ମା’ର ବୈଜ୍ଞାନିକ ଦୃଷ୍ଟିକୋଣ

ପ୍ରକୃତି ଓ ପ୍ରାକୃତିକ ଘଟଣା ଆମକୁ ସବୁ ସମୟରେ ଆକର୍ଷିତ କରିଆସିଛି। ଆମେ ଆଖି ଖୋଲିଲେ ବିଭିନ୍ନ ପ୍ରକାର ଜିନିଷ ଆମ ନଜରରେ ପଡ଼େ। ବିଭିନ୍ନ ଆକାରର ଜିନିଷ। ବିଭିନ୍ନ ରଙ୍ଗର ଓ ଭିନ୍ନ ଭିନ୍ନ ଆକୃତିର ଜିନିଷ। ଭିନ୍ନ ଭିନ୍ନ ପ୍ରକୃତିର ଘଟଣା ଦେଖୁ। ପ୍ରକୃତିରେ ଘଟୁଥିବା ସବୁ ଘଟଣାର କାରଣ ଓ ଉଦ୍ଦେଶ୍ୟ ବିଷୟରେ ଆମକୁ ଜଣା ନ ଥିଲେ ବି ଅନେକ ଘଟଣା ବିଷୟରେ ଆମେ ଅନେକ କଥା ଜାଣିଛୁ। ଯାହା ବି ଜାଣିଛୁ, ବିଭିନ୍ନ ଯୁକ୍ତି ଓ ଗବେଷଣା ମାଧ୍ୟମରେ ଜାଣିଛୁ। ଯୁକ୍ତି, ଗବେଷଣା ଓ ସତ୍ୟର ସନ୍ଧାନ ହିଁ ବିଜ୍ଞାନ। ଘଟଣାକୁ ଆମୂଳଚୂଳ ବୁଝିବା ସକାଶେ ବିଜ୍ଞାନର ଆବଶ୍ୟକତା ବି ରହିଛି। ସବୁଠି ବିଜ୍ଞାନର ସ୍ବାକ୍ଷର ରହିଛି। ତେଣୁ ମା’ର ହାଣ୍ଡିଶାଳ ସେଥିରୁ ବାଦ୍‌ ପଡି ନାହିଁ। ରୋଷେଇ କରିବା ସମୟରେ ମା’ ଯେଉଁସବୁ ପଦ୍ଧତି ଅନୁସରଣ କରେ, ସେସବୁ ପଛରେ ଅଳ୍ପ ହେଉ କି ବେଶି ବୈଜ୍ଞାନିକ କାରଣ ନିଶ୍ଚୟ ରହିଛି। ତେଣୁ ମା’ ବିଜ୍ଞାନ ବହି ପଢ଼ିଥାଉ କି ନ ପଢ଼ିଥାଉ, କିନ୍ତୁ ବୈଜ୍ଞାନିକ କୌଶଳ ବ୍ୟବହାର କରି ରୋଷେଇ କାମକୁ ସହଜ କରିପାରୁଛି।
ରୋଷେଇରେ ବାମ୍ଫର ଉଦାହରଣ ନିଆଯାଉ। ରୋଷେଇ କାମକୁ ସହଜ କରିବାରେ ବାମ୍ଫର କରାମତି ବିଷୟରେ ମା’କୁ ଭଲ ଭାବରେ ଜଣାଅଛି। ତରକାରି ରାନ୍ଧିଲା ବେଳେ ବା ଭଜା ଭାଜିଲା ବେଳେ କଡ଼େଇ ଉପରେ ମା’ ଢାଙ୍କୁଣୀ ଘୋଡେଇଦିଏ। କାରଣ, ଢାଙ୍କୁଣୀ ଘୋଡ଼େଇଦେଲେ କଡ଼େଇ ଭିତର ବାମ୍ଫ ବନ୍ଦୀ ହୋଇ ରହେ ଓ ରନ୍ଧାକାମ ଶୀଘ୍ର ହୁଏ। ଯଦି ପଦାର୍ଥ ବିଜ୍ଞାନ ଦୃଷ୍ଟି କୋଣରୁ ମା’ର ଏହି ପଦ୍ଧତିକୁ ବିଚାର କରିବା, ତେବେ ସମାନ ତାପମାତ୍ରାରେ ରହିଥିବା ଗରମ ପାଣି ଓ ବାମ୍ଫ ମଧ୍ୟରୁ ବାମ୍ଫ ଭିତରେ ଅଧିକ ତାପଶକ୍ତି ଲୁଚି ରହିଥାଏ। ତେଣୁ ଖୋଲା କଡ଼େଇରେ ତରକାରି ନ ବସେଇ କିମ୍ବା ଭଜା ନ ଭାଜି କଡ଼େଇ ଉପରେ ଢାଙ୍କୁଣୀ ରଖିଲେ ପରିବାରୁ ବାହାରୁଥିବା ବାମ୍ଫରେ ଲୁଚି ରହିଥିବା ଅଧିକ ତାପ ପରିବାକୁ ଶୀଘ୍ର ସିଝିବାରେ ସାହାଯ୍ୟ କରେ। ତେଣୁ ମା’ର ଢାଙ୍କୁଣୀ ଘୋଡ଼େଇବା ପଦ୍ଧତି ବିଜ୍ଞାନ ସମ୍ମତ।
ଭାତହାଣ୍ଡିକୁ ଢାଙ୍କୁଣୀ ଘୋଡ଼େଇବା କାମ ମା’ର ବୈଜ୍ଞାନିକ ଦୃଷ୍ଟିକୋଣର ଆଉ ଏକ ପରିଚୟ ଦିଏ। ଘରେ ରୋଷେଇ କରିବା ସମୟରେ ଖୋଲା କଡ଼େଇରେ ପାଣି ଫୁଟାଇଲେ ପାଣିର ତାପମାତ୍ରା ବଢ଼ି ବଢ଼ି ଅତି ବେଶିରେ ୧୦୦ ଡିଗ୍ରୀ ସେଲ୍‌ସିୟସ ରହିବ। ଯେତେ ସମୟ ନିଆଁରେ ବସିଲେ ବି ପାଣିର ତାପମାତ୍ରା ଆଉ ବଢ଼ିପାରିବ ନାହିଁ। କିନ୍ତୁ ପାଣି ଉପରେ ବା ଜମା ହୋଇ ରହିଲେ ଫୁଟୁଥିବା ପାଣିର ତାପମାତ୍ରା ଆହୁରି ବଢ଼ିଯାଏ। ସେଥିପାଇଁ ମା’ ଭାତହାଣ୍ଡି ଉପରେ ଢାଙ୍କୁଣୀ ଘୋଡ଼େଇ ଦିଏ। ଫଳରେ ଗରମ ପାଣିରୁ ବାହାରୁଥିବା ବାମ୍ଫ ଢାଙ୍କୁଣୀ ତଳେ ଚାପିହୋଇ ହାଣ୍ଡି ଭିତରେ ରହେ। ତେଣୁ ଫୁଟୁଥିବା ପାଣିର ତାପମାତ୍ରା ଟିକିଏ ଅଧିକ ହୁଏ, ଯାହାକି ଚାଉଳକୁ କମ୍‌ ସମୟରେ ସିଝେଇବାରେ ସାହାଯ୍ୟ କରେ। ତେଣୁ କମ୍‌ ଜାଳେଣି ଖର୍ଚ୍ଚ ହୁଏ।
ଭାତହାଣ୍ଡି ଓ କଡ଼େଇ ଉପରେ ଢାଙ୍କୁଣୀ ଘୋଡେଇ ରୋଷେଇ କରିବା ଅପେକ୍ଷା ପ୍ରେସର କୁକର ଦ୍ୱାରା ଆହୁରି କମ୍‌ ସମୟରେ ରୋଷେଇ ହୋଇପାରେ। ଏହା ପଛରେ ମଧ୍ୟ ସେଇ ବୈଜ୍ଞାନିକ କାରଣ ରହିଛି, ଯାହା ମା’କୁ ଜଣାଅଛି। ଖୋଲା ପାତ୍ରରେ ପାଣି ଗରମ କଲେ ପାଣି ଉପରେ ସାଧାରଣ ବାୟୁମଣ୍ଡଳୀୟ ଚାପ ପଡୁଥାଏ ଏବଂ ତାହା ୧୦୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଫୁଟେ। କିନ୍ତୁ ପ୍ରେସର କୁକର ଭିତରେ ସେମିତି ହୁଏ ନାହିଁ। ପ୍ରେସର କୁକର ଭିତରେ ପାଣି ରଖି ଗରମ କଲେ ପାଣିରୁ ବାହାରୁଥିବା ବାଷ୍ପ ବାହାରକୁ ନ ଯାଇ ସେହି ପାଣି ଉପରେ ଜମାହୋଇ ରହେ। ତେଣୁ ପ୍ରେସର କୁକର ଭିତରର ଚାପ ବାହାରର ବାୟୁମଣ୍ଡଳୀୟ ଚାପଠାରୁ ବଢିଯାଏ। ପାଣି ଉପରେ ଅଧିକ ଚାପ ପଡ଼ିଲେ ତାହା ଅଧିକ ତାପମାତ୍ରାରେ ଫୁଟେ। ଏହାର ଅର୍ଥ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ସେଲ୍‌ସିୟସଠାରୁ ଅଧିକ ହୋଇପାରେ। ପ୍ରକୃତରେ ପ୍ରେସର କୁକର ଭିତରେ ପାଣିର ତାପମାତ୍ରା ୧୦୦ ଡିଗ୍ରୀ ବଦଳରେ ୧୪୦ ଡିଗ୍ରୀ ସେଲ୍‌ସିୟସ ଛୁଇଁଯାଏ। ଏତେ ବେଶି ତାପମାତ୍ରାରେ ରହିଥିବା ଗରମ ପାଣି ସହଜରେ ପନିପରିବା ଓ ମାଂସ ଭିତରେ ପଶିଯାଇ ସେସବୁକୁ ଶୀଘ୍ର ସିଝେଇଦିଏ। ସେଥିପାଇଁ ଖୋଲା କଡ଼େଇରେ ମାଂସ ରାନ୍ଧିଲେ ସିଝିବା ପାଇଁ ବହୁତ ସମୟ ଲାଗେ। କିନ୍ତୁ ପ୍ରେସର କୁକରରେ ରାନ୍ଧିଲେ ଖୁବ୍‌ କମ୍‌ ସମୟରେ ମାଂସ ସିଝିଯାଏ।
କେବଳ ବାମ୍ଫର ବ୍ୟବହାର ନୁହେଁ, ଅନେକ କାମରେ ମା’ର ଅନୁଭୂତି, ଚିନ୍ତାଶକ୍ତି ଓ ବୈଜ୍ଞାନିକ ଦୃଷ୍ଟିକୋଣ ସକାଶେ ସହଜରେ କାମଟି ହୋଇଯାଏ। ତେଣୁ ମା’କୁ ବଡ଼ ବୈଜ୍ଞାନିକ ନ କହିଲେ ବି ତା’ର ବୈଜ୍ଞାନିକ ଦୃଷ୍ଟିକୋଣକୁ ସମ୍ମାନ ଦେବା।
ପ୍ରାଧ୍ୟାପକ, ସ୍ନାତକୋତ୍ତର (ଏମ୍‌.ଏସ୍‌ସି.) ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ସ୍ବୟଂଶାସିତ ସରକାରୀ କଲେଜ, ଭଦ୍ରକ, ମୋ:୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?