Posted inଜାତୀୟ

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଏହି ସନ୍ଥ ଦାନ କରିବେ ପ୍ରଥମ ରୂପା ଇଟା

ଅଯୋଧ୍ୟା,୧୨।୮: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମନ୍ଦିରର ଶିଳାନ୍ୟାସ ପରେ ଏବେ ମସ୍‌ଜିଦ୍‌ ନିର୍ମାଣ ଉପରେ ବିଚାର କରାଯାଉଛି। ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମୟରେ ପ୍ରଥମେ ରୁପା ଇଟାରେ ମୁଳଦୂଆ ରଖାଯାଇଥିଲା। ତେଣୁ ଏବେ କାଶୀର ସନ୍ଥମାନେ ମସ୍‌ଜିଦ୍‌ ନିର୍ମାଣ ପାଇଁ ପ୍ରଥମେ ରୁପା ଇଟା ଦାନ କରିବେ ବୋଲି ବିଚାର କରୁଛନ୍ତି। ବିରଦୋପୁର ସ୍ଥିତ କୈଳାଶ ମଠରେ କାଶୀର ମହାମଣ୍ଡଳେଶ୍ୱର ସ୍ବାମୀ ଆଶୁତୋଷାନନ୍ଦ ଗିରି ମସ୍‌ଜିଦ୍‌ ନିର୍ମାଣ ପାଇଁ ପ୍ରଥମ ରୁପା ଇଟା ଦାନ କରିବେ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି, ଯେପରି ଅଯୋଧ୍ୟାରେ ସମସ୍ତଙ୍କ ସହାୟତାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ସେହିଭଳି ସମସ୍ତଙ୍କ ସହଯୋଗରେ ଏକ ବଡ଼ ମସ୍‌ଜିଦ୍‌ ନିର୍ମାଣ ହେବ। ଯଦି ଅଯୋଧ୍ୟାରେ ୫ଏକର ଜମିରେ ତିଆରି ହେବାକୁ ଥିବା ମସ୍‌ଜିଦ୍‌କୁ ହିନ୍ଦୁ ଓ ମୁସଲମାନମାନେ ମିଶି କରନ୍ତି। ତେବେ ଏହା କେବଳ ମସ୍‌ଜିଦ୍‌ ନିର୍ମାଣ ହେବ ନାହିଁ ବରଂ ହୃଦୟ ଏବଂ ପ୍ରେମ ନିର୍ମାଣ ହେବା ସହ ପରସ୍ପର ମଧ୍ୟରେ ପ୍ରେମ ବଢ଼ିବ ବୋଲି ସ୍ବାମୀ ଆଶୁତୋଷାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

ପ୍ରତିଶୋଧ ପରାୟଣ ପ୍ରେମିକା: କନ୍ୟାର ଚୁଟି କାଟି, ଆଖିରେ ପକାଇଲେ ଫେବିକ୍ୱିକ

ନାଳନ୍ଦା,୨।୧୨: ପ୍ରେମ କି ଜାଣେ ଜାତି, ଧର୍ମ। ପ୍ରେମ କି ଜାଣେ ପାତରଅନ୍ତର। ହେଲେ ପ୍ରେମରେ ଅନ୍ଧ ହୋଇ ଅପରାଧ କରିବା କେତେଦୂର ଯୁକ୍ତିଯୁକ୍ତ। କିଛି...

୪ ରାଜ୍ୟରେ ପ୍ରଚାର ଶେଷ

ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି।...

ନ କହି ଚୁପ୍‌ ରହିବା ଅଧିକ ବିପଜ୍ଜନକ: ସିଜେଆଇ…

ନାଗପୁର,୧୨।୨ : ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଯୋଗଦେଇ ଦେଶର ସମ୍ବିଧାନ ସମ୍ବନ୍ଧରେ...

ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୨: ଏବେ ମହିଳା ଅଧିକାରୀଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବ। ଏନେଇ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ୨୦୧୦ରେ ଦିଆଯାଇଥିବା ରାୟକୁ ସର୍ବୋଚ୍ଚ...

ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ...

କଂସଙ୍କୁ ଜଣାଥିଲା କୃଷ୍ଣ ତାଙ୍କର କରିବେ ବଧ, ଭାଜପା ଜାଣିଛି କେଜରିଓ୍ବାଲ କରିବେ ତାହାର ନାଶ: ଏଏପି…

ନୂଆଦିଲ୍ଲୀ,୧୬।୪ : ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ପଚରାଉଚରା କରୁଛି। ଏନେଇ ଏଏପି ନେତା ତଥା ରାଜ୍ୟସଭା ଏମପି ରାଘବ ଚଢ଼ା...

କଂଗ୍ରେସ ବିଧାୟକ ହୋଟେଲରେ ଦେଖୁଛନ୍ତି ସଲିମ୍‌ର ବିଦ୍ରୋହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଜୟପୁର, ୧୮।୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଗତ ୫ ଦିନ ଧରି ଦିଲ୍ଲୀ ରୋଡ ସ୍ଥିତ ଆଲିଶାନ୍‌ ରିସୋର୍ଟରେ ରହିଥିବା ୧୦୦ରୁ...

Advertisement
Archives

Model This Week