ମୁଗଡାଲି ପାଣିରେ ରହିଛି ଏସବୁ ଉପକାରୀ ଗୁଣ

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କପର୍‌, ଏବଂ ଅନେକ ପ୍ରକାରର ଭିଟାମିନ୍‌ ଭରପୂର୍‌ ଥାଏ। ମୁଗଡାଲିର ପାଣି ମଧ୍ୟ ଅନେକ ଫାଇଦା ଦେଇଥାଏ। ମୁଗଡାଲି ପାଣି ପାଇଁ ସାମାନ୍ୟ ପ୍ରଣାଳୀରେ ଡାଲି ତିଆରି କରିବା ପରେ ୨ କପ୍‌ ପାଣି ଅଧିକ ଦେବାକୁ ପଡ଼ିଥାଏ। ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଇବାକୁ ପଡ଼େ। ମୁଗଡାଲି ପାଣି ସେବନ ଦ୍ୱାରା ଶରୀରରେ ମହଜୁଦ୍‌ ମଇଳା ନିଷ୍କାସିତ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଦେଇଥାଏ। ଏଥିରେ ଫାଇବର୍‌ ମାତ୍ରା ପ୍ରଚୁର ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିଥାଏ। ପିଲାଠୁ ବୟସ୍କ ବ୍ୟକ୍ତି, ପ୍ରତ୍ୟେକଙ୍କ ପାଇଁ ଏହା ସ୍ବାସ୍ଥ୍ୟପ୍ରଦ। କେବଳ ସେତିକି ନୁହେଁ, ମୁଗଡାଲି ପାଣି ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରି ଓଜନ ହ୍ରାସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁଗାର ଫ୍ରି ଖାଦ୍ୟ ଓ ଦାନ୍ତ

ଡାଇବେଟିସ ରୋଗୀ ବିଶେଷ ଭାବରେ ଖାଦ୍ୟପେୟ ପ୍ରତି ସଚେତନ ରହିଥାଆନ୍ତି।  ସେମାନଙ୍କୁ ମିଠାଜାତୀୟ ଏବଂ କେତେକ ଖାଦ୍ୟଠାରୁ ଦୂରତା ଅବଲମ୍ବନ କରିବାକୁ ପଡ଼ିଥାଏ। ହେଲେ ଆଜିକାଲି...

ଏହି ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ…

ଡାଇବେଟିସ୍‌ ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ହୋଇଥାଏ। ତେବେ କେତେକଙ୍କଠାରେ ଏହା ଦେଖାଯାଇ ନ ଥାଏ। ଅପରପକ୍ଷରେ କେତେକଙ୍କ ଠାରେ ଏହା ଗୁରୁତର...

ପାାଣି ପିଇବାର ଠିକ୍‌ ଉପାୟ କହିଛନ୍ତି ଚାଣକ୍ୟ : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ...

ଘରେ ଏଭଳି ଜିନିଷ ରଖିଥିଲେ ତୁରନ୍ତ କାଢ଼ି ଦିଅନ୍ତୁ.. ନଚେତ..

ଘର ହେଉ ଅବା ଅଫିସ, ଆଜିକାଲି ଲୋକମାନେ ବାସ୍ତୁ ଅନୁଯାୟୀ ସବୁକିଛି କରିବାକୁ ପସନ୍ଦ କରୁଛନ୍ତି। କାରଣ ବାସ୍ତୁ ଠିକ୍‌ ଥିଲେ ଆଖପାଖରେ ସକରାତ୍ମକ ଉର୍ଜା...

ରେନ୍‌ବୋ ଫ୍ୟାଶନ

କଲରଫୁଲ୍‌ ଗେଟ୍‌ଅପ୍‌ ଯୁବପିଢିଙ୍କର ସବୁବେଳେ ପସନ୍ଦ। ଏମିତିରେ କିଛିଦିନ ହେବ ସପ୍ତରଙ୍ଗୀ ବା ରେନ୍‌ବୋ କଲର ଆଉଟଫିଟ୍‌ କଲେକ୍ସନ୍‌ ସେମାନଙ୍କ ଲାଗି ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ...

ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି।...

ମନ ଖୋଜେ ସାଥୀ…

ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ...

ସୁସ୍ଥ ଶରୀର ଅନ୍ତରାଳେ

ଆମ ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଆମ ଶରୀର ଭିତରେ ଯେତେ ରକ୍ତ ପ୍ରବାହିତ ହେଉଛି, ତା’ର...

Advertisement


Archives

Model This Week