Posted inଫୁରସତ

ପୁଅକୁ ୨୬ ବର୍ଷ ଧରି ପିଠିରେ ବସାଇ ବୁଲୁଛନ୍ତି ମା’, କାରଣ ଜାଣିଲେ…

ଜଣେ ମା’ ଆଗରେ ସବୁକିଛି ସମ୍ଭବ। ଏକଥା କାହାକୁ ବି ଅଛପା ନାହିଁ। ଗୋଟିଏ ପିଲା ପାଇଁ ମା’ ନିକଟରେ ଶତ ସିଂହର ବଳ ଆସେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ପର୍ଥରେ। ଏଠାରେ ରହୁଥିବା ଜଣେ ମହିଳା ୨୬ ବର୍ଷୀୟ ପୁଅକୁ ତାଙ୍କ ପିଠିରେ ବସାଇ ଚାରିଆଡ଼େ ବୁଲୁଛନ୍ତି। କାରଣ ପିଲାଟି ଦିନରୁ ପୁଅ ଜିମିର ଆଖିକୁ ଦିଶୁନାହିଁ। ତେଣୁ ମା’ ନିକି ତାଙ୍କୁ ପିଠିରେ ବସାଇ ସାରା ବିଶ୍ୱ ବୁଲୁଛନ୍ତି।

୧୭ ବର୍ଷ ବସୟରେ ମା’ ହୋଇଥିବା ନିକିଙ୍କୁ ଯେତେବେଳେ ଜଣାପଡ଼ିଲା କି ତାଙ୍କ ପୁଅକୁ ଦେଖାଯାଉନାହିଁ। ସେ ସେବେଠାରୁ ଭାବିଥିଲେ ନିଜ ଆଖିରେ ସେ ପୁଅକୁ ସାରା ବିଶ୍ୱ ଦେଖାଇବେ।

ଏବେ ନିକିଙ୍କୁ ୪୩ ବର୍ଷ। ତାଙ୍କ କହିବା କଥା ବୟସ ବଢ଼ିଚାଲିଛି। ଆଗକୁ ଆଉ ଉଠାଇ ପାରିବି କି ନାହିଁ। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ମୁଁ ପୁଅକୁ ଉଠାଇ ପାରୁଥିବି ସେତେଦିନ ପର୍ଯ୍ୟନ୍ତ ପିଠିରେ ବସାଇ ସାରା ବିଶ୍ୱ ଦେଖାଉଥିବି। ଅଷ୍ଟ୍ରେଲିଆର ଅନେକ ସ୍ଥାନ ବୁଲାଇ ସାରିଲେଣି। ଏବେ କାନାଡା ଯିବା ପାଇଁ ଯୋଜନା ରଖିଛନ୍ତି। ନିକି କହିଛନ୍ତି, ଜିମି ଜନ୍ମରୁ ଅନ୍ଧ ସହିତ ତାଙ୍କ ଶରୀରରେ ବି ଅନେକ ଅସୁବିଧା ଅଛି। ଯେଉଁ କାରଣରୁ ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଦେଖାଶୁଣା କରିବାକୁ ପଡୁଛି।

ନିକି କୁହନ୍ତି, ଜିମି ମୋ ପ୍ରେରଣା, ମୁଁ ତାକୁ ଦେଖୁଛି। ସେ ସବୁବେଳେ କେମିତି ଖୁସିରେ ରହୁ। ସେ ମୋତେ ଭଲ ଭାବରେ ଦେଖିପାରୁନାହିଁ। ମାତ୍ର ମୁଁ ତାକୁ ଠିକ୍‌ ଭାବରେ ଦେଖିପାରୁଛି, ବୁଝିପାରୁଛି। ଯେତେବେଳେ ସେ ଅନ୍ଧ ବୋଲି ଜାଣିଥିଲି ମୋ ହୃଦୟ ଭାଙ୍ଗି ଯାଇଥିଲା। କିନ୍ତୁ ନିଜକୁ ସମ୍ଭାଳି ନେଇ ପୁଅକୁ ସବୁଦିନ ମୋ’ ଆଖିରେ ଦୁନିଆ ଦେଖାଇବି ବୋଲି ଶପଥ ନେଇଥିଲି। ଯାହା ଆଜି ପର୍ଯ୍ୟନ୍ତ କରିଆସୁଛି। ଶରୀରରେ ବଳ ଥିବା ଯାଏ କରୁଥିବି। ନିକିଙ୍କ କଥା ଶୁଣି ଲୋକେ ପ୍ରଶଂସା କରୁଛନ୍ତି। ଏମିତି ମା’ଙ୍କୁ ଶହେ ସଲାମ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି...

ଶ୍ରମ ହିଁ ସାହାରା

ତାଙ୍କ ପାଖରେ ନାହିଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବା କୌଣସି ଚାକିରି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି। ଘରର ପୁରୁଷମାନେ ଯେ...

କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…

ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ...

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ସବୁଠୁ ରାଗ ଲଙ୍କା ଖାଇ କଲେ ବିଶ୍ୱ ରେକର୍ଡ, ଆଉ ତା’ ପରେ…

ଆପଣ କେବେ ଶୁଣିଛନ୍ତି ଲଙ୍କା ଖାଇଲେ ମୃତ୍ୟୁ ହୁଏ ବୋଲି। ମାତ୍ର ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ୱ ରେକର୍ଡ କରିବାର କିଛି ସମୟ ପରେ...

ପାନ ଖୁଆଇ ବାଛନ୍ତି ଜୀବନସାଥୀ

ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ଓ ସାତ ଜନ୍ମର ସମ୍ପର୍କ ଭାବେ ବିବେଚନା କରାଯାଏ। ଏଠାରେ ବିବାହର ଅନେକ ପ୍ରକାର ନୀତି ନିୟମ ଦେଖିବାକୁ ମିଳିଥାଏ।...

କୋଲ୍ଡ ଡ୍ରିଙ୍କ୍‌ସ ପିଇ ୧୭ ବର୍ଷ

ତେହରାନ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍‌ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ...

Advertisement
Archives

Model This Week