କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ନ ଯାଉଣୁ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ ୩୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବେଶି ରୋଗୀ ଆସୁଛନ୍ତି। ପ୍ରତିଦିନ ପାଖାପାଖି ୯୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଉଛି। ଡାକ୍ତରଖାନାରେ ପ୍ରତିଦିନ ୮ରୁ ୧୦ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି। ସବୁ ରୋଗୀଙ୍କୁ ଭର୍ତ୍ତି ନ କରି ଔଷଧ ଦେଇ ଛାଡ଼ି ଦେଉଛୁ। ଯେଉଁ ରୋଗୀଙ୍କର ବ୍ଲଡ୍‌ ପ୍ଲେଟ୍‌ଲେଟ୍‌ ୪୦ ହଜାର ତଳକୁ ରହୁଛି ସେମାନଙ୍କୁ ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଉଛି। ତେବେ ଖୁବ୍‌ଶୀଘ୍ର ଡେଙ୍ଗୁ କମିଯିବ ବୋଲି ଆଶା କରାଯାଉଛି। ଯେଉଁ ଅଞ୍ଚଳରେ ଡ୍ରେନେଜ ସିଷ୍ଟମ ଠିକ୍‌ ନାହିଁ ଓ ଲୋକ ସଚେତନ ନାହାନ୍ତି ସେ ଅଞ୍ଚଳଗୁଡ଼ିକରେ ଡେଙ୍ଗୁ ବ୍ୟାପୁଛି। କରୋନା ଓ ଡେଙ୍ଗୁକୁ ନେଇ ଲୋକ ଦ୍ୱନ୍ଦ୍ୱରେ ପଡୁଛନ୍ତି। ତେଣୁ ଲକ୍ଷଣ ଦେଖାଦେଲେ ପ୍ରଥମେ କରୋନା ଟେଷ୍ଟ ଓ ପରେ ଡେଙ୍ଗୁ ଟେଷ୍ଟ କରିବା ଉଚିତ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି।
ଅପରପକ୍ଷେ ଭୁବନେଶ୍ୱରରେ ବୁଧବାର ଆଉ ୩୨ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩ରେ ପହଞ୍ଚତ୍ଛି। ଡେଙ୍ଗୁ ଦମନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସଚେତନତା ଓ ସଫାସୁତୁରା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଥିପାଇଁ ଏବେ ଡେଙ୍ଗୁ ସ୍ବେଚ୍ଛାସେବୀ ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ୪୫ଦିନ ଧରି ଘର ଘର ବୁଲି ଯାଞ୍ଚ ଓ ସଚେତନ ଆଦି କାର୍ଯ୍ୟ କରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri