ମୋଟେରକୁ ବ୍ଲକ ଘୋଷଣା ଦାବି ତେଜିଲା

କୋକସରା,୨୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଛନ୍ତି। ଏଭଳିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବିଭିନ୍ନ ସଙ୍ଗଠନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ପଞ୍ଚାୟତଗୁଡିକୁ ବ୍ଲକ ଘୋଷଣା କରିବାକୁ ଦାବି ଉପସ୍ଥାପନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ପୂର୍ତ୍ତବିଭାଗ ଡାକ ବଙ୍ଗଳାଠାରେ ରବିବାର ଏକ ପ୍ରସ୍ତୁତି ବୈଠକରେ କୋକସରା ବ୍ଲକର ମୋଟେର ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଞ୍ଚଳବାସୀଙ୍କ ଦାବି ମୁତାବକ, ୨୬ ନମ୍ବର ଜାତୀୟ ରାଜପଥରେ ଥିବା ମୋଟେର ଛକ ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ୫ଟି ବ୍ଲକର କେନ୍ଦ୍ରସ୍ଥଳରେ ରହିଛି । ବ୍ଲକ ପାଇଁ କୋକସରା, ଜୟପାଟଣା ଓ ଜୁନାଗଡ଼ ବ୍ଲକର ୧୧ ପଞ୍ଚାୟତକୁ ନେଇ ନୂତନ ମୋଟେର ବ୍ଲକ ଦାବି କରାଯାଇଛି।

ଆବାହକ ପଦ୍ମକିଶୋର ପୂଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୋଟେର ସରପଞ୍ଚ ସୁଶିଳ କୁମାର ଶବର, ଦେବେନ୍ଦ୍ର ପାଟ୍ଟଯୋଷୀ, ରୋହନ ପାଟ୍ଟଯୋଷୀ, ସୁବ୍ରତ ପାଟ୍ଟଯୋଷୀ, ନବ କିଶୋର ଦାସ, ବୈଦ୍ୟନାଥ ପାଟ୍ଟଯୋଷୀ, ଗୋବିନ୍ଦ ପାନ, ମଦନ ନାଏକ, ନୀଳକଣ୍ଠ ମାଝୀ, ହେମନ୍ତ ପୂଝାରୀ, ପ୍ରଭାକର ବେହେରା, ମାର୍କଣ୍ଡ ବେମାଲ, ଗଜାନନ ନିଆଳ, ମଣିଭଦ୍ର ପଣ୍ଡା, କୁରୁକ୍ଷେତ୍ର ବେହେରା, ଅଜୟ କୁମାର ଦୀପ, ଲକ୍ଷ୍ମଣ ନାଏକ, ଶଙ୍କର ପ୍ରସାଦ ସାହୁ, କୁରେଶ୍ୱର ମାଝୀ, ପୁରୁଷୋତ୍ତମ ସିଂ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ରହି ଭୌଗଳିକ ଦୃଷ୍ଟିରୁ ବ୍ଲକ ଦାବିକୁ ଯଥାର୍ଥ କହିବା ସହ ମୋଟେରକୁ ବ୍ଳକ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଏହି ଅବସରରେ ସର୍ବସମ୍ମତ୍ତି କ୍ରମେ ନୂତନ ବ୍ଲକ ଗଠନ ନେଇ ଏକ କମିଟି ଗଠନ କରାଯାଇଛି। ସଭାପତି ଭାବେ ପଦ୍ମ କିଶୋର ପୂଝାରୀ, ସମ୍ପାଦକ ଭାବେ ରୋହନ ପାଟ୍ଟଯୋଷୀ, କୋଷାଧ୍ୟକ୍ଷ ଭାବେ ଯଶୋବନ୍ତ ପାଟ୍ଟଯୋଷୀଙ୍କ ସହ ଅନ୍ୟ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ରାମ ନାରାୟଣ ପୂଝାରୀ କରିଥିବା ବେଳେ ପୁରୁଷୋତ୍ତମ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ କୋକସରା, ଜୟପାଟଣା, ଜୁନାଗଡ଼ ବ୍ଲକ ଅଞ୍ଚଳର ଶତାଧିକ ଜନ ସାଧାରଣ ଉପସ୍ଥିତ ରହି ଦାବିକୁ ସମର୍ଥନ କହିବା ସହ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳବାସୀଙ୍କ ଆର୍ଥିକ, ସାମାଜିକ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri