ବାଲ୍ୟବିବାହ କ’ଣ ଏମିତି ରୋକିହେବ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଆସାମରେ ବାଲ୍ୟବିବାହ ବିରୋଧରେ ସେଠାକାର ଭାଜପା ସରକାରଙ୍କ ଦ୍ୱାରା ଗତ କିଛି ସପ୍ତାହ ହେଲା ଚାଲିଥିବା ଯୁଦ୍ଧକାଳୀନ ଦଣ୍ଡାତ୍ମକ ଅଭିଯାନ ବିବାଦୀୟ ହୋଇ ପଡ଼ିଛି। ଇତିମଧ୍ୟରେ ଗୁଆହାଟୀ ହାଇକୋର୍ଟ ଏନେଇ ସରକାରଙ୍କ ଭୂମିକାକୁ ଭର୍ତ୍ସନା କରିବା ସହ ପୋଲିସ ଲୋକଙ୍କ ବିରୋଧରେ ଆଇନର ବିଭିନ୍ନ କଠୋର ଧାରା ବିଶେଷକରି ପୋକ୍ସୋ ଆଇନର ମନଇଚ୍ଛା ବ୍ୟବହାର କରିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ସମସ୍ତ ବିରୋଧୀ ଦଳ ଏପରିକି ଅନେକ ସାମାଜିକ ସଙ୍ଗଠନ ମଧ୍ୟ ବାଲ୍ୟବିବାହ ରୋକିବା ନାଁରେ ସରକାରଙ୍କ ଏଭଳି ଦଣ୍ଡାତ୍ମକ ଅଭିଯାନକୁ ବିରୋଧ କରିବା ଦେଖାଯାଇଛି। ସରକାରଙ୍କ ଅଭିଯାନ ବିରୋଧରେ ଭୟଙ୍କର ଜନ ଅସନ୍ତୋଷ ଦେଖାଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ପ୍ରତିବାଦ, ଲାଠିଚାଳନା ଏପରିକି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟିହୋଇଛି।
ଦେଶରେ ବାଲ୍ୟବିବାହ ରୋକିବା ପାଇଁ ଆଇନ ରହିଛି। ଏହି ଆଇନ ମୁତାବକ ବାଲ୍ୟବିବାହରେ ସାମିଲ ଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ପ୍ରଶାସନ କୌଣସି ସ୍ଥାନରେ ବାଲ୍ୟବିବାହ ହେଉଥିବା ନେଇ ସୂଚନା ପାଇଲେ, ଘଟଣାସ୍ଥଳରେ ପହଞ୍ଚତ୍ ତାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ଯଦିଓ ଏଥିରେ ଉଭୟ ବର ଓ କନ୍ୟାପକ୍ଷ, ବିବାହ କରାଉଥିବା ପୁରୋହିତ, ପାଦ୍ରୀ ଅଥବା ମୌଲବୀ ଏପରିକି ଅନ୍ୟ ଆୟୋଜକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଥିଲେ ମଧ୍ୟ ତାକୁ କେବେ ଲାଗୁ କରିବା ପ୍ରାୟତଃ ଦରକାର ପଡ଼େନାହିଁ। ଲୋକଙ୍କ ସଚେତନତା, ଶିକ୍ଷା ଓ ଆର୍ଥିକ ସମସ୍ୟାରୁ ସୃଷ୍ଟ ଏହା ଏକ ସାମାଜିକ ସମସ୍ୟା ହୋଇଥିବାରୁ ତାକୁ ଆଇନଶୃଙ୍ଖଳାର ସମସ୍ୟା ଭାବେ କେବେ ଦେଖାଯାଇ ନ ଥାଏ। ସେହି କାରଣରୁ ସରକାରଙ୍କ ପକ୍ଷରୁ ସର୍ବଦା ବାଲ୍ୟବିବାହକୁ ରୋକିବାକୁ ସଚେତନତା ସୃଷ୍ଟିକାରୀ ଅନେକ ଉଦ୍ୟମ ହେଉଥିବା ବେଳେ ଏହାକୁ ବ୍ୟବହାରକରି କାହାରିକୁ ଗିରଫକରି ଜେଲରେ ପୂରାଇବା ପ୍ରାୟତଃ ଦେଖାଯାଇ ନ ଥାଏ।
ତେବେ ଆସାମ ସରକାର ବାଲ୍ୟବିବାହକୁ ଏକ ସାମାଜିକ-ଅର୍ଥନୈତିକ ସମସ୍ୟା ରୂପେ ନ ଦେଖି ଏହା ବିରୋଧରେ ଦଣ୍ଡାତ୍ମକ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁମାନେ ଅନେକ ଦିନ ଏପରିକି ଅନେକ ମାସ ବା ବର୍ଷ ତଳେ ୧୮ ବର୍ଷରୁ କମ୍‌ ବୟସର ଝିଅକୁ ବିବାହ କରିସାରିଛନ୍ତି ଏବଂ ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନ ଅତିବାହିତ କରୁଛନ୍ତି, ସେମାନଙ୍କୁ ଖୋଜି ଖୋଜି ଭାରତୀୟ ଦଣ୍ଡ ସଂହିତାର ୩୭୬ ଓ ପୋକ୍ସୋ ଆଇନ ବଳରେ ଗିରଫ କରାଯାଉଛି। ୧୪ବର୍ଷରୁ କମ୍‌ ବୟସର ଝିଅ କ୍ଷେତ୍ରରେ ପୋସ୍କୋ ଆଇନର ଉପଯୋଗ କରାଯାଉଥିବା ବେଳେ ୧୪ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଝିଅମାନଙ୍କ କ୍ଷେତ୍ରରେ ପୁଅ ଓ ତା’ର ପରିବାରର ସଦସ୍ୟମାନଙ୍କୁ ବାଲ୍ୟବିବାହ ନିରୋଧ ଆଇନ ବଳରେ ଗିରଫ କରାଯାଉଛି। ଏପରିକି ବାଲ୍ୟବିବାହ ବେଳେ ଉପସ୍ଥିତ ଥିବା ପୁଅର ପିତାମାତା, ପୁରୋହିତ/ମୌଲବୀଙ୍କୁ ବି ବିଭିନ୍ନ ଦଫାରେ ଗିରଫକରି ଜେଲ ପଠାଇ ଦିଆଯାଇଛି। ଆସାମ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ବାର୍ତ୍ତା ଅନୁଯାୟୀ, ରାଜ୍ୟରେ ଫେବୃୟାରୀ ୩ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମୋଟ ୪,୧୩୫ଟି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରଥମ ୧୦ ଦିନ ମଧ୍ୟରେ ହିଁ ମୋଟ ୨୭୮୯ଜଣଙ୍କୁ ଗିରଫକରି ଜେଲକୁ ପଠାଇଦିଆଯାଇଛି। ଯେଉଁମାନେ ଏହି ଅଭିଯାନର ଶିକାର ହୋଇଛନ୍ତି ସେମାନଙ୍କ ମଧ୍ୟରେ ପ୍ରାୟତଃ ସମାଜର ଗରିବ ଲୋକ, ସଂଖ୍ୟାଲଘୁ ଓ ଆଦିବାସୀ ସମ୍ପ୍ରଦାୟର ଲୋକ ରହିଛନ୍ତି। ଏହାପଛରେ ରାଜ୍ୟର ଭାଜପା ସରକାରଙ୍କ ସାମ୍ପ୍ରଦାୟିକ ଏଜେଣ୍ଡାଟି ଉଜାଗର ହେଉଛି।
ସରକାରଙ୍କ ଯୁକ୍ତି ହେଲା, ରାଜ୍ୟରେ ବାଲ୍ୟବିବାହ ହାର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ୨୦୧୯-୨୧ ମଧ୍ୟରେ ପ୍ରକାଶିତ ଜାତୀୟ ପରିବାର ସର୍ଭେ ରିପୋର୍ଟରେ ରାଜ୍ୟର ମୋଟ ବିବାହର ୩୧% ବାଲ୍ୟବିବାହ ହୋଇଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ମାତୃ ଓ ଶିଶୁ ମୃତ୍ୟୁହାର ବି ଜାତୀୟ ସ୍ତରଠାରୁ ଅନେକ ଉପରେ ରହିଛି। ରାଜ୍ୟରେ ଗତବର୍ଷ ୬.୨ ଲକ୍ଷ ଗର୍ଭବତୀ ମହିଳାଙ୍କ ମଧ୍ୟରେ ପ୍ରାୟ ୧୭ % ନାବାଳିକା ରହିଛନ୍ତି। ଏପରି ସ୍ଥଳେ ବାଲ୍ୟବିବାହକୁ ରୋକିବା ପାଇଁ ଏଭଳି କରିବା ଜରୁରୀ ହୋଇପଡ଼ିଛି ବୋଲି ସରକାର କହୁଛନ୍ତି।
ସମାଜରେ ବାଲ୍ୟବିବାହ ରୋକିବା ପଦକ୍ଷେପକୁ ଯେକେହି ସ୍ବାଗତ କରିବେ। କିନ୍ତୁ ଆସାମ ସରକାର ନେଉଥିବା ଅଭିଯାନକୁ ନେଇ ସନ୍ଦେହ ଉଠିବା ସ୍ବାଭାବିକ। କାରଣ ବାଲ୍ୟବିବାହ ପରି ସାମାଜିକ ସମସ୍ୟାର ସମାଧାନ ଦଣ୍ଡାତ୍ମକ ନ ହୋଇ ମାନବୀୟ ହେବା ଜରୁରୀ। କେବଳ ଆଇନ ବଳରେ ନୁହେଁ ବରଂ ଯେଉଁସବୁ ସାମାଜିକ ଓ ଅର୍ଥନୈତିକ କାରଣ ବାଲ୍ୟବିବାହକୁ ସୁଯୋଗ ଦେଉଛି, ତାକୁ ସମ୍ବୋଧନ କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସରକାର ସେପରି ନ କରି ଯେଉଁ ଦଣ୍ଡାତ୍ମକ ଅଭିଯାନ ଚଳାଇଛନ୍ତି, ତାହା ଏକ ଭଲ ଉଦ୍ଦେଶ୍ୟକୁ ବାଟବଣା କରିବାକୁ ଯାଉଛି। କିଛି ସ୍ଥାନରେ ଗିରଫଦାରି ପରେ ବାଲ୍ୟବିବାହ କରିଥିବା ନାବାଳିକାଟି ଆତ୍ମହତ୍ୟା କରିଥିବା ବେଳେ ଅନେକ କ୍ଷେତ୍ରରେ ପରିବାର ଭାଙ୍ଗିଯିବା କାରଣ ହୋଇଛି।
ଆସାମ ସରକାରଙ୍କ ଦ୍ୱାରା ଚାଲିଥିବା ଦମନାତ୍ମକ ଅଭିଯାନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଏନେଇ ମିଥ୍ୟା ପ୍ରଶଂସା ଗୋଟାଇବା ଏବଂ ଏକ ସାମାଜିକ ସମସ୍ୟାକୁ ସାମ୍ପ୍ରଦାୟିକ ରୂପ ଦେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆକ୍ରମଣର ଲକ୍ଷ୍ୟବସ୍ତୁ କରିବା। କାରଣ ବାଲ୍ୟବିବାହ ରୋକିବାକୁ ସମାଜର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାରେ ଯେଉଁ ପରିବର୍ତ୍ତନ ଆଣିବା ଦରକାର, ସେନେଇ ସରକାର ନୀରବ ରହିବା ଦେଖାଯାଇଛି। ଗତ ୮ବର୍ଷର ଭାଜପା ସରକାର ସମୟରେ ସେଠାରେ କୌଣସି ନୂଆ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିବା ଜଣାପଡ଼ିନାହିଁ। ଏପରିକି ୨୦୧୪-୧୫ ରେ ବାଳିକାମାନଙ୍କ ପାଠ ଛାଡ଼ିବାର ହାର ଦେଶରେ ସର୍ବାଧିକ ଅର୍ଥାତ୍‌ ୩୧.୪% ରହିଥିବା ବେଳେ ତାହା ୨୦୧୯-୨୦ ରେ ବି ସମାନ ରହିଛି। ଗତ ୮ ବର୍ଷ ମଧ୍ୟରେ ସରକାର କୌଣସି ନୂଆ ସ୍କୁଲ ତ ଖୋଲିନାହାନ୍ତି, ବରଂ ଅନେକ ଥିବା ସ୍କୁଲକୁ ବନ୍ଦ କରିଦେଇଛନ୍ତି।
ଆସାମ ସରକାରଙ୍କ ଏଭଳି ଏକ ଅଦୂରଦର୍ଶୀ, ଅଭିଯାନ ଫଳରେ ଅନେକ ହଜାର ଗରିବ ଲୋକ ଆଇନଗତ ଜଟିଳତା ଭିତରେ ଛନ୍ଦିହୋଇପଡ଼ିଥିବା ବେଳେ ଗମ୍ଭୀର ଭାବନାତ୍ମକ ସମସ୍ୟା ଦେଇ ଗତି କରୁଛନ୍ତି। ଅତୀତରେ କରିଥିବା ବାଲ୍ୟବିବାହ ଯେଉଁଠି ଏକ ବଡ଼ ସଂଖ୍ୟାରେ ଲୋକଙ୍କୁ ତାହା ଅପରାଧ ବୋଲି ଧାରଣା ହିଁ ନାହିଁ, ସେଥିପାଇଁ ଆଜି ସେମାନଙ୍କୁ ଜେଲରେ ଭର୍ତ୍ତି କରିବା ନ୍ୟାୟସଙ୍ଗତ ହୋଇ ନ ପାରେ। ଏଭଳି ମନଇଚ୍ଛା ଗିରଫଦାରି ଲଜ୍ଜାଜନକ। ଅତଏବ ବାଲ୍ୟବିବାହ ରୋକିବା ପାଇଁ ଏଭଳି ଦଣ୍ଡାତ୍ମକ ଓ ସାମ୍ପ୍ରଦାୟିକ ଅଭିଯାନ ବନ୍ଦ କରିବା ସହ ତା’ ବଦଳରେ ସମସ୍ତ ପ୍ରକାର ସକାରାତ୍ମକ ପଦକ୍ଷେପ ନେବା ଦରକାର। ବିଶେଷକରି ଖରାପ ଆର୍ଥିକ ସ୍ଥିତି ଯୋଗୁ ଅଧିକାଂଶ ଗରିବ ପରିବାରରେ ଝିଅମାନଙ୍କୁ ଅଧିକ ପଢ଼ାଇବା ସମ୍ଭବ ହେଉ ନ ଥିବାରୁ ସରକାର ସମାଜର ସବୁ ଝିଅଙ୍କ ଶିକ୍ଷାର ଗ୍ୟାରେଣ୍ଟି ଦେବା ସହ ଶିକ୍ଷା ପରେ ସେମାନେ ଯେପରି ରୋଜଗାର କରି ଆତ୍ମନିର୍ଭରଶୀଳ ହେବେ, ତା’ର ବନ୍ଦୋବସ୍ତ କରିବା ଦରକାର। ସେପରି ହେଲେ ହିଁ ମାଆବାପା ନିଜ ଝିଅକୁ ଏପରି କମ୍‌ ବୟସରେ ବିବାହ କରାଇବାକୁ ଆଗ୍ରହ ପ୍ରକାଶ କରିବେନାହିଁ ଏବଂ ଝିଅମାନେ ବି ନିଜର ଭବିଷ୍ୟତକୁ ଦେଖିପାରି ଏଭଳି ବିବାହକୁ ପ୍ରତିରୋଧ କରିପାରିବେ। ଅତଏବ ବାଲ୍ୟବିବାହ ରୋକିବାକୁ ହେଲେ ଆର୍ଥିକ ସ୍ଥିତିରେ ଉନ୍ନତି ସହିତ ଶିକ୍ଷା, ରୋଜଗାର ଓ ସଚେତନତା ନିହାତି ଦରକାର, ସେକଥା ସରକାର ବୁଝିବା ଦରକାର। ନଚେତ୍‌ କେବଳ କଠୋର ଆଇନଗତ ପଦକ୍ଷେପ ଏକ ପ୍ରହସନରେ ପରିଣତ ହୋଇଯିବ।
ମୋ – ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?