ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ ସଦନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଭିତରେ ପ୍ରତିଧ୍ୱନିତ ହେଉଥିଲା ଏକ ଗୌରବମୟ ଅତୀତର ସ୍ମୃତି ରୋମନ୍ଥନ। ତେବେ ସ୍ବାଧୀନତା ପ୍ରାପ୍ତିର ଦୀର୍ଘ ୮ ଦଶନ୍ଧି ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ତତ୍କାଳୀନ ସ୍ବାଧୀନତା ସଂଗ୍ରାମୀଙ୍କ ଚେତନାରେ ଶତସିଂହର ବିକ୍ରମ ସୃଷ୍ଟି କରିବା ସାମର୍ଥ୍ୟ ରଖିଥିବା ସେଇ ମହାନ୍‌ ମନ୍ତ୍ରର ଜୟଗାନ କରିବାର ଆବଶ୍ୟକତା କାହିଁକି ପଡ଼ିଲା! ଯେଉଁମାନେ ସେଦିନ ପ୍ରଧାନମନ୍ତ୍ରୀଙ୍କ ସେଇ ବକ୍ତବ୍ୟ ଶୁଣିଥିବେ, ସେମାନେ ଜାଣିଥିବେ ଯେ ‘ବନ୍ଦେ ମାତରଂ’ ସମ୍ପର୍କରେ ଚର୍ଚ୍ଚା କରିବା ମୂଳରେ କାରଣ କ’ଣ ଥିଲା।
ତେବେ ଆମେ ଯଦି ଜନ୍ମଭୂମି ଭାରତବର୍ଷକୁ ମାତୃଜ୍ଞାନ କରୁ ଓ ସେଇ ମାଆଟିର ଯଦି ଆତ୍ମା ଥିବ, ତାହା ବିଳପି ଉଠୁଥିବ ଏଇଆ ଭାବି- ”ମୁଁ ବନ୍ଦନୀୟା କି ନୁହେଁ, ତାହାକୁ ନେଇ ମୋ ସନ୍ତାନମାନଙ୍କ ମଧ୍ୟରେ ପୁଣି ବିତର୍କ“! କେଇ ବର୍ଷ ତଳେ ଜଣେ ପ୍ରମୁଖ ରାଜନେତାଙ୍କ ଘୋଷଣା ମନେପଡ଼ୁଥିବ ଭାରତମାତାଙ୍କର। ସେ କହିଥିଲେ- ”ମୋ ବେକରେ ଛୁରି ଲଗାଇଲେ ବି ମୁଁ ‘ଭାରତ ମାତା କି ଜୟ’ କହିବି ନାହିଁ।“ ମହାରାଷ୍ଟ୍ର ବିଧାନସଭାର ତତ୍କାଳୀନ ଜଣେ ସଦସ୍ୟ ମଧ୍ୟ କହିଥିଲେ- ”ମୋ ମୁଣ୍ଡ କଟିଗଲେ ବି ମୁଁ ଭାରତକୁ ମାଆ ମାନିବିନି।“ ଅବଶ୍ୟ ଏ କଥା ସତ ଯେ ଜନସ୍ମୃତିରେ ସବୁ ବିସ୍ଫୋରକ ବିବୃତିର ଆୟୁଷ ମାତ୍ର ସ୍ବଳ୍ପକାଳ ପାଇଁ। ବିବୃତିଟିରେ ବହୁଜନ ଗ୍ରହଣୀୟତା ନ ଥିଲେ ସୃଷ୍ଟିହୁଏ କିଛି ସାମୟିକ ବାଦ ବିବାଦ ବା ପ୍ରତିବାଦର ପ୍ରବାହ। କିଛିଦିନ ପାଇଁ ଏ ପ୍ରବାହ ଭିତରେ ଭାସିଯାଏ ସମଚିନ୍ତକ ସମର୍ଥକ ଓ ବଳଶାଳୀ ବିରୋଧୀମାନଙ୍କ ବିତର୍କ। ପୁଣି କିଛିଦିନ ପରେ ପ୍ରସଙ୍ଗଟି ଶୀତଳ ହୋଇଆସେ ଓ କ୍ରମେ କ୍ରମେ ଜନବିସ୍ମୃତିରେ ସତ୍ତା ହରାଇବସେ।
ମାତ୍ର ଯାହାଙ୍କୁ ନେଇ ଏ ବାଦ ବିସମ୍ବାଦ, ସେଇ ମାଆଟିର ମନ କଥା କେହି ବୁଝିବାକୁ ଚେଷ୍ଟା କରନ୍ତି କି? ପ୍ରତ୍ୟେକ ମଣିଷର ମାଆ ଓ ମାତୃଭୂମି ଥାଏ। ଜଣଙ୍କ ଗର୍ଭରୁ ସେ ଜନ୍ମ ନେଇଥାଏ ଓ ଆଉ ଜଣଙ୍କ ଉପରେ ପାଦ ଥାପି ନିଜ ପାଇଁ ପରିଚୟଟିଏ ସୃଷ୍ଟି କରେ। ଉଭୟ ଜନନୀ ଓ ଜନ୍ମଭୂମିର ସଂସ୍କାର ସଂସ୍କୃତି ସହ ସେ ଏମିତି ସଂଲଗ୍ନ ଥାଏ ଯେ, ଉଭୟଙ୍କଠୁଁ ବିଚ୍ଛିନ୍ନ ହୋଇ ପରିଚିତ ହେବା ତା’ ନିୟନ୍ତ୍ରଣରେ ନ ଥାଏ। ପ୍ରକୃତପକ୍ଷେ କେବଳ ମାତା ବା ମାତୃଭୂମି କାହିଁକି, ନିଜ ଭାଷା, ଧର୍ମ ଓ ଜାତୀୟତା ଭିତ୍ତିରେ ମଣିଷର ଯେଉଁ ପରିଚୟଟି ଗଢ଼ି ଉଠିଥାଏ, ସେ ସବୁରୁ ଗୋଟିଏ ବି ମଣିଷର ସ୍ବାଧୀନ ଇଚ୍ଛାସମ୍ଭୂତ ନୁହେଁ। ନିଜ ପସନ୍ଦ ଅନୁଯାୟୀ ମଣିଷ ଏ ମଧ୍ୟରୁ ଗୋଟିଏ ବି ନିର୍ବାଚନ କରେ ନାହିଁ, କରିପାରେ ନାହିଁ। ଅତଏବ, ଭାରତକୁ ମାତା ଭାବେ ଗ୍ରହଣ କରିବାକୁ ନିଜ ଧର୍ମ ବିଚାରର ପରିପନ୍ଥୀ ବିଚାରୁଥିବା ଭାରତୀୟଙ୍କ ପାଖରେ ଯଦି ଅନ୍ୟ କିଛି ବିକଳ୍ପ ଅଛି ତ ଭଲକଥା। ମାତ୍ର ଯଦି ନାହିଁ, ତେବେ ଧରିନେବାକୁ ହେବ ଯେ ସେମାନେ ମାଆକୁ ଦୁଃଖ ଦେଇ ଆନନ୍ଦ ପାଆନ୍ତି!
କୌଣସି ପ୍ରାପ୍ତିର ପ୍ରତ୍ୟାଶା ନ ରଖି, ଅପ୍ରାପ୍ତି, ଅବଜ୍ଞା ଓ ଅପମାନର ବୋଝ ମୁଣ୍ଡାଇ ତଥାପି ସଦାକାଳ ସନ୍ତାନର ମଙ୍ଗଳ କାମନା କରୁଥିବା ଶକ୍ତି ଏ ସଂସାରରେ କେବଳ ଦୁଇଜଣ- ମାତା ଓ ମାତୃଭୂମି। ନିମ୍ନତମ ସମୁଚିତ ସମର୍ପଣଠୁଁ ଦୂରେଇ ଯାଇ ସନ୍ତାନଟିଏ ଯେବେ ବ୍ୟକ୍ତିବାଦ, କୁସଂସ୍କାର, ଅଜ୍ଞାନତା ଓ ଧର୍ମାନ୍ଧତା ଭଳି ହୀନ ମତବାଦରେ ଆକ୍ରାନ୍ତ ହୋଇ ଏ ଦୁହିଁଙ୍କୁ ଲାଞ୍ଛିତ ଓ ନିର୍ଯାତିତ କରେ, ସେତେବେଳେ ଦାରୁଣ ବେଦନାରେ ଏମାନଙ୍କ ହୃଦୟ ମନ୍ଥି ହୋଇଯାଇଥାଏ। ଅଥଚ ଆଶ୍ଚର୍ଯ୍ୟର ବିଷୟ, ସନ୍ତାନର ପାଗଳପଣରେ ଏମାନେ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ, ହୋଇପାରନ୍ତି ନାହିଁ। ତଥାପି ସେମାନେ ପଥହୁଡ଼ା ପୁଅଟିକୁ କୋଳେଇ ଧରି ନିଜ ମାତୃତ୍ୱକୁ ନେଇ ଗର୍ବ କରନ୍ତି।
ସମଗ୍ର ବିଶ୍ୱ ପ୍ରେକ୍ଷାପଟରେ ଭାରତୀୟ ସଂସ୍କାର ଓ ସଂସ୍କୃତିର କାନ୍ତକମନୀୟତା ଓ ସହିଷ୍ଣୁତା ସର୍ବଜନସ୍ବୀକୃତ। ଏ ଦେଶର ମହିମା ବଡ଼ ବିଚିତ୍ର। ଏଠି ରାସ୍ତାକଡ଼ର ଯେକୌଣସି ପଥରକୁ ଦେବତା ମାନ୍ୟତା ଦେଇ ଫୁଲ ସିନ୍ଦୂର ଲଗାଇ ପୂଜା କରାଯାଇପାରେ। ଏଠି ପୁଣି ସମଗ୍ର ବସୁଧାକୁ କୁଟୁମ୍ବ ଜ୍ଞାନ କରି ପଡ଼ୋଶୀ ଦେଶର ବିତାଡ଼ିତା ଲେଖିକାଙ୍କୁ ଆତିଥି୍ୟ ଦିଆଯାଇପାରେ। ସାଂସ୍କୃତିକ ସ୍ବାଧୀନତା ନାମରେ ଆରାଧ୍ୟା ସରସ୍ବତୀଙ୍କର ଅଶ୍ଳୀଳ ଚିତ୍ର ଆଙ୍କିଥିବା ଚିତ୍ରକରଙ୍କୁ ଭାରତର ଗୌରବ କହି ସମ୍ମାନିତ କରାଯାଇପାରେ। ଏଠାରେ ନିଜ ପାଇଁ ଏକ ମଧୁମୟ ଜୀବନ ଅପେକ୍ଷା ଗୋଟିଏ ଅମୃତମୟ ବିଶ୍ୱର ବରଦାନ ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରାଯାଇପାରେ। ଏଥିପାଇଁ ବୋଧହୁଏ ତାଙ୍କ ମାତୃଭୂମି ଭାରତକୁ ଅବଶିଷ୍ଟ ବିଶ୍ୱ ସହ ପରିଚିତ କରାଇ ସେଦିନ ବିଶ୍ୱବିଜୟୀ ବିବେକାନନ୍ଦଙ୍କ କଣ୍ଠରୁ ଭାସି ଆସିଥିଲା ଅନିର୍ବଚନୀୟ ଦେଶପ୍ରେମର ଏକ ଉତ୍ତାଳ ତରଙ୍ଗ- ”ମୋ ପ୍ରିୟ ଭାରତବର୍ଷ! ମୋ ଶୈଶବର ଫୁଲଶଯ୍ୟା, ମୋ ଯୌବନର ଉପବନ, ମୋ ବାର୍ଦ୍ଧକ୍ୟର ବାରାଣସୀ“।
ଅଥଚ ବିଡ଼ମ୍ବନାର ବିଷୟ, ଭାରତ ସହ ଭାରତୀୟମାନଙ୍କ ଦିବ୍ୟ ସମ୍ପର୍କର ସେଇ ସୂକ୍ଷ୍ମ ତନ୍ତ୍ରୀଟି କେଉଁଠି କେଉଁ ପ୍ରକାର ଦ୍ୱିଧାଗ୍ରସ୍ତ ଯେ ଜଣେ ଭାରତବାସୀ ସର୍ବଜନସମ୍ମୁଖରେ ଘୋଷଣା କରିପାରୁଛି- ”ମୁଁ ଜୀବନ ଦେଇଦେବି ପଛେ, ଭାରତକୁ ମାଆ ବୋଲି ମାନିବି ନାହିଁ।“ ମାତ୍ର ବାସ୍ତବପକ୍ଷେ କେବେ ବି କୌଣସି କାଳରେ ମାଆଟିଏ ନିଜର ପରିଚୟ ପ୍ରତିଷ୍ଠା ପାଇଁ ତା’ ସନ୍ତାନର ମୁଣ୍ଡ ଲୋଡ଼େନାହିଁ। ଏ ପ୍ରସଙ୍ଗରେ ରୋଚକ କାହାଣୀଟିଏ।
ବାଲ୍ୟକାଳରୁ ନିଜ ପିତାଙ୍କୁ ହରାଇ ଦୁଃଖିନୀ ମାଆଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିବା ପୁଅଟି ଯୌବନକାଳରେ ଜଣେ ସୁନ୍ଦରୀ ତରୁଣୀର ପ୍ରେମରେ ପଡ଼ିଗଲା। ବିବାହ ଆଡ଼କୁ କଥା ବଢ଼ିଲା। ମାତ୍ର ପ୍ରତିବନ୍ଧକ ହେଲା ଯୁବତୀଟିର ଅଦ୍ଭୁତ ସର୍ତ୍ତ। ସେ କହିଲା, ”ବିବାହ ପାଇଁ ମୁଁ ରାଜି। ମାତ୍ର ବିବାହ ପରେ ଆମ ଦୁହିଁଙ୍କ ସଂଯୁକ୍ତ ଜୀବନରେ ତମ ମାଆଙ୍କ ଉପସ୍ଥିତି ମୋ ପାଇଁ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ସୁତରାଂ, ମୋତେ ପାଇବାକୁ ହେଲେ ତୁମ ମାଆଙ୍କୁ ହରାଇବାକୁ ପଡ଼ିବ। ତୁମ ମାଆଙ୍କୁ ହତ୍ୟା କରି ତାଙ୍କ କଲିଜା ଆଣି ଦେଖାଇଲେ ହିଁ ମୋତେ ପାଇବ।“ ପ୍ରେମିକାର ଏହି ନିଷ୍ଠୁର ସର୍ତ୍ତ କିଛି କ୍ଷଣ ପାଇଁ ହତବାକ୍‌ କରିଦେଲା ପ୍ରେମିକଟିକୁ। ଦୁଃଖ ସହି ପୁଅକୁ ସୁଖରେ ବଢ଼ାଇ ଆଣିଥିବା ମାଆର ମୁହଁ ତା’ ଆଖି ଆଗରେ ଭାସିଉଠିଲା। ମାତ୍ର ପ୍ରେମରେ ଅନ୍ଧ ହୋଇଯାଇଥିବା ପୁଅଟି ତା’ ମାଆର ସକଳ ତ୍ୟାଗକୁ ଭୁଲିଯାଇ ତାଙ୍କୁ ହତ୍ୟା କଲା ଓ ତାଙ୍କ କଲିଜାଟିକୁ ଧରି ଦୌଡ଼ିବାରେ ଲାଗିଲା। ନିଜ ମାଆର ଅତର୍କିତ ବିୟୋଗ ତାକୁ ଯେତିକି ସନ୍ତପ୍ତ କରୁ ନ ଥିଲା, ତାହାଠୁଁ ଅଧିକ ଉଚ୍ଚାଟ କରୁଥିଲା ତା’ ପ୍ରେମିକାର ପ୍ରେମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରର ଏକ ସୁଖଦ ସମ୍ଭାବନାର ଉଦ୍‌ବେଳନ। ଦୌଡ଼ୁଥିବା ବେଳେ ସେ ଝୁଣ୍ଟି ପଡ଼ି ଆହତ ହେଲା। ତଳୁ ଉଠିବାର ଉପକ୍ରମ କରୁଥିବା ବେଳେ ସେ ଶୁଣିପାରିଲା ଏକ ଦରଦୀ କଣ୍ଠର ଆଶ୍ୱାସନା- ”ଆଃ, ମୋ ଧନକୁ କେଡ଼େ କଷ୍ଟ ହୋଇ ନ ଥିବରେ! ଆ’ ମୋ ପାଖକୁ। ତୋତେ ଟିକେ ଝାଡ଼ିଦେବି, ଆଉଁଶି ଦେବିରେ ଧନ!“
ଆଚମ୍ବିତ ହେଲା ପ୍ରେମପାଗଳ ମାତୃହତ୍ୟାକାରୀ ବାଚାଳ ଯୁବକ। ଏ ଯେ ତା’ ମାଆର କଣ୍ଠସ୍ବର! ମାତ୍ର ଏହା କେମିତି ସମ୍ଭବ! କେଇ ମୁହୂର୍ତ୍ତ ପୂର୍ବରୁ ମାଆକୁ ହତ୍ୟା କରିଆସିଛି ସେ! ସେ ଦେଖିଲା, ଝୁଣ୍ଟିପଡ଼ିଲା ପରେ ତା’ ହାତରୁ ଖସିଯାଇ ଖଣ୍ଡେ ଦୂରରେ ଛିଟିକି ପଡ଼ିଥିବା କଲିଜାରୁ ଭାସିଆସୁଛି ତା’ ମାଆଙ୍କ ସମ୍ବେଦନାର ବିକଳ ସ୍ବର।
କାହାଣୀର ଏଇ ମାଆଙ୍କ ପରି ସଂସାରର ସବୁ ମାଆଙ୍କ କଥା ଶୁଣିବାକୁ ଏକାପରି। ମରିଗଲା ପରେ ବି ସେ ତାଙ୍କ ହତ୍ୟାକାରୀ ସନ୍ତାନର ମଙ୍ଗଳ କାମନା କରନ୍ତି। ନିଜ ଗର୍ଭରୁ ଜନ୍ମ ଦେଇଥିବା ମାଆ ପରି ନିଜ ମାଟି ଉପରେ ବଞ୍ଚତ୍ବା ଓ ବଢ଼ିବା ପାଇଁ ସୁଯୋଗ ଦେଇଥିବା ମାତୃଭୂମିର କଥା ଏକାଭଳି। ଉଭୟ ସେମାନଙ୍କ ସନ୍ତାନଙ୍କ ଉଦ୍ଦଣ୍ଡପଣକୁ କ୍ଷମା କରିଦିଅନ୍ତି। କୋଳେଇ ନିଅନ୍ତି ନିଜ ପତ୍ନୀ ବା ପ୍ରେମିକାଙ୍କ ଚାପରେ ବୁଢ଼ୀମାଆକୁ ନିର୍ଯାତନା ଦେଉଥିବା ସଂସ୍କାରଚ୍ୟୁତ ପୁଅକୁ ଅବା ହୀନ ରାଜନୀତିରେ କବଳିତ ହୋଇ”କୌନ ହେ ୟେ ଭାରତ ମାତା’ କହୁଥିବା ରାଜନେତାଙ୍କୁ!
ମୋ: ୮୮୯୫୬୨୪୧୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?