ସୁଧୁରୁନି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

ଯାଜପୁର ଅଫିସ୍‌/ ବରୀ,୧୮ା୯(ଡି.ଏନ୍‌.ଏ.): ଗତ ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଇତିମଧ୍ୟରେ ୩ ସପ୍ତାହ କାଳ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଯାଜପୁର ଜିଲା ବରୀ ବ୍ଲକର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ତିଳେମାତ୍ର ସୁଧୁରି ପାରିନାହିଁ। ଜିଲାରେ ୪୬ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଯାଇଥିବା ବେଳେ କେବଳ ବରୀ ବ୍ଲକରେ ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇଛନ୍ତି। ଏବେ ବି ହଜାର ହଜାର ପରିବାର ଖୋଲା ଆକାଶ ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଛନ୍ତି। ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଏବେ ବି ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ଠିକ୍‌ ଭାବେ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ହେଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ବନ୍ୟା ବିପନ୍ନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ନ ଥିବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ପ୍ରଶାସନ ତରଫରୁ ସମସ୍ତ ବନ୍ୟା ବିପନ୍ନଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହିତ ସରକାରୀ ନିୟମ ମୁତାବକ ରିଲିଫ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। ବରୀ ବ୍ଲକର ୧୧୦ ରାଜସ୍ବ ଗ୍ରାମର ୪୧,୧୪୯ ପରିବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପରିବାର ପିଛା ୫୦୦ଟଙ୍କା ହିସାବରେ ଅର୍ଥ ମଞ୍ଜୁର ହୋଇଥିବାବେଳେ ୨୦୫୭୪.୫ କୁଇଣ୍ଟାଲ ଚାଉଳ ଆସିଥିବା ସୂଚନା ମିଳିଛି। ମାତ୍ର ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଓ ଖାମଖିଆଲି ମନୋଭାବ ଯୋଗୁ ବନ୍ୟା ବିପନ୍ନମାନଙ୍କ ଚିହ୍ନଟ ପ୍ରକ୍ରିୟା ଏଯାଏ ସରିପାରିନି।
ବନ୍ୟାରେ ବାସଗୃହ ଭାଙ୍ଗି ଯାଇଥିବାରୁ ଗମୁ, ମିତ୍ରସେନପୁର, ଢିଅପାଳ, କୁଲୁପୁର, ବାଦପଡା, ଜୋରକୁଳ ପ୍ରଭୃତି ଗ୍ରାମର ହଜାରରୁ ଊର୍ଦ୍ଧ୍ୱ ପରିବାର ଖୋଲା ଆକାଶ ତଳେ ନଦୀବନ୍ଧ, ରାସ୍ତାକଡ଼ ଓ ବିଭିନ୍ନ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବିଡମ୍ବନା ଯେ, ବହୁ ଥିଲା ବାଲା ଲୋକ ସରକାରୀ ସୁବିଧା ହାତେଇବାରେ ସଫଳ ହୋଇଛନ୍ତି, ହେଲେ ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର କବଲ୍ୟ ଦଳେଇ, ମହାକାଳପଡ଼ା ପଞ୍ଚାୟତ ମିତ୍ରସେନପୁର ଗ୍ରାମର ଗଦାଧର ବିଶ୍ୱାଳ, ଅବନ୍ତି ବିଶ୍ୱାଳ, ବାଲିବିଲି ଗ୍ରାମର ମାଧବ ମଳିକ ପ୍ରମୁଖ ବନ୍ୟା ବିପନ୍ନ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ମନେ ହେଉଛି। ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଙ୍ଗଳବାର ବରୀ ବ୍ଲକ ଗସ୍ତ କରି ବିପନ୍ନମାନଙ୍କଙ୍କୁ ଭେଟିଥିଲେ। ସେମାନଙ୍କ ସହିତ ଆଲୋଚନା କରିବା ପରେ ବିପନ୍ନଙ୍କ ମନରେ କିଛିଟା ଆଶା ସଞ୍ଚାର ହୋଇଥିବା ଏବେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବରୀ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରେ ଏ ଯାଏ ୧୭,୧୬୭ ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଅନ୍ୟମାନଙ୍କୁ ରିଲିଫ ବଣ୍ଟନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?