ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ ଓ ନକ୍ଷତ୍ରଙ୍କ ବିଶେଷ କୃପା ରହିଥାଏ। ଫଳରେ ସେମାନେ ଧନ-ସମ୍ପତ୍ତି, ଭୌତିକ ସୁଖ ଓ ମାନ-ସମ୍ମାନ ପାଇବାରେ ଅନ୍ୟମାନଙ୍କ ତୁଳନାରେ ଆଗରେ ରହିପାରନ୍ତି। ଆସନ୍ତୁ ଜାଣିବା, କେଉଁ ୪ ରାଶିକୁ ଭାଗ୍ୟଶାଳୀ ବୋଲି ମନାଯାଏ।
ବୃଷ ରାଶିର ସ୍ବାମୀ ଶୁକ୍ର। ଜ୍ୟୋତିଷରେ ଶୁକ୍ରଙ୍କୁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ବିଳାସିତାର କାରକ ଭାବେ ମାନାଯାଏ। ତେଣୁ ବୃଷ ରାଶିର ଲୋକଙ୍କ ଜୀବନରେ ଭୌତିକ ସୁଖ-ସୁବିଧାର ଅଭାବ ରହେନାହିଁ ବୋଲି ଜ୍ୟୋତିଷରେ କୁହାଯାଏ।
ଏହି ରାଶିର ଲୋକମାନେ ଦାମୀ ଓ ସୁନ୍ଦର ଜିନିଷ ପ୍ରତି ଆକର୍ଷିତ ହୋଇଥାନ୍ତି। ଆର୍ଥିକ ମାମଲାରେ ମଧ୍ୟ ସେମାନେ ବେଶ ବୁଝିବିଚାରି ନିଷ୍ପତ୍ତି ନିଅନ୍ତି। ଫଳରେ ଟଙ୍କା ସଞ୍ଚୟ ହେବା ସହ ବଢ଼ିବାର ସମ୍ଭାବନା ରହେ।
କୁମ୍ଭ ରାଶି ଉପରେ ଶନି ଗ୍ରହଙ୍କ ପ୍ରଭାବ ରହିଥାଏ। ଏହି ରାଶିର ଲୋକମାନେ ସାଧାରଣତଃ ଶାନ୍ତ ଓ ସକାରାତ୍ମକ ଚିନ୍ତାଧାରାର ହୋଇଥାନ୍ତି। ଜ୍ୟୋତିଷ ମତରେ ସେମାନଙ୍କ ଜନ୍ମକୁଣ୍ଡଳୀରେ ରାଜଯୋଗ ଗଠନ ହେବାର ସମ୍ଭାବନା ମଧ୍ୟ ରହିଥାଏ।
କୁମ୍ଭ ରାଶିର ଲୋକମାନେ ଯାହା ହାସଲ କରିବାକୁ ମନସ୍ଥ କରନ୍ତି, ତାହା ପାଇଁ ନିଜ ବୁଦ୍ଧି ଓ ସକାରାତ୍ମକ ଚିନ୍ତାଧାରାକୁ ଉପଯୋଗ କରନ୍ତି। ଅନେକ ସମୟରେ ଭାଗ୍ୟ ମଧ୍ୟ ସେମାନଙ୍କୁ ସାଥ ଦେଇଥାଏ ବୋଲି ଜ୍ୟୋତିଷରେ ବିଶ୍ୱାସ କରାଯାଏ।
ରାଶିଚକ୍ରର ପଞ୍ଚମ ରାଶି ହେଉଛି ସିଂହ ଏବଂ ଏହାର ସ୍ବାମୀ ସୂର୍ଯ୍ୟ। ସିଂହ ରାଶିର ଲୋକଙ୍କ ମଧ୍ୟରେ ଜନ୍ମଜାତ ନେତୃତ୍ୱ ଗୁଣ ଥିବା କୁହାଯାଏ। ସେମାନଙ୍କ ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ।
ନିଜ ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ଦ୍ୱାରା ସେମାନେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି। ଫଳରେ ସମାଜରେ ଶୀଘ୍ର ମାନ-ସମ୍ମାନ ମିଳିପାରେ। ଆତ୍ମବିଶ୍ୱାସ ଯୋଗୁଁ ଅନେକ କଠିନ କାମକୁ ମଧ୍ୟ ସେମାନେ ସହଜରେ କରିପାରନ୍ତି ବୋଲି ଜ୍ୟୋତିଷ ମତ ରହିଛି।
ବିଛା ରାଶି ରାଶିଚକ୍ରର ଅଷ୍ଟମ ରାଶି। ଏହି ରାଶିର ଲୋକମାନେ ବୁଦ୍ଧିମାନ, ଚତୁର ଓ ଦୃଢ଼ ନିଷ୍ଠାବାନ ହୋଇଥାନ୍ତି। ସେମାନେ ନୂଆ ସୁଯୋଗକୁ ଶୀଘ୍ର ଚିହ୍ନଟ କରି ନିଜ ବୁଦ୍ଧି ଦ୍ୱାରା ତାହାର ଫାଇଦା ଉଠାଇପାରନ୍ତି।
ଜ୍ୟୋତିଷ ଅନୁସାରେ ଏହି ରାଶିର ଲୋକଙ୍କୁ ଅଚାନକ ଧନଲାଭର ସୁଯୋଗ ମଧ୍ୟ ମିଳିପାରେ। ଅଧିକ ପରିଶ୍ରମ ଅପେକ୍ଷା ନିଜ ବୁଦ୍ଧି ଓ ନିଷ୍ପତ୍ତି କ୍ଷମତାକୁ ଉପଯୋଗ କରି ସଫଳତା ପାଇବାରେ ସେମାନେ ସକ୍ଷମ ହୋଇଥାନ୍ତି ବୋଲି ଜ୍ୟୋତିଷରେ କୁହାଯାଏ।

