Posted inଜାତୀୟ

ମା’ପୁଅ, ସମ୍ପର୍କୀୟ ଜୀବନ୍ତ ଦଗ୍ଧ

ଗୁଆହାଟୀ,୮ା୬: ହିଂସା ପ୍ରଭାବିତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଅଶାନ୍ତି ଲାଗିରହିଛି। ଜଣେ ମହିଳା ନିଜ ୮ ବର୍ଷର ଗୁଳିବିଦ୍ଧ ପୁଅକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଉଥିବାବେଳେ ସେମାନଙ୍କ ଆମ୍ବୁଲାନ୍ସରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ଏଥିରେ ଉଭୟଙ୍କ ସହ ସେମାନଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି।
ଗୁଳିମାଡ଼ର ଶିକାର ହୋଇଥିବା ନାବାଳକଙ୍କୁ ତାଙ୍କ ମା’ ରବିବାର ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ନେଇ ଯାଉଥିଲେ। ଇମ୍ଫାଲ ଓ୍ବେଷ୍ଟ ଅନ୍ତର୍ଗତ ଇରୋଇସେମ୍ବାର ଲାମ୍ଫେଲ ଥାନା ଅଞ୍ଚଳରେ ଲୋକେ ସେଥିରେ ନିଅଁା ଲଗାଇଦେଇଥିଲେ। ଫଳରେ ୮ ବର୍ଷୀୟ ତୋନ୍‌ସିଂ ହଙ୍ଗ୍‌ସିଙ୍ଗ୍‌, ତାଙ୍କ ମା’ ମୀନା ହଙ୍ଗ୍‌ସିଙ୍ଗ୍‌ ଓ ସମ୍ପର୍କୀୟ ଲିଡିଆ ଲରେମ୍ବାମ୍‌ଙ୍କ ମୃତ୍ୟୁ ଘଟିଛି। ମୀନା ମେଇତି ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କ ସ୍ବାମୀ କୁକି ବର୍ଗର। ମେ’ ୩ ହିଂସା ପରଠୁ ସେମାନେ କଙ୍ଗ୍‌ଚୁପ୍‌ସ୍ଥିତ ଆସାମ ରାଇଫଲ୍ସ ରିଲିଫ୍‌ କ୍ୟାମ୍ପରେ ରହୁଥିଲେ। ମଣିପୁର ହିଂସାରେ ଅଦ୍ୟାବଧି ୮୦ ଜଣଙ୍କ ଜୀବନ ଯାଇଥିବାବଳେ ୩୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri