ପ୍ରେମ ଓ କରୁଣାର ଦିଗନ୍ତ ମା’

ବିମଳ ପ୍ରସନ୍ନ ଦାସ

ଫେବୃୟାରୀ ୨୧ ଦିବ୍ୟ ଜନନୀ ଶ୍ରୀମାଙ୍କର ପବିତ୍ର ଜନ୍ମତିଥି। ପ୍ରବାହମାନ କାଳ ବକ୍ଷରେ ସମଗ୍ର ମାନବ ଜାତି ତଥା ସଭ୍ୟତା ପାଇଁ ନିୟତି ନିର୍ଦ୍ଦିଷ୍ଟ ଏକ ସମୁଜ୍ଜ୍ୱଳ ସ୍ବର୍ଣ୍ଣାଭ ମୁହୂର୍ତ୍ତ। ଏହିପରି ଦେବ ବେଳାରେ ଦିବ୍ୟଶକ୍ତିଙ୍କର ଦିବ୍ୟ ଅବତରଣ ହୋଇଥାଏ, ଯାହା ଅଜ୍ଞାନ ଓ ଅହଂକାରଗ୍ରସ୍ତ ଜନମାନସ ଜାଣିବା ସମ୍ଭବ ହୁଏନାହିଁ। ସେଥିପାଇଁ ମହାକାବ୍ୟ ‘ସାବିତ୍ରୀ’ର ୫୫ ପୃଷ୍ଠାରେ ଋଷି କବି ଶ୍ରୀଅରବିନ୍ଦ ଉଲ୍ଲେଖ କରିଛନ୍ତି। ”ଏ ମଣିଷ ଜାଣିବନି ଦେବତାର ଆଗମନୀ ଆଳସ୍ୟ ବା ଆଳାପରେ ରହିଥିବ ଶୋଇ- ସ୍ବୀକାର ବି କରିବନି ଭଗବାନ ଆସିଲେଣି- ଯେ ପର୍ଯ୍ୟନ୍ତ ତା’ର କାର୍ଯ୍ୟ ହୋଇନାହିଁ।“ ଈଶ୍ୱରପୁତ୍ର ଯିଶୁ ଘୋଡ଼ାଶାଳରେ ଓ ସ୍ବୟଂ ପରଂବ୍ରହ୍ମ ଶ୍ରୀକୃଷ୍ଣ କଂସର ବନ୍ଦୀଶାଳାରେ ଆବିର୍ଭୂତ ହେଲେଣି- ଅଜ୍ଞାନାଚ୍ଛନ୍ନ ମଣିଷ ଜାଣିବା ସମ୍ଭବ ହୋଇନାହିଁ।
ପାର୍ଥିବ ଜୀବନର ଏକ ମହା ପରିବର୍ତ୍ତନ ଘଟାଇବା ଉଦ୍ଦେଶ୍ୟରେ ଅବତାର ମାନେ ଧରାପୃଷ୍ଠରେ ଅବତରଣ କରନ୍ତି। ପୃଥିବୀ ବକ୍ଷରେ ଏକ ନୂତନ ଚେତନା ଜନ୍ମଗ୍ରହଣ କରେ। ଏକ ନୂତନ ଶକ୍ତି କ୍ରିୟାଶୀଳ ହୁଏ। ଏକ ଅପ୍ରତିହତ ସ୍ରୋତସ୍ବିନୀ ସଦୃଶ ଚେତନାର କ୍ରମ ବିନାଶ ସ୍ବଚ୍ଛନ୍ଦରେ ବେଗଗାମୀ ହୋଇଉଠେ। ପରମ କରୁଣାମୟୀ ଶ୍ରୀମା’ଙ୍କ ଧରାବତରଣ ବିଶ୍ୱ ନିମନ୍ତେ ଏକ ମହାନ୍‌ ଦିବ୍ୟ ପ୍ରତିଶ୍ରୁତି ବହନ କରେ। ଶ୍ରୀମା ହିଁ ଅପରାଜୟ ଶକ୍ତି ସ୍ବରୂପିଣୀ ‘ସାବିତ୍ରୀ’। ନାସ୍ତି କବଳରୁ, ମୃତ୍ୟୁ ହାତରୁ ସତ୍ୟବାନଙ୍କ ଆମତ୍ାଙ୍କୁ ଫେରାଇ ଆଣିବା ପାଇଁ ଏ ଧୂଳିମାଟିର ଧରିତ୍ରୀରେ ସେ ଅବତୀର୍ଣ୍ଣ ହୋଇଛନ୍ତି। ଧରିତ୍ରୀ ବିକଳ ପ୍ରାର୍ଥନା କରି ମା’ଙ୍କୁ ଆବାହନ କରିଛି। ନୂତନ ଜୀବନ ଓ ଜଗତର ରୂପକାର ଋଷି ଶ୍ରୀଅରବିନ୍ଦ ତାଙ୍କ ରଚିତ ଅନବଦ୍ୟ ସୃଷ୍ଟି ସାବିତ୍ରୀ ମହାକାବ୍ୟରେ ମର୍ମସ୍ପର୍ଶୀ ଭାଷାରେ ଲେଖିଛନ୍ତି। ”ସମଗ୍ର ପ୍ରକୃତି ଆଜି କରେ ତବ ଆବାହନ ବିମୌନ ଭାଷାରେ – ଚରଣ ପରଶେ ତବ କରିବାକୁ ନିରାମୟ ଜୀବନ ବ୍ୟଥାରେ“। ”ସେ ଆକୃତିପୂର୍ଣ୍ଣ ଆବାହନର ପ୍ରତିଶ୍ରୁତି ସ୍ବୟଂ ଦିବ୍ୟଜନନୀ – ଶ୍ରୀମା, ସୃଷ୍ଟିର ସୁରକ୍ଷା, ସଂହତି, ନ୍ୟାୟ, ନୀତି ଓ ଧର୍ମର ସଂସ୍ଥାପନା ଉଦ୍ଦେଶ୍ୟରେ ମାତୃଶକ୍ତିର ଆବାହନ ଓ ଅବତରଣ ସମୃଦ୍ଧ ତଥା ଶାଶ୍ୱତ ଆର୍ଯ୍ୟ ସଂସ୍କୃତିର ଏକ ଅନାହତ ଧାରା। ଏହି ପରିପ୍ରେକ୍ଷୀରେ ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କ ନିଃସୃତ ପୂର୍ଣ୍ଣଯୋଗର ସାଧନା ଓ ସିଦ୍ଧିରେ ଦିବ୍ୟ ଜନନୀଙ୍କୁ ଆବାହନ କରିଛନ୍ତି। ତାଙ୍କ ପବିତ୍ର ଯୋଗ ଦୃଷ୍ଟିରେ ସ୍ବୟଂ ମା’ ହେଉଛନ୍ତି ବିଭୁ ପ୍ରେମ ଓ କରୁଣାର ସର୍ବୋତ୍ତମ ଅଭିବ୍ୟକ୍ତି ଏବଂ ଆଧ୍ୟାମତ୍ିକ ଚେତନାର ଅମୃତ ଦିଗନ୍ତ। ସେ ହେଉଛନ୍ତି ମାନବ ଆଧାର ଏବଂ ଦିବ୍ୟ ପ୍ରକୃତି ମଧ୍ୟରେ ପବିତ୍ର ସେତୁବନ୍ଧ। ସୃଷ୍ଟି ତଥା ଜୀବଜଗତକୁ ଚିନ୍ମୟୀ ଶକ୍ତି ଭାବରେ ଧାରଣ କରିଛନ୍ତି। ପ୍ରଥମତଃ ସେ ବିଶ୍ୱତୀତା। ଆଦ୍ୟା ପରାଶକ୍ତି, ସକଳ ଭୁବନର ଊର୍ଦ୍ଧ୍ୱରୁ ପରଂବ୍ରହ୍ମଙ୍କର ଚିର ଅବ୍ୟକ୍ତ ରହସ୍ୟ ସହିତ ସୃଷ୍ଟିର ସଂଯୋଗ ସ୍ଥାପନ କରନ୍ତି। ‘ସାବିତ୍ରୀ’ ମହାକାବ୍ୟରେ ଋଷି କବି ମା’ଙ୍କୁ ସ୍ବର୍ଣ୍ଣମୟ ସେତୁ ସେ ଯେ ବହ୍ନି ଅନୁପମ“ ଭାବରେ ଅଭିବ୍ୟକ୍ତ କରିଛନ୍ତି। (ସାବିତ୍ରୀ ୩୧୪ ପୃୃଷ୍ଠା)। ଦ୍ୱିତୀୟତଃ ସେ ବିଶ୍ୱବ୍ୟାପିନୀ ଓ ବିଶ୍ୱରୂପିଣୀ ମହାଶକ୍ତି -ଏହି ସବୁ ସୃଷ୍ଟି କରିଛନ୍ତି। ଅନନ୍ତ କୋଟି କ୍ରିୟା – ପ୍ରକ୍ରିୟା ଓ ଶକ୍ତିକୁ ନିଜ ଭିତରେ ଧାରଣ କରିଛନ୍ତି। ସେ ସବୁର ଭିତରେ ସ୍ବୟଂ ପ୍ରବେଶ କରିଛନ୍ତି। ସେ ସବୁକୁ ପୋଷଣ ଓ ଚାଳନ କରୁଛନ୍ତି। ତୃତୀୟତଃ ସେ ବି ବ୍ୟଷ୍ଟିରୂପା; ତାଙ୍କର ଏହି ରୂପ ବିଶ୍ୱାତୀତ ଓ ବିଶ୍ୱଗତ। ଏହି ଦୁଇ ବୃହତ୍ତର ଭାବକୁ ସଶରୀରେ ଆମ ପାଖରେ ଜୀବନ୍ତ ଓ ଗୋଚର କରି ଧରିଛନ୍ତି।
ପୂର୍ବୋକ୍ତ ଧରିତ୍ରୀ ଏବଂ ପ୍ରକୃତିର ଆକୃତି ଓ ଆବେଦନର ପ୍ରତିଶ୍ରୁତି ସେ ଅଭିବ୍ୟକ୍ତ କରିଛନ୍ତି- ଯାହା ‘ସାବିତ୍ରୀ’ ମହାକାବ୍ୟରେ ୬୯୨ ପୃଷ୍ଠାରେ ଋଷିକବି ଶ୍ରୀଅରବିନ୍ଦଙ୍କ ଅମୃତମୟ ଲେଖନୀର ଶାଶ୍ୱତ ଆଲେଖ୍ୟ। ”ତୋଳିବାକୁ ଏ ଧରଣୀ ଦିବ୍ୟ ଭୂମି ଅମର ଆଲୋକେ – କରିବାକୁ ରୂପାନ୍ତର ମର୍ତ୍ତ୍ୟ ପ୍ରାଣ ଦିବ୍ୟ ଜୀବନରେ – ଆଗମନ ଆମ ଆଣିବାରେ ଦେବତାରେ ଏ ଧରଣୀ ପରେ।“
ମଣିଷର ଅସଂପୂର୍ଣ୍ଣତା ତଥା ଅସହାୟତାକୁ ଲକ୍ଷ୍ୟ କରି ତାକୁ ସତ୍ୟ ଏବଂ ପରିପୂର୍ଣ୍ଣତା ଦିଗରେ ନେଇଯିବା ପାଇଁ ତାଙ୍କ ମାତୃ ହୃଦୟ କିପରି ପ୍ରେମ ଓ କରୁଣାରେ ବିଗଳିତ ହୋଇ ବିଶ୍ୱନିୟନ୍ତାଙ୍କୁ ବ୍ୟାକୁଳ ପ୍ରାର୍ଥନା କରିଛି। ତାହା ତାଙ୍କ ନିଜ ଅନୁପମ ଭାଷାରେ ଅଭିବ୍ୟକ୍ତ ହୋଇଛି ଧ୍ୟାନ ଏବଂ ପ୍ରାର୍ଥନାରେ। ”ଲୋକମାନଙ୍କର ଅଜ୍ଞାନ ଓ ଅନ୍ଧକାର ଜୀବନ ସେମାନଙ୍କ ନିର୍ବୋଧ ଉତ୍ତେଜନା ଓ ବ୍ୟର୍ଥ ବିକ୍ଷିପ୍ତତାର ଜୀବନ। ମୋର ମନେହୁଏ କି ଦୀନହୀନ କି ବେଦନାକ୍ଳିଷ୍ଟ। ଅଥଚ ତୋର ପରମ ଜ୍ୟୋତିର କଣିକାଏ ତୋର ଦିବ୍ୟ ପ୍ରେମର ବିନ୍ଦୁଏ ସେମାନଙ୍କର ବେଦନାକୁ ଆନନ୍ଦର ମହାସାଗରରେ ପରିଣତ କରିପାରେ। ଭଗବାନ ମୋର ପ୍ରାର୍ଥନା ତୋ ଆଡ଼କୁ ଉଠି ଚାଲିଛି। ସେମାନେ ଲାଭ କରନ୍ତୁ ତୋର ଶାନ୍ତି, ଆଉ ତୋର ସ୍ଥିର ଅଦୃଶ୍ୟ ଶକ୍ତି, ଯାହାର ଉତ୍ସ ହେଉଛି ଅଟଳ ପ୍ରସନ୍ନତା- ଏହା ସେଇମାନଙ୍କର ଯେଉଁମାନଙ୍କର ଆଖି ଖୋଲିଛି ଏବଂ ଯେଉଁମାନେ ସେମାନଙ୍କ ସାର ଆଲୋକିତ ଗଭୀର ପ୍ରକୋଷ୍ଠରେ ତୋତେ ଉପଲବ୍‌ଧି କରନ୍ତି। (ଧ୍ୟାନ ଓ ପ୍ରାର୍ଥନା -୨୧-୨୨ ପୃଷ୍ଟ)- ହେ ମଧୁମୟ ପ୍ରଭୁ ତୁମକୁ ମୁଁ ନୀରବରେ ପୂଜାକରେ। ତୁମ ନିକଟରେ ମୁଁ ସର୍ବୋଚ୍ଚଭାବେ ନିବେଦିତ। ତୁମ ପ୍ରେମର ବହ୍ନିରେ ମୋର ହୃଦୟକୁ ତ୍ରୁଟିକୁ ଦହନ କରୁ। ଅହଂକାରର ଶୁଷ୍କ କାଷ୍ଠ ଓ ଅଜ୍ଞାନର କୃଷ୍ଣ ଅଙ୍ଗାର ଭିତରୁ ଆଣିଦେଉ ସ୍ବସ୍ତିର ଉଷ୍ଣତା ଓ ଆଲୋକର ଛଟା। ତୁମର ପ୍ରେମ ବ୍ୟକ୍ତ ହେଉ। ପ୍ରେମର ଏହି ବିଶୁଦ୍ଧ ଫୁଲଟି ମୋ ଭିତରେ ଫୁଟି ଉଠୁ। ମୋର ସନ୍ତାନମାନେ ତା’ର ସୌରଭରେ ସୁରଭିତ ହୁଅନ୍ତୁ। ଏହି ପ୍ରେମ ଓ ସକଳ ଶକ୍ତି, ଶାନ୍ତି ଓ ସିଦ୍ଧିର ଉତ୍ସ। ତୁମର ଶାନ୍ତ ସୃଷ୍ଟିକୁ ଆଚ୍ଛାଦିତ କରୁ। (ଧ୍ୟାନ ପ୍ରାର୍ଥନା ୨୩ ପୃଷ୍ଟ)
ବିଶ୍ୱଜନନୀଙ୍କ ପ୍ରେମ ଓ କରୁଣାର ମନ୍ଦାକିନୀ ଧାରା ଆମ ଜୀବନକୁ ଅମୃତାୟିତ କରି ସାଂପ୍ରତିକ ଅମାନୁଷିକତାରୁ ଅତିମାନସିକତାର ଆଭିମୁଖ୍ୟ କରୁ – ଏତିକି ତାଙ୍କ ୧୪୫ତମ ପବିତ୍ର ଜୟନ୍ତୀରେ ପ୍ରାର୍ଥନା।
ମୋ : ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?