ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ ବୁଲୁଥିବା ୬୦ରୁ ଊର୍ଦ୍ଧ୍ୱ ହାତୀ ଖାଇ ଚାଲିଛନ୍ତି ପାଚିଲା ଧାନ। ଶତାଧିକ ଏକର ଜମିରେ ଫସଲ ଦଳିଚକଟି ନଷ୍ଟ କରିସାରିଲେଣି। ବିଲ ହୁଡ଼ାରେ ଚାଷୀ ଅସହାୟ ଅବସ୍ଥାରେ ଛିଡ଼ା ହୋଇ ଦେଖୁଥିବାବେଳେ ଆଖି ଆଗରେ ଛାରଖାର ହୋଇଯାଉଛି ସବୁକିଛି। ବଳକା ଧାନ ହାତୀ ମୁହଁରୁ ଛଡ଼ାଇ ଆଣିବା ପାଇଁ ଚାଷୀ ସଂଘର୍ଷ କରୁଥିବାବେଳେ ଟ୍ରାକ୍ଟର ଅଭାବ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। ଏପରି କି ଅନେକ ସ୍ଥାନରେ ଭଡ଼ାରେ ଟ୍ରାକ୍ଟର ନେବାକୁ ବାଡ଼ିଆପିଟା ସ୍ଥିତି ଉପୁଜୁଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର ଚାଷୀ।

ବୁହାଳିପାଳ କାଳିଯୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଦଳବଦ୍ଧ ଭାବେ ରହୁଥିବା ୬୦ ହାତୀ ଏବେ ବିଭିନ୍ନ ପଲରେ ବିଭକ୍ତ ହୋଇ ଧାନ ଜମିମୁହଁା ହୋଇଛନ୍ତି। ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଦଣ୍ଡିରି ଅଞ୍ଚଳରେ। ଏଠାରେ ମଧ୍ୟ ୪୦ ହାତୀ ଦୀର୍ଘଦିନ ହେଲା ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ନବକିଶୋରପୁର, ବୁହାଳିପାଳ, କୁନୁଆ, ଗଣ୍ଡାନାଳୀ, ଦଣ୍ଡିରି, ବାଙ୍କଟିଆ, କାଟେଣି ଅଞ୍ଚଳ ଛାଡୁନାହାନ୍ତି ହାତୀପଲ। ସେମାନଙ୍କ ଗର୍ଜନରେ ଅଞ୍ଚଳ ଥରହର ହେଉଛି। ହିଂସ୍ର ରୂପ ଧାରଣ କରୁଥିବା ହାତୀ ଆକ୍ରମଣ ଆଶଙ୍କାରେ ଚାଷୀମାନେ ବିଲରେ ପଡ଼ିଥିବା ଧାନ ଆଣିପାରୁନାହାନ୍ତି। କେବଳ ଏତିକି ନୁହେଁ, ଅନେକ ସମୟରେ ହାତୀପଲ ଜନବସତିମୁହଁା ହେଉଥିବାରୁ ଜୀବନ ହାନି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ସନ୍ଧ୍ୟା ହେଲେ ଅଞ୍ଚଳ ଦେଇ ଯାଇଥିବା ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଗ୍ରାମ ରାସ୍ତାରେ ନୀରବତା ଛାଇଯାଉଛି। ହାତୀଙ୍କ ପାଇଁ ଅଞ୍ଚଳବାସୀ ଏକପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ଅନ୍ୟପଟେ ଏକକାଳୀନ ଧାନ ଅମଳ ଚାଲିଥିବାରୁ ଏବେ ଟ୍ରାକ୍ଟର ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଧାନ ଅମଳ କରି ସୁରକ୍ଷିତ ଜାଗାରେ ରଖିବାକୁ ଏକପ୍ରକାର ପ୍ରତିଯୋଗିତା ଚଳାଇଛନ୍ତି। ଫଳରେ ପୂର୍ବରୁ ଘଣ୍ଟାକୁ ୮୦୦ ଟଙ୍କାରେ ମିଳୁଥିବା ଟ୍ରାକ୍ଟର ଏବେ ୧୨୦୦ ଟଙ୍କା ଦେଲେ ବି ମିଳୁନାହିଁ। ଏ ସଂକ୍ରାନ୍ତରେ କୁନୁଆର ଚାଷୀ ସରୋଜ ରାଉତ ଏବଂ ଜାପାନୀ ସାମଲ କୁହନ୍ତି, ଆରମ୍ଭରୁ ବର୍ଷା ଅଭାବରୁ ଚାଷ ପ୍ରଭାବିତ ହୋଇଥିଲା। ଋଣ କରି ବଡ଼ କଷ୍ଟରେ ଧାନ ଚାଷ କରିଥିଲୁ। ହେଲେ ଦୁଇରାତି ଭିତରେ ସବୁକିଛି ହାତୀ ଖାଇଯାଇଛନ୍ତି। କେମିତି କରଜ ଶୁଝିବୁ, ବର୍ଷସାରା କ’ଣ ଖାଇବୁ, କିପରି ଚଳିବୁ ତାହା ଭାବିଲା ବେଳକୁ ଚିନ୍ତା ମାଡ଼ିବସୁଛି। ସୁବିଧାରେ ଟ୍ରାକ୍ଟର ମିଳିଥିଲେ ଧାନ ଅମଳ କରିହୁଅନ୍ତା। ଅନ୍ତତଃ ବଞ୍ଚତ୍ୟାଇଥିବା ଫସଲ ଘରକୁ ଆସିପାରନ୍ତା।
ଏ ସଂକ୍ରାନ୍ତରେ ରେଞ୍ଜର ଲୋହିତ ରଥ କୁହନ୍ତି, ଜମିରେ ପାଚିଲା ଧାନ ଥିବାରୁ ହାତୀ ବିଲ ଛାଡୁନାହାନ୍ତି। ହାତୀଙ୍କୁ ଘଉଡ଼ାଇବା ପାଇଁ ଯେତେ ଉଦ୍ୟମ କରାଗଲେ ମଧ୍ୟ କିଛି ଲାଭ ମିଳୁନାହିଁ। ଅଧିକ କର୍ମଚାରୀଙ୍କୁ ମୁତୟନ କରାଯାଇ ଚାଷୀଙ୍କ ଫସଲ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri