ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍ ବିସ୍ଫୋରଣରେ ୧୨ ହେଜ୍‌ବୋଲ୍ଲା ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୪୦୦୦ ଲୋକ ଆହତ ହୋଇଥିଲେ। ଏହାପରେ ବୁଧବାର ୱାକି-ଟକି ଏବଂ ସୋଲାର ପ୍ୟାନେଲ ବିସ୍ଫୋରଣରେ ଆଉ ୨୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶହ ଶହ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ହେଜ୍‌ବୋଲ୍ଲା ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୁସାଦ ଦାୟୀ କରିଛି।

ରିପୋର୍ଟ ଅନୁଯାୟୀ ଲେବାନନ୍‌ରେ ସିରିଜ ବିସ୍ଫୋରଣର କାରଣ ସାଜିଥିବା ପେଜରଗୁଡ଼ିକର ନିର୍ମାତା ହେଉଛି ଇସ୍ରାଏଲ୍‌ର ଏକ ଶେଲ୍‌ କମ୍ପାନୀ। ଉକ୍ତ କମ୍ପାନୀ ନିୟମିତ ଭାବେ ଅନ୍ୟ କ୍ଲାଏଣ୍ଟଙ୍କ ପାଇଁ ପେଜର ନିର୍ମାଣ କରି ନ ଥାଏ। ତେବେ ହେଜ୍‌ବୋଲ୍ଲା ପାଇଁ ତିଆରି କରିଥିବା ପେଜରଗୁଡ଼ିକର ବ୍ୟାଟେରିରେ କମ୍ପାନୀ ବିସ୍ଫୋରକ ଖଞ୍ଜିଥିଲା ବୋଲି ୩ ଜଣ ଗୋଇନ୍ଦା ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ୩ ଅଧିକାରୀ ଆହୁରି କହିଛନ୍ତି, ପେଜର ତିଆରିରେ ନିୟୋଜିତ ବ୍ୟକ୍ତି ଓ ସଂସ୍ଥାର ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ଅତିରିକ୍ତ ୨ଟି ଶେଲ୍‌ କମ୍ପାନୀ ଗଢ଼ାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ପ୍ରଥମେ ଅଳ୍ପ ପରିମାଣର ବିସ୍ଫୋରକଯୁକ୍ତ ପେଜର ଲେବାନନ୍‌କୁ ପଠାଯାଇଥିଲା।

ହେଜ୍‌ବୋଲ୍ଲା ସେକ୍ରେଟାରି ଜେନେରାଲ ହାସନ ନସରଲ୍ଲା ସେଲ୍‌ଫୋନ୍‌କୁ ଇସ୍ରାଏଲୀ ଏଜେଣ୍ଟ ଆଖ୍ୟା ଦେଇ ଏହାର ବ୍ୟବହାର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପେଜର ବ୍ୟବହାର କରିବାକୁ କହିଥିଲେ। ନସରଲ୍ଲାଙ୍କ ସମ୍ବୋଧନ ପରେ ଲେବାନନ୍‌ର ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ବିଏସି ନିର୍ମିତ ପେଜର ମଗାଇବା ପାଇଁ ବହୁସଂଖ୍ୟାରେ ଅର୍ଡର କରାଯାଇଥିଲା। ନସରଲ୍ଲା ହେଜ୍‌ବୋଲ୍ଲା ଅଧିକାରୀମାନଙ୍କୁ ସେଲ୍‌ଫୋନ ପରିବର୍ତ୍ତେ ପେଜର ଧରି ସାଙ୍ଗଠନିକ ବୈଠକ କରିବାକୁ ପରାମର୍ଶ ଦେଇଥିଲେ। ଏପରି କି ହେଜ୍‌ବୋଲ୍ଲାର ଗତିବିଧି ଓ ଯୋଜନା ସମ୍ପର୍କରେ କୌଣସି ସେଲ୍‌ ଫୋନ୍‌ରେ ନିଜର କୌଣସି ସହଯୋଗୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ ନ କରାଇବା ପାଇଁ ସେ କହୁଥିଲେ।

ହେଜ୍‌ବୋଲ୍ଲା ପେଜରକୁ ଏକ ଆମତ୍ରକ୍ଷାମୂଳକ ଉପକରଣ ଭାବେ ବ୍ୟବହାର କରୁଥିଲା। କିନ୍ତୁ ଇସ୍ରାଏଲୀ ଇଣ୍ଟେଲିଜେନ୍ସ ଏହାକୁ ‘ବଟନ୍ସ’ ରୂପେ ବର୍ଗୀକୃତ କରିଥିଲା, ଯାହାକୁ ରଣନୈତିକ ସ୍ଥିତିରେ ଆକ୍ଟିଭେଟ୍‌ କରିହେବ। ପେଜରଗୁଡ଼ିକୁ ବିପ୍‌ ପାଇଁ ସେଟ୍‌ କରାଯାଇଥିଲା। ବିପ୍‌ କରିବା ପରେ ସେଗୁଡ଼ିକୁ ଧରିଥିବା ଲୋକେ ହେଜ୍‌ବୋଲ୍ଲା ଅଧିକାରୀମାନଙ୍କଠାରୁ କ’ଣ ମେସେଜ୍‌ ଆସିଛି ବୋଲି ଯାଞ୍ଚ କରିଥିଲେ। ଏହାର କିଛି ସେକେଣ୍ଡ ଭିତରେ ପେଜରଗୁଡ଼ିକରେ ବିସ୍ଫୋରଣ ଘଟି ଲେବାନନ୍‌ ସାରା ଆତଙ୍କ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?