କାଏମା ପାହାଡ଼ରୁ ମୋରମ୍‌ ଲୁଟ ଉଦ୍ୟମ

କାଏମା,୨୩ା୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ଼ରୁ ମୋରମ୍‌ ଲୁଟ ପାଇଁ କେତେଜଣ ଯୁବକ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ଅଟକାଇଛନ୍ତି। କାଏମା ପାହାଡ଼ ବା ଗୋଗଳ ପାହାଡ଼ ପାଦଦେଶେରେ ପ୍ରାଚୀନ ବୌଦ୍ଧ କୀର୍ତ୍ତି ସମ୍ପନ୍ନ ହାତିଆଶୁଣି ଅବସ୍ଥିତ। ୨୦୦୪ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିପୁଳ ଟଙ୍କା ବ୍ୟୟରେ ଏହାର ସୋନ୍ଦର୍ଯ୍ୟକରଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହାସିକ ବୌଦ୍ଧପୀଠ ହାତିଆଶୁଣି ନିଜର ପରିଚୟ ହଜାଇବାକୁ ବସିଲାଣି। ପାହାଡ଼କୁ ସୁରକ୍ଷା ଦେବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏହା ନଷ୍ଟ ହେଲାଣି। ପାହାଡ଼ ସୁରକ୍ଷା ନିମନ୍ତେ ଏହାଉପରେ ନିଷିଦ୍ଧ ଅଞ୍ଚଳ ବୋଡ ଲଗାଯାଇଥିଲା। କିନ୍ତୁ ତାହା ଆଉ ଦେଖିବାକୁ ମିଳୁନାହିଁ। ତେଣୁ ଅଭିନବ ଉପାୟରେ କିଏ ଗଛ କାଟି ବିକ୍ରି କରୁଛି ତ ଆଉ କିଏ ସ୍କୁଲ ଓ ମନ୍ଦିର ବାହାନାରେ ଏହାକୁ ଖୋଳି ମୋରମ୍‌ ଲୁଟ କରୁଥିବା ଦେଖିବାକୁ ମିଳୁଛି।
କେତେଜଣ ବ୍ୟକ୍ତି ପାହାଡ଼ ଉପରେ ଏକ ମନ୍ଦିର ନିର୍ମାଣ ବାହାନାରେ ପାହାଡ଼କୁ ଯିବା ପାଇଁ ରାସ୍ତା କରିବା ନିମନ୍ତେ ପାହାଡ ଖୋଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏଥିରେ ବ୍ୟବହୃତ ଜେସିବି ମେଶିନ ଓ ଟ୍ରାକ୍ଟରରେ ନମ୍ବର ନ ଥିଲା। ଲୋକେ ପଚାରିବାରୁ ସେମାନେ ଥାନା, ତହସିଲ ଓ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କଠାରୁ ଅନୁମତି ଆଣିଥିବା କହିଥିଲେ। ହେଲେ କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲେ। ସ୍ଥାନୀୟଲୋକେ ପ୍ରଶାସନ ସହ ଫୋନ ଯୋଗେ ଯୋଗାଯୋଗ କରି କୌଣସି ଅନୁମତି ନ ଥିବା ଜାଣିବାକୁ ପାଇଥିଲେ। ବେଆଇନ ଭାବେ ପାହାଡ଼ ଖୋଳିବା ଏବଂ ଲୁଚାଇ ମୋରମ ଲୁଟ କରାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ଧସ୍ତାଧସ୍ତି ଆଡ଼କୁ କଥା ବଢ଼ିଥିଲା। ପରେ ଖୋଳୁଥିବା ବ୍ୟକ୍ତିମାନେ ମେଶିନ ଓ ଟ୍ରାକ୍ଟର ନେଇ ଚାଲି ଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆଗାମୀ ଦିନରେ ବେଆଇନ ବାଲି, ମୋରମ ଭଳି ଖଣିଜ ପଦାର୍ଥ ମନଇଛା ଲୁଟ ବିରୋଧରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ପାହାଡ଼ରୁ ମୋରମ୍‌ ଖୋଳିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?