ଜୀବିକା ଦୃଷ୍ଟିରୁ ମୋଟର ବୋଟ୍‌ ଚାଳନାକୁ ଅନୁମତି

କଟକ,୪ା୭(କାର୍ତ୍ତିକ ସାହୁ): ଚିଲିକାର ବିହଙ୍ଗ ବିହାର ଭାବେ ପରିଚିତ ମଙ୍ଗଳାଯୋଡ଼ିରେ ମୋଟର ବୋଟ ଚାଳନା ବନ୍ଦ ସଂକ୍ରାନ୍ତରେ ହାଇକୋର୍ଟରେ ଆଗତ ମାମଲାରେ ରାଜ୍ୟ ସରକାର ସୋମବାର ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ମଙ୍ଗଳାଯୋଡ଼ିଠାରେ ବହୁ ଧୀବର ବହୁ ବର୍ଷ ଧରି ମାଛଧରାକୁ ବେଉସା କରି ପରିବାର ଚଳାଇ ଆସୁଛନ୍ତି। ଏଠାରେ ୨୦୦ ମୋଟର ବୋଟ୍‌ ଚାଲୁଛି। ବ୍ୟାଟେରି କିମ୍ବା ସୌରଚାଳିତ ବୋଟ୍‌ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେବ ନାହିଁ। ଏହା ଜୀବନ ଜୀବିକାର କଥା ହୋଇଥିବାରୁ ମୋଟରଚାଳିତ ବୋଟ୍‌ ଦ୍ୱାରା ମାଛ ଧରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଏଥିସହ ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି।
ସେହିପରି ସତ୍ୟପାଠରେ ଆହୁରି ଦର୍ଶାଯାଇଛି ଯେ, ମଙ୍ଗଳାଯୋଡ଼ିରେ ବ୍ୟାଟେରି ଓ ସୌରଚାଳିତ ବୋଟ୍‌ ଚଳାଚଳ ପାଇଁ ମତ୍ସ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ବୈଠକ ହେବା ସହ ଏକ ବୈଷୟିକ ଦଳ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ। ସୌରଚାଳିତ ବୋଟ୍‌ ଚଳାଚଳ ନେଇ ଦେଶରେ ସେପରି କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଦୁଇଟି ବ୍ୟାଟେରିଚାଳିତ ବୋଟ୍‌ର ମଡେଲ ପ୍ରସ୍ତୁତ ହୋଇଥିଲା। ଏହାର ମୂଲ୍ୟ ୧୫ଲକ୍ଷ ଟଙ୍କା ଓ ୧୧.୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହା ଯଥାକ୍ରମେ ୪୨୦ କିଲୋ ଓ ୨୮୦ କିଲୋ କ୍ଷମତା ବହନ କରିପାରିବ। ମାତ୍ର ଏହାର ମରାମତି ଲାଗି ଏଠାରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ବ୍ୟାଟେରିଚାଳିତ ବୋଟ୍‌ ବ୍ୟବହାର କରିବା ଗରିବ ମାଛ ଧରାଳିଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡ଼ିବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ମୋଟରଚାଳିତ ବୋଟ୍‌ ଚଳାଚଳ ଲାଗି ଅନୁମତି ପ୍ରଦାନ କରାଯାଇଛି ବୋଲି ସରକାର ଦର୍ଶାଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଚିଲିକାର ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡ଼ିକୁ ପ୍ରତିବର୍ଷ ବହୁ ବିଦେଶୀ ପକ୍ଷୀ ଆସିଥାନ୍ତି। ଏହି ବିଦେଶୀ ପକ୍ଷୀଙ୍କ ଆଗମନ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ତେବେ ବହୁ ସଂଖ୍ୟକ ଧୀବର ମୋଟର ବୋଟ୍‌ ସହାୟତାରେ ମାଛ ଧରୁଥିବାରୁ ପକ୍ଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ମଙ୍ଗଳାଯୋଡ଼ିରେ ମୋଟର ବୋଟ୍‌ ପରିବର୍ତ୍ତେ ବ୍ୟାଟେରୀ କିମ୍ବା ସୌରଚାଳିତ ବୋଟ୍‌ ବ୍ୟବହାର ଲାଗି ଆବେଦନକାରୀ ଦିବାକର ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ମଙ୍ଗଳାଯୋଡ଼ିରେ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଓ ମୋଟର ବୋଟ୍‌ ପରିବର୍ତ୍ତେ ବ୍ୟାଟେରିଚାଳିତ ବୋଟ୍‌ ବ୍ୟବହାର ଲାଗି କି ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri