ସୁଧୁରୁନି ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା

ଯାଜପୁର ଅଫିସ୍‌/ ବରୀ,୧୮ା୯(ଡି.ଏନ୍‌.ଏ.): ଗତ ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଇତିମଧ୍ୟରେ ୩ ସପ୍ତାହ କାଳ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଯାଜପୁର ଜିଲା ବରୀ ବ୍ଲକର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ତିଳେମାତ୍ର ସୁଧୁରି ପାରିନାହିଁ। ଜିଲାରେ ୪୬ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ଯାଇଥିବା ବେଳେ କେବଳ ବରୀ ବ୍ଲକରେ ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇଛନ୍ତି। ଏବେ ବି ହଜାର ହଜାର ପରିବାର ଖୋଲା ଆକାଶ ତଳେ ରାସ୍ତାକଡ଼ରେ ଆଶ୍ରୟ ନେଇଛନ୍ତି। ପ୍ରାୟ ୭୪ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଏବେ ବି ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ଠିକ୍‌ ଭାବେ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ହେଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ବନ୍ୟା ବିପନ୍ନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ନ ଥିବା ଭଳି କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ପ୍ରଶାସନ ତରଫରୁ ସମସ୍ତ ବନ୍ୟା ବିପନ୍ନଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହିତ ସରକାରୀ ନିୟମ ମୁତାବକ ରିଲିଫ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। ବରୀ ବ୍ଲକର ୧୧୦ ରାଜସ୍ବ ଗ୍ରାମର ୪୧,୧୪୯ ପରିବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପରିବାର ପିଛା ୫୦୦ଟଙ୍କା ହିସାବରେ ଅର୍ଥ ମଞ୍ଜୁର ହୋଇଥିବାବେଳେ ୨୦୫୭୪.୫ କୁଇଣ୍ଟାଲ ଚାଉଳ ଆସିଥିବା ସୂଚନା ମିଳିଛି। ମାତ୍ର ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଓ ଖାମଖିଆଲି ମନୋଭାବ ଯୋଗୁ ବନ୍ୟା ବିପନ୍ନମାନଙ୍କ ଚିହ୍ନଟ ପ୍ରକ୍ରିୟା ଏଯାଏ ସରିପାରିନି।
ବନ୍ୟାରେ ବାସଗୃହ ଭାଙ୍ଗି ଯାଇଥିବାରୁ ଗମୁ, ମିତ୍ରସେନପୁର, ଢିଅପାଳ, କୁଲୁପୁର, ବାଦପଡା, ଜୋରକୁଳ ପ୍ରଭୃତି ଗ୍ରାମର ହଜାରରୁ ଊର୍ଦ୍ଧ୍ୱ ପରିବାର ଖୋଲା ଆକାଶ ତଳେ ନଦୀବନ୍ଧ, ରାସ୍ତାକଡ଼ ଓ ବିଭିନ୍ନ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବିଡମ୍ବନା ଯେ, ବହୁ ଥିଲା ବାଲା ଲୋକ ସରକାରୀ ସୁବିଧା ହାତେଇବାରେ ସଫଳ ହୋଇଛନ୍ତି, ହେଲେ ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର କବଲ୍ୟ ଦଳେଇ, ମହାକାଳପଡ଼ା ପଞ୍ଚାୟତ ମିତ୍ରସେନପୁର ଗ୍ରାମର ଗଦାଧର ବିଶ୍ୱାଳ, ଅବନ୍ତି ବିଶ୍ୱାଳ, ବାଲିବିଲି ଗ୍ରାମର ମାଧବ ମଳିକ ପ୍ରମୁଖ ବନ୍ୟା ବିପନ୍ନ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ମନେ ହେଉଛି। ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଙ୍ଗଳବାର ବରୀ ବ୍ଲକ ଗସ୍ତ କରି ବିପନ୍ନମାନଙ୍କଙ୍କୁ ଭେଟିଥିଲେ। ସେମାନଙ୍କ ସହିତ ଆଲୋଚନା କରିବା ପରେ ବିପନ୍ନଙ୍କ ମନରେ କିଛିଟା ଆଶା ସଞ୍ଚାର ହୋଇଥିବା ଏବେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବରୀ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରେ ଏ ଯାଏ ୧୭,୧୬୭ ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଅନ୍ୟମାନଙ୍କୁ ରିଲିଫ ବଣ୍ଟନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri