୩ ଦିନ ହେଲା ଓଟି ବନ୍ଦ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ବଡ ମେଡିକାଲରେ ପୁଣି ଅବ୍ୟବସ୍ତା ଦେଖାଦେଇଛି। ବିନା ନୋଟିସ୍‌ରେ ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର (ଓଟି)ବନ୍ଦ କରାଯାଇଛି। ୩ ଦିନ ହେଲା ଏହି ବିଭାଗରେ ଓଟି ବନ୍ଦ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ ହଇରାଣ ହେଉଛନ୍ତି। ଅସ୍ତ୍ରୋପଚାର ପାଇଁ ରୋଗୀମାନେ ୨୪ଘଣ୍ଟା ଖାଲି ପେଟରେ ରହିଥାନ୍ତି। କିନ୍ତୁ ସେମାନେ ଖାଲିପେଟରେ ରହିବା ପରେ ଫେରାଇ ଦିଆଯାଉଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି। ଶୁକ୍ରବାର ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। କୌଣସି କାରଣରୁ ତାହା ହୋଇ ନ ପାରି ସୋମବାରକୁ ସ୍ଥିର କରାଗଲା। ରୋଗୀଙ୍କୁ ନେଇ ଡାକ୍ତର ଓଟିରେ ପହଞ୍ଚିବା ବେଳେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଜିନିଷ ଆସି ନ ଥିଲା, କିମ୍ବା ଏ ସମ୍ପର୍କରେ କାହାକୁ ନୋଟିସ୍‌ କରାଯାଇ ନ ଥିଲା। ଫଳରେ ଡାକ୍ତର ଓ ରୋଗୀ ଓଟିରୁ ଫେରି ଆସିଥିଲୋ। ପ୍ରକାଶ ଯେ, ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ସାମଗ୍ରୀ ଏଚ୍‌ଏଲ୍‌ଏଲ୍‌ ପ୍ରାଇଭେଟ୍‌ ଲିମିଟେଡ ଯୋଗାଣ କରୁଥିଲା। ଅସ୍ତ୍ରୋପଚାର ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଡାକ୍ତର (ଇଣ୍ଡେନ୍‌) କରି ଅଧୀକ୍ଷକଙ୍କ ଅଫିସକୁ ପଠାଇଥିଲେ। ସେଠାରୁ ସବୁ ସାମଗ୍ରୀ ଆସିଲେ ଅସ୍ତ୍ରୋପଚାର ହେଉଥିଲା। କିନ୍ତୁ ତାହା ଆସୁ ନ ଥିବାରୁ ଅସ୍ତ୍ରୋପଚାର ହୋଇପାରୁ ନାହିଁ।
ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ଏଚ୍‌ଏଲ୍‌ଏଲ୍‌ ସମସ୍ତ ସାମଗ୍ରୀ ଯୋଗାଣ କରୁଥିଲା। କିନ୍ତୁ ବର୍ତ୍ତମାନ ଏକ ନୂଆ ସଂସ୍ଥା ଏହାର ଟେଣ୍ଡର ପାଇଛି। ଏଚ୍‌ଏଲ୍‌ଏଲ୍‌ ବିନା ନୋଟିସରେ ଏ ସବୁ ବନ୍ଦ କରିଦେଇଛି। ନୂଆ ସଂସ୍ଥାକୁ ଇଣ୍ଡେନ ହୋଇଥିବା ସାମଗ୍ରୀ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ଶୀଘ୍ର ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…

ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

‘ରୋଗୀଣା-ପାଗଳା କୁକୁରମାନଙ୍କୁ ମାରିବା ବିଷୟରେ ବିଚାର କରନ୍ତୁ’: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୫: ୧୯ ମଇରେ ସୁପ୍ରିମକୋର୍ଟ ବୁଲା କୁକୁର ସମ୍ପର୍କିତ ତାଙ୍କର ପୂର୍ବ ଆଦେଶକୁ ସଂଶୋଧନ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ ୨୦୨୫…

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍‌ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍‌ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଛନ୍ତି । ବରଗଡ଼ ଜିଲାରେ…

ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ: ସାମିଲ ହେଲେ ବିଧାୟକଙ୍କ ସହ ଏମାନେ…

ଗଞ୍ଜାମ,୧୯।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳିଜଗନ୍ନାଥପୁର ସ୍ଥିତ ପ୍ରଭୁ ଶ୍ରୀ ବାଲି ଲୋକନାଥଙ୍କ ମନ୍ଦିର ପରିସରରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବିଶେଷ…

ଘୋର ଅନର୍ଥ…ଏମିତି କାହିଁକି ହେଲା? ଚାଇନା ଜାହାଜ ଉପରେ ଆକ୍ରମଣ କଲା ରୁଷିଆ, ତାହା ପୁଣି ପୁଟିନଙ୍କ ଗସ୍ତର ୨ ଦିନ ପୂର୍ବରୁ

ବେଜିଂ,୧୯।୫: ୟୁକ୍ରେନ ଦାବି କରିଛି ଯେ ରୁଷିଆ ତାର ଘନିଷ୍ଠ ସହଯୋଗୀ ଚାଇନାର ଏକ ଜାହାଜ ଉପରେ ଆକ୍ରମଣ କରିଛି। ଅଲ ଜାଜିରାର ଏକ ରିପୋର୍ଟ ଅନୁଯାୟୀ,…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

ତୈଳବୀଜ ଶସ୍ୟ ଚାଷ କରିବାକୁ ଯୁବଚାଷୀଙ୍କୁ ଆହ୍ବାନ ଦେଲେ ସମୀର

ବଡ଼ଗାଁ, ୧୯।୫(ଅଶୋକ ଷଡଙ୍ଗୀ): ଭାରତରେ ତୈଳବୀଜ ଉତ୍ପାଦନ ସେତେଟା ହେଉନଥିବାରୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତେଲ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri