Posted inଜାତୀୟ

ସ୍ବାମୀ,୨ ପିଲାଙ୍କୁ ଛାଡ଼ି ଫେରାର ହୋଇଥିଲେ ମହିଳା; ସରକାରୀ ଚାକିରି ମିଳିବା ପରେ ଘରୁ ବାହାର କରିଦେଲେ ପ୍ରେମିକ; ଏବେ…

ବେଙ୍ଗାଲୁରୁ,୧୨।୯: ସାତ ଦୀପକୁ ସାଖୀ ରଖି ବିବାହ କରିଥିଲେ। ହେଲେ ପ୍ରେମରେ ପଡ଼ିବା ପରେ ସବୁକିଛି ଭୁଲିଗଲେ। ସ୍ବାମୀ ଏବଂ ପିଲାଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଭାବିଥିଲେ ସୁଖର ସଂସାର ପୁଣି କରିବେ। ହେଲେ କିଛି ଭିନ୍ନ ଘଟିଲା। ସରକାରୀ ଚାକିରି ପାଇବା ପରେ ପ୍ରେମିକ ତାଙ୍କୁ ଭୁଲିଗଲେ। ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ଏଭଳି ଏକ ଘଟଣା କର୍ନାଟକର ଦାବଣଗେରେ ଘଟିଛି।
ମହିଳାଙ୍କ ପ୍ରେମୀଙ୍କ ନାମ ନବୀନ। ସେ ହୁବଲି (Hubli) ଜିଲାର ବାସିନ୍ଦା। ନବୀନ ତିନି ବର୍ଷ ପୂର୍ବେ ଦାବଣଗେରେ ଆସିଥିଲେ ଏବଂ ଏକ ପେପର୍‌ ଭ୍ୟାନ ଚଳାଉଥିଲେ। ତାଙ୍କର ଓ ମହିଳାଙ୍କର ପରିଚୟ ତିନି ବର୍ଷ ପୂର୍ବେ ହୋଇଥିଲା। ପରିଚୟ ପରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ମହିଳା ହରପନହଲ୍ଲୀର ବାସିନ୍ଦା ଏବଂ ତାଙ୍କର ଦୁଇ ସନ୍ତାନ ଅଛନ୍ତି। ପ୍ରେମରେ ପଡ଼ିବା ପରେ ମହିଳା ନିଜ ସ୍ବାମୀକୁ ଛାଡ଼ି ସନ୍ତାନମାନଙ୍କୁ ସହ ନବୀନ୍‌ଙ୍କ ପାଖକୁ ଆସିଥିଲେ। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ନବୀନଙ୍କ ସରକାରୀ ଚାକିରି ମିଳିବା ପରେ ତାଙ୍କର ବ୍ୟବହାର ପୂରାପୂରି ବଦଳିଯାଇଥିଲା। ଉଭୟଙ୍କ ମଧ୍ୟରେ କିଛି ଦିନଠାରୁ ଝଗଡ଼ା ଆରମ୍ଭ ହୋଇଥିଲା।
ବୁଧବାର ଦୁପୁରୁଠାରେ ଶାମନୂର୍‌ ରୋଡ ସ୍ଥିତ ଏକ ପାର୍କରେ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଥିଲା, ଫଳରେ ପାର୍କର୍ରେ ଲୋକମାନଙ୍କର ଭିଡ଼ ଜମିଥିଲା। ନବୀନ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ଏନେଇ ସୂଚନା ମିଳିବା ପରେ ଦାବଣଗେରେ ବରଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଯାଇଥିଲା ଏବଂ ମହିଳାଙ୍କୁ ପଚରାଉଚରା କରିଥିଲା। ମହିଳା ପୋଲିସ ଆଗରେ ନବୀନଙ୍କ ଉପରେ ନିଜର ଗହଣା ଏବଂ ଟଙ୍କା ହଡ଼ପ କରିବାର ଅଭିଯୋଗ କରିଥିଲେ। ଏପରିକି ସେ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ଅପରପକ୍ଷେ ନବୀନ ନିଶାରେ ଥିବା ଯୋଗୁ ପୋଲିସ ତାଙ୍କୁ ପରେ ପଚରାଉଚରା କରିବ ବୋଲି କହିଥିଲେ। ଏବେ ଘଟଣାର ତଦନ୍ତ ଆରମ୍ଭ ହୋଇଛଇ। ଏହି ଘଟଣା ସ୍ଥାନୀୟ ଲୋକମାନଙ୍କରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ନ୍ୟାୟ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛି। ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ଏକ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri