ବର୍ଷାପାଣି ପଚି ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି

ପଟ୍ଟାମୁଣ୍ଡାଇ,୧୨ା୭ (କଳ୍ପତରୁ ନାୟକ): ବର୍ଷାଋତୁ ଚାଲିଥିବା ବେଳେ ଅଧିକାଂଶ ଅଞ୍ଚଳରେ ଥଣ୍ଡାଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସ୍ଥାନେ ସ୍ଥାନେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ମଧ୍ୟ ହେଉଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ନେଇ ସବୁ ଜିଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଲୋକମାନେ ନିଜେ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। କିନ୍ତୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଅଧିକାଂଶ ଡ୍ରେନ୍‌ ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇରହିଛି। ବହୁ ସ୍ଥାନରେ ଡ୍ରେନ୍‌ ପାଚେରି ଭାଙ୍ଗି ଯାଇଛି। ଭଗ୍ନ ଅବସ୍ଥାରେ ଥିବା ଡ୍ରେନ୍‌ଗୁଡ଼ିକୁ ମରାମତି ଓ ସଫା କରାଯାଉ ନ ଥିବାରୁ ମାସ ମାସ ଧରି ପଚା ପାଣି ଜମି ରହିଛି। ଫଳରେ ମଶା ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୌରପରିଷଦ ପକ୍ଷରୁ ମଶା ଧୂଆଁ ଛଡା ଯାଉ ନ ଥିବା ବେଳେ ଡ୍ରେନ୍‌, ନାଳରେ ମଶା ତେଲ ସିଞ୍ଚନ ହେଉନାହିଁ। ଦିନରାତି ସବୁ ସମୟରେ ଘରେ କିମ୍ବା ବାହାରେ ମଶାଙ୍କ ଉତ୍ପାତ କଲବଲ କରୁଛି। ତେଣୁ ଆଗକୁ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବ ବୋଲି ଅଞ୍ଚଳବାସୀଙ୍କ ଆଶଙ୍କା ବଢ଼ିବାରେ ଲାଗିଛି।
ବୁଦ୍ଧିଜୀବୀ ଉପେନ୍ଦ୍ର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରପରିଷଦ ସହରର ପ୍ରମୁଖ ଅଞ୍ଚଳର ରାସ୍ତାକୁ ଚକାଚକ୍‌ କରିବାରେ ଲାଗିଥିବା ବେଳେ ବସ୍ତି ଭିତରେ ଘର ନିକଟରେ ପାଣି ଏବଂ ଅଳିଆ ଆବର୍ଜନା ଜମି ରହୁଥିବାରୁ ସେଠାରେ ମାଛି, ମଶା ଉଡ଼ି ବୁଲୁଛନ୍ତି। ଯେଉଁଥିପାଇଁ ଡେଙ୍ଗୁ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି। ବସବାସ କରୁଥିବା ଲୋକେ ମଧ୍ୟ ନିଜ ଅଞ୍ଚଳକୁ ସଫାସୁତରା କରିବା ପାଇଁ ଚେଷ୍ଟା କରୁନାହାନ୍ତି। ପୌରପରିଷଦ ପକ୍ଷରୁ ମଶା ଧୂଆଁ ଦିଆଯାଉନାହିଁ। ଅଧିକାଂଶ ଡ୍ରେନ୍‌, ନାଳରେ କେମିକାଲ ସିଞ୍ଚନ ହେଉନାହିଁ। ସହରର ପ୍ରମୁଖ ଡ୍ରେନ୍‌ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଆବର୍ଜନା ଭର୍ତ୍ତି ହୋଇପଡ଼ିଛି। କେବଳ ଯେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ତାହା ନୁହେଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ସାମାଜିକ କର୍ମୀ ମେରୁଲା ସେକ୍‌ କହିଛନ୍ତି, କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ଷା ହେଉଥିବାରୁ ବିଭିନ୍ନ ବସ୍ତି ଅଞ୍ଚଳରେ ପାଣି ଜମି ପଚି ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ପୌର କର୍ତ୍ତୃପକ୍ଷ ପାଣିନାଳ ସଫା କି ମରାମତି କରି ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଚାରି ଆଡେ ଜମି ରହିଛି। ଫଳରେ ମଶାମାଛି କାୟା ବିସ୍ତାର କରିବାରେ ଲଗିଛନ୍ତି। ଦିନରେ ଘର ଭିତରେ ମଶା କାମୁଡ଼ିବା ସହ ସନ୍ଧ୍ୟା ହେଲେ ଘରୁ ବାହାରି ହେଉନାହିଁ। ପୌର ପରିଷଦ ଯଦି ଏହାର ପ୍ରତିକାର ନ କରେ ତେବେ ଭୁବନେଶ୍ୱର, କଟକ ଭଳି ଏଠାରେ ଡେଙ୍ଗୁ ବ୍ୟାପିଯିବା ଆଶଙ୍କା ପ୍ରକାଶ ପାଇଛି। ଡେଙ୍ଗୁ ରୋଗର ବାହକ ଏଡିଶ୍‌ ମଶା। ବିଶେଷକରି ବର୍ଷାଦିନେ ଏହି ମଶା ଅଧିକ ମାତ୍ରାରେ ବଂଶ ବିସ୍ତାର କରିଥାନ୍ତି। ବର୍ଷା ଯୋଗୁ ଜମି ରହୁଥିବା ଆବର୍ଜନା ପାଣିରେ ଏହି ମଶାର ଲାର୍ଭା ଉତ୍ପତ୍ତି ହୁଏ। ଏବେ ବର୍ଷା ହେଉଥିବାରୁ ପାଣି ନିଷ୍କାସନ ହୋଇ ନ ପାରି ଆବର୍ଜନା ପାଣି ଜମି ରହୁଛିି। ଫଳରେ ମଶା ବଂଶ ବୃଦ୍ଧି ଘଟୁଛି। ଅନ୍ୟପକ୍ଷରେ ଡେଙ୍ଗୁକୁ ରୋକିବା ପାଇଁ ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି ବୋଲି ଅଭିଯୋଗ ହେଉଛି। ସହରର ପରିମଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ। ବିଭିନ୍ନ ନାଳରେ ଏଡିଶ ମଶା ମାରିବା ନିମନ୍ତେ ଉଦ୍ଦିଷ୍ଟ ତେଲ ପକାଯାଉନି କି ମଶା ଧୂଆଁ ଦିଆଯାଉନି। ବର୍ଷା ଥମିଲେ ଆପେ ଆପେ ଡେଙ୍ଗୁ ଡର ଦୂରେଇ ଯିବ ବୋଲି ଭାବି ପୌର ଅଧିକାରୀମାନେ ଚୁପ ହୋଇ ବସିଛନ୍ତି। ଏ ଦିଗରେ ପୌର କର୍ତ୍ତୃପକ୍ଷ ଅବିଳମ୍ବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଡେଙ୍ଗୁ ଭଳି ମହାମାରୀ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ପୌରାଞ୍ଚଳର ଅନେକ ଅଞ୍ଚଳରେ ପାଣି ନିଷ୍କାସନ ସମସ୍ୟା ଦୃଷ୍ଟିକୁ ଆସିଛି। ଏ ଦିଗରେ ପୌର ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?