ ରହୁଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ରାସ୍ତାଟି ବାଧକ ସାଜିଥିବା ରଜନୀକାନ୍ତ କହିଛନ୍ତି। ଏ ବିଷୟରେ ଜିଲାପାଳଙ୍କ ଜନଶୁଣାଣି ଶିବିରଠାରୁ ଆରମ୍ଭକରି ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। କେବଳ ସେତିକି ନୁହେଁ , ଗାଁରେ କୌଣସି ପୁଅ କିମ୍ବା ଝିଅର ବିବାହ ଉତ୍ସବ ବେଳେ ଯଦି ବର୍ଷା ହୋଇଗଲା ତେବେ ଗାଁକୁ ଆସୁଥିବା ବର, ଗାଁରୁ ବାହାରୁଥିବା ବରକନ୍ୟାଙ୍କ ପାଇଁ ଏହି ରାସ୍ତାଟି ବିରାଟ ପ୍ରତିବନ୍ଧକ ସାଜିଥାଏ। ଏ ସମ୍ପକର୍ର୍ରେ ବିଡିଓ ଦାସରଥି ଜେନାଙ୍କୁ ପଚାରିବାରେ ଏଭଳି ସମସ୍ୟା ଉପରେ ତାଙ୍କ ନିକଟରେ କୌଣସି ଖବର ନ ଥିଲା। ତେବେ ଖୁବ୍‌ଶୀଘ୍ର ସେ ଗ୍ରାମକୁ ଯାଇ ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?