ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ, କଲେ ବଡ଼ ଦାବି

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ ଶୁକ୍ରବାର ରେଳମନ୍ତ୍ରୀ Ashwini Vaishnaw ଙ୍କୁ ଭେଟିଛନ୍ତି। ରେଳମନ୍ତ୍ରୀଙ୍କଠାରେ ସେ ବିଭିନ୍ନ ଦାବି ରଖିବା ସହିତ ତାଙ୍କୁ ଏକ ଦାବିପତ୍ର ସେ ପ୍ରଦାନ କରିଛନ୍ତି। ବରଗଡ଼ରୁ ଭୁବନେଶ୍ୱରକୁ ଇଣ୍ଟରସିଟି ଟ୍ରେନ ଚଳାଚଳ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ରହିଛି। ଫଳରେ ବରଗଡ଼ରୁ ଭୁବନେଶ୍ୱରକୁ ପ୍ରତିଦିନ ସକାଳୁ ଇଣ୍ଟରସିଟି ଟ୍ରେନ ଚଳାଚଳ ପାଇଁ ପ୍ରଦୀପ ଦାବି କରିଛନ୍ତି। ସେହିପରି ବରଗଡ଼ ରୋଡ୍‌ ଏବଂ ବଲାଙ୍ଗିର ଷ୍ଟେଶନ ପୂର୍ବତଟ ରେଲବାଇର ସମ୍ବଲପୁର ଡିଭିଜନ ଅଧିନରେ ରହିଛି। ବରଗଡ଼ ରୋଡ୍‌/ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନୂଆ ଟ୍ରେନ ଚଳାଚଳ କରାଯାଉ କିମ୍ବା 1803/304 ପୁରୀ-ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗିର ପର୍ଯ୍ୟନ୍ତ 2-ରେକ୍‌ ଟ୍ରେନଭାବେ ପରିବର୍ତ୍ତନ କରାଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି।

ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ବିଚାର କରି ଏବଂ ଏହି ଅଞ୍ଚଳର ପୁରୁଣା ଦାବି ସମୂହକୁ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ରେଳମନ୍ତ୍ରୀଙ୍କଠାରେ ଦାବି ରଖିଛନ୍ତି। ଏହା ସହିତ ବରଗଡ଼-ନୂଆପଡ଼ା ରେଳପଥ ନିର୍ମାଣ କାର୍ଯ୍ୟରେ ତ୍ୱରିତ୍‌ ପଦକ୍ଷେପ ନେବା ସହିତ ପାଇକମାଳ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରି ନୃସିଂହନାଥ ରେଳ ଷ୍ଟେଶନ କରିବାକୁ ପ୍ରଦୀପ ପ୍ରସ୍ତାବ ଦେଇଛନ୍ତି। ସେହିପରି ଜନଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହିତ ହାତିଆ଼-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନକୁ ରାୟଗଡ଼ ଏବଂ କୋଭିଡ୍‌ ସମୟରେ ବନ୍ଦ ହୋଇଥିବା ନିଜାମୁଦ୍ଦିନ-ରାୟଗଡ଼ ଗୋଣ୍ଡୱାନା ଏକ୍ସପ୍ରେସ ଟ୍ରେନକୁ ପୁନଃ ଚଳାଚଳ କରିବା ପାଇଁ ରେଳମନ୍ତ୍ରୀଙ୍କଠାରେ ପ୍ରଦୀପ ଦାବି ରଖିଛନ୍ତି। ରେଳମନ୍ତ୍ରୀଙ୍କଠାରେ ପ୍ରଦୀପ ଏହି ଦାବି ରଖିବା ସମୟରେ କେନ୍ଦ୍ରମନ୍ତ୍ରୀ ରବନିତ୍‌ ସିଂ ବିଟ୍ଟୁ ମଧ୍ୟ ସେଠରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?