ସିରିଆରେ ଗୃହଯୁଦ୍ଧ, ଆଇଏସ୍‌-କୁର୍ଦ୍ଦ ସୈନ୍ୟ ମୁହାଁମୁହିଁ…

ଦାମାସ୍‌କସ୍‌, ୨୪।୧ : ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ଏବଂ କୁର୍ଦ୍ଦ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଏବଂ କୁର୍ଦ୍ଦ ବାହିନୀ ମଧ୍ୟରେ ଏହି ବିବାଦ ଗୁରୁବାର ଠାରୁ ଆରମ୍ଭ ହୋଇଛି।

ସେମାନଙ୍କ ସାଥୀଙ୍କୁ ମୁକ୍ତ କରିବା ପାଇଁ ୧୦୦ ରୁ ଅଧିକ ଆଇଏସ ଆତଙ୍କବାଦୀ ସିରିଆର ଅଲ-ହାସାକା ସହରର ଘବରେନ ଜେଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ କୁର୍ଦ୍ଦ ସୈନ୍ୟମାନେ ଏହାର ପ୍ରତିରୋଧ କରିଥିଲେ। ଫଳରେ ଗୃହଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିଲା।

ଖବର ଅନୁଯାୟୀ, ଏହି ରକ୍ତାକ୍ତ ସଂଘର୍ଷରେ ଗତ ୪ ଦିନ ମଧ୍ୟରେ ୮୪ ଆଇଏସଆଇଏସ ଆତଙ୍କବାଦୀ ଏବଂ ୪୫ କୁର୍ଦ୍ଦ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୭ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଅନେକ ଦିନ ଧରି ସିରିଆରେ ଜାରି ରହିଥିବା ରକ୍ତାକ୍ତ ବିବାଦ ଯୋଗୁଁ ସାରା ବିଶ୍ୱରେ ମାନବିକ ଅଧିକାର ଏବଂ ଶାନ୍ତି ପ୍ରେମୀ ସଂଗଠନଗୁଡ଼ିକର ଚିନ୍ତା ବଢ଼ିବାରେ ଲାଗିଛି। ରବିବାର ପୋଲିସ ହେପାଜତରେ ରହିଥିବା ୮୫୦ ନାବାଳିକାଙ୍କ ସୁରକ୍ଷା ପାଇଁ ୟୁନିସେଫ ଦାବି କରିଛି।

ଏଥି ସହିତ ବ୍ରିଟେନର ସିରିଆର ଅବଜରଭେଟୋରୀ ଫର୍‌ ହ୍ୟୁମାନ ରାଇଟ୍ସ କହିଛି ଯେ ଆଇଏସ ଆତଙ୍କବାଦୀମାନେ ଘବରେନ ଜେଲ ଉପରେ ଆକ୍ରମଣ ଙ୍‌କରି ସେମାନଙ୍କ ଅନେକ ସାଥୀଙ୍କୁ ଉଦ୍ଧାର କରିବା ସହିତ ବିପୁଳ ପରିମାଣର ଅନେକ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ।

ଆତଙ୍କବାଦୀ ଘଟଣାର ବିଶେଷଜ୍ଞଙ୍କ କହିବାନୁସାରେ, ଇସଲାମିକ ଷ୍ଟେଟ ପୁଣି ଥରେ ସିରିଆରେ ନିଜର ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅନେକ ସ୍ଲିପର ସେଲ୍‌ ମଧ୍ୟ ସକ୍ରିୟ ହୋଇପାରିଛି। ଅନ୍ୟପକ୍ଷରେ ସିରିଆର ଅବସ୍ଥା ପୁଣି ଥରେ ଖରାପ ହେବାକୁ ଯାଉଛି। ୨୦୧୧ ମସିହାରେ ସିରିଆରେ ଆଇଏସ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆରମ୍ଭ କରିଥିଲା।

ଏହା ପରେ ହଜାର ହଜାର ଲୋକଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଆମେରିକାର ସୁରକ୍ଷା ବାହିନୀ ପ୍ରାୟ ତିନି ବର୍ଷ ପୂର୍ବେ ପ୍ରତିଶୋଧ ନେଇଥିଲେ ଏବଂ ଆଇଏସ୍‌ ଆତଙ୍କବାଦୀଙ୍କ ସ୍ଥିତି ସିରିଆରେ ଦୁର୍ବଳ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri