ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ପାର୍‌…

ନୂଆଦିଲ୍ଲୀ, ୨୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୧ ହଜାର ୮୮୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୯ ହଜାର ୪୮୨ ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଦିନେ ମଧ୍ୟରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୨୧ ହଜାର ୨୧୯ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୨୮୯ ଜଣ, ପଶ୍ଚିମବଙ୍ଗରେ ୨,୪୮୬, ତାମିଲନାଡୁରେ ୨,୦୯୩ ଜଣ, ପଞ୍ଜାବରେ ୩୯୦ ଜଣ କେରଳରେ ୨,୨୬୨ ଜଣ, କର୍ନାଟକରେ ୧,୫୫୨ ଜଣ, ଓଡ଼ିଶାରେ ୧,୧୭୮ ଜଣ, ଗୁଜରାଟରେ ୮୧୬, ଆସାମରେ ୭୨୦ ଜଣ, ତେଲେଙ୍ଗାନାରେ ୭୬୫, ହିମାଚଳପ୍ରଦେଶରେ ୫୯୭ ଜଣ, ଛତିଶଗଡ଼ରେ ୭୦୦ ଜଣ, ଦିଲ୍ଲୀରେ ୬୪୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୫୫ ଜଣ, ଆନ୍ଧ୍ରପ୍ରଦେଶରେ ୫୧୫ ଜଣ, ଉତ୍ତରପ୍ରଦେଶରେ ୪୩୧ ଜଣ, ତ୍ରିପୁରାରେ ୪୧୪ ଜଣ, ଜମ୍ମୁ-କଶ୍ମୀରରେ ୫୦୫ ଜଣ, ବିହାରରେ ୪୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଝାଡ଼ଖଣ୍ଡରେ ୨୧୪ ଜଣ, ରାଜସ୍ଥାନରେ ୨୫୦ ଜଣ, ସିକିମ୍‌ରେ ୨୧୪ ଜଣ , ମଧ୍ୟପ୍ରଦେଶରେ ୩୧୨ ଜଣ, ପୁଡୁଚେରୀରେ ୨୩୨ ଜଣ, ଉତ୍ତରାଖଣ୍ଡରେ ୧୮୩ ଜଣ, ମିଜୋରାମରେ ୨୦୭ ଜଣ, ଚଣ୍ଡିଗଡ଼ରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୧ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି । ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?