Posted inଜାତୀୟ

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା ଦିଅଯାଇଛି। କରୋନା ମହାମାରୀ ସମୟରେ ବିଶ୍ୱର ଟିକାକରଣ ସେବା ହ୍ରାସ ପରେ ପୁଣି ଥରେ ଏଥିରେ ଉନ୍ନତି ଘଟିଛି। ଡବ୍ଲୁଏଚଓ ଏବଂ ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ର ଏକ ନୂତନ ରିପୋର୍ଟରେ କୁହାଯାଇଛି ମହାମାରୀ ଯୋଗୁଁ ୨୦୨୦ମସିହାରେ ସାରା ବିଶ୍ୱରେ ପ୍ରାୟ ୨୩ ନିୟୁତ ଶିଶୁ ନିୟମିତ ଟିକାକରଣରୁ ବଞ୍ଚିତ ହୋଇଥିଲେ। ୨୦୨୧ ତୁଳନାରେ ୨୦୨୨ ମସିହାରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଟିକା ଦିଆଯାଇଛି।

ଡବ୍ଲୁଏଚଓ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱର ଶିଶୁ ଟିକାକରଣ କଭରେଜରେ ଉନ୍ନତି ସତ୍ତ୍ୱେ ଏହା ମହାମାରୀ ପୂର୍ବ ଅପେକ୍ଷା କମ ରହିବ। ୨୦୧୯ ରେ, ଟିକାକରଣରୁ ବଞ୍ଚିତ ହୋଇଥିବା ଶିଶୁଙ୍କ ସଂଖ୍ୟା ୧.୮୪ କୋଟି ଥିଲା। ସେହି ପିଲାମାନଙ୍କର ସଂଖ୍ୟା କିଛି ମାତ୍ରାରେ ସମାନ ରହିଛି ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ଦିଆଯାଇ ନାହିଁ। ତଥ୍ୟ ଅନୁଯାୟୀ, ମହାମାରୀ ସମୟରେ ଶୂନ ଏକ୍ସପୋଜର ଥିବା ପିଲାଙ୍କ ସଂଖ୍ୟା ୨୦୧୯ ରେ ୧.୨୯ କୋଟିରୁ ୧.୮୧ କୋଟିକୁ ବୃଦ୍ଧି ପାଇଥିଲା। ଏହା ପରେ, ଏହି ସଂଖ୍ୟା ୨୦୨୨ ରେ ୧,୪୩ କୋଟିକୁ ଖସି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri