Posted inଜାତୀୟ

ଚନ୍ଦ୍ର ମିଶନ ସଫଳ

ଭାରତର ତୃତୀୟ ଲୁନାର ମିଶନ୍‌ ଚନ୍ଦ୍ରୟାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ନୂଆ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରର ଏହି ଦୂର ପାର୍ଶ୍ୱରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ। ପୂର୍ବରୁ ସୋଭିଏଟ୍‌ ରୁଷ, ଆମେରିକା ଓ ଚାଇନା ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଦେଶ ଦକ୍ଷିଣ ମେରୁରେ ପହଞ୍ଚତ୍ପାରି ନାହାନ୍ତି। ଇସ୍ରୋର ଏହି ସଫଳତାରେ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିିଛି। ୨୦୧୯ରେ ଭାରତର ଚନ୍ଦ୍ରୟାନ-୨ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇ ଚନ୍ଦ୍ର ପୃଷ୍ଠରେ ଖସିପଡ଼ିଥିଲା। ଗତ ରବିବାର ରୁଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଧକ୍କା ହୋଇଥିଲା। ତେଣୁ ଭାରତର ତୃତୀୟ ମୁନ୍‌ ମିଶନ୍‌ ସଫଳତାକୁ ନେଇ ଆଶଙ୍କା ଲାଗିରହିବା ସ୍ବାଭାବିକ୍‌। ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ କିଛି ମହୂର୍ତ୍ତ ସମସ୍ତଙ୍କ ଛାତି ଧଡ଼ଧଡ଼ ହେଉଥିଲା। ତେବେ ସମସ୍ତଙ୍କୁ ଚମକାଇ ଲ୍ୟାଣ୍ଡର ବିକ୍ରମ ଧାର୍ଯ୍ୟ ସମୟ ବୁଧବାର ସନ୍ଧ୍ୟା ଠିକ୍‌ ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠ ସ୍ପର୍ଶ କରିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭାରତ ପାଇଁ ଐତିହାସିକ ଦିନ କହିବା ସହ ଇସ୍ରୋ ଓ ଏହାର ବୈଜ୍ଞାନିକମାନଙ୍କୁ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି।

ଚନ୍ଦ୍ର ଛୁଇଁବାରେ ଭାରତ ଚତୁର୍ଥ

ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚତ୍ବାରେ ଭାରତ ପ୍ରଥମ ଦେଶ ହୋଇଛି। ତେବେ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ଅବତରଣ କରାଇବାରେ ଏହା ଚତୁର୍ଥ ରାଷ୍ଟ୍ର। ପୂର୍ବରୁ ଆମେରିକା, ସୋଭିଏଟ୍‌ ୟୁନିୟନ ଏବଂ ଚାଇନା ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ। ଏପରିକି ସେମାନେ ଚନ୍ଦ୍ରପୃଷ୍ଠରୁ ମାଟି ଓ ଶିଳା ନମୁନା ଧରି ପୃଥିବୀକୁ ଫେରିଥିଲେ। ତେବେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବାରେ ଏପର୍ଯ୍ୟନ୍ତ କୌଣସି ଦେଶ ସଫଳ ହୋଇ ନ ଥିଲେ। ସୋଭିଏଟ୍‌ ୟୁନିୟନ ୫ ଥର ବିଫଳ ହେବା ପରେ ଷଷ୍ଠ ମହାକାଶ ଯାନ ଚନ୍ଦ୍ରରେ ଅବତରଣ କରିବାରେ ସଫଳ ହୋଇଥିଲା। ସେହିପରି ଆମେରିକାର ମହାକାଶ ସଂସ୍ଥା ନାସା ୧୩ ଥର ବିଫଳ ହେବା ପରେ ୧୯୬୪ ଜୁଲାଇ ୩୧ରେ ଏହାର ଲୁନାର ମିଶନ ସଫଳ ହୋଇଥିଲା। ଚାଇନାର ଚେଙ୍ଗ୍‌ ୩ ଏବଂ ୪ ମିଶନ ୨୦୧୩ ଡିସେମ୍ବର ୨ ଏବଂ ୨୦୧୮ ଡିସେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ରୋଭରକୁ କାର୍ଯ୍ୟକ୍ଷମ କରିଥିଲା। ୨୦୨୦ ନଭେମ୍ବର ୨୩ରେ ଏହାର ଚେଙ୍ଗ୍‌ ୫ ମିଶନ ଡିସେମ୍ବର ୧ରେ ଚନ୍ଦ୍ରରେ ଅବତରଣ କରି ସେଠାରୁ ୨ କିଲୋଗ୍ରାମ ମୃତ୍ତିକା ଧରି ଡିସେମ୍ବର ୧୬ରେ ପୃଥିବୀକୁ ଫେରିଥିଲା। ୨୦୦୮ ଅକ୍ଟୋବର ୨୨ରେ ଭାରତର ଚନ୍ଦ୍ରୟାନ-୧ ଚନ୍ଦ୍ରଠାରୁ ୧୦୦ କିଲୋମିଟର କକ୍ଷପଥରେ ଅବସ୍ଥାନ କରିଥିଲା। ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨ ପଠାଯାଇଥିଲା, ଯେଉଁଥିରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ରହିଥିଲା। ତେବେ ସେହିବର୍ଷ ସେପ୍ଟେମ୍ବର ୬ରେ ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହୋଇ ଏହା ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିଲା।

ଚନ୍ଦ୍ରୟାନ-୩ର ଯାତ୍ରାପଥ

ଜୁଲାଇ ୬: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ମିଶନ ଆରମ୍ଭ କରିଥିଲା।
ଜୁଲାଇ ୭: ଚନ୍ଦ୍ରୟାନ-୩ର ସମସ୍ତ ବୈଦ୍ୟୁତିକ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଥିଲା।
ଜୁଲାଇ ୧୧: ଏକ ୨୪ ଘଣ୍ଟିଆ ଲଞ୍ଚ ରିହର୍ସାଲ’ସଫଳତାର ସହିତ କରାଯାଇଥିଲା।
ଜୁଲାଇ ୧୪: ଇସ୍ରୋର ଏଲ୍‌ଭିଏମ୩ ଏମ୍‌୪ ଚନ୍ଦ୍ରୟାନ-୩କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କଲା।
ଜୁଲାଇ ୧୫: ବେଙ୍ଗାଲୁରୁରେ ମିଶନର ପ୍ରଥମ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳ ହେଲା। ଏହା ମହାକାଶ ଯାନ ୪୧,୭୬୨ x ୧୭୩ କି.ମି. କକ୍ଷପଥରେ ପହଞ୍ଚିଲା।
ଜୁଲାଇ ୧୭: ଦ୍ୱିତୀୟ କକ୍ଷପଥ ବୃଦ୍ଧି ମାନିଉଭର୍‌ ଚନ୍ଦ୍ରୟାନ-୩କୁ ୪୧,୬୦୩ x ୨୨୬ କି.ମି ପୃଥିବୀ-ବନ୍ଧିତ କକ୍ଷପଥରେ ରଖିଲା।
ଜୁଲାଇ ୨୨: ଚତୁର୍ଥ କକ୍ଷପଥ ବୃଦ୍ଧି ମାନିଉଭର୍‌ ବା ପୃଥିବୀ ବନ୍ଧିତ ପେରିକି ଫାୟାରିଂ ଦ୍ୱାରା ମହାକାଶଯାନକୁ ୭୧,୩୫୧ x ୨୩୩ କିମି କକ୍ଷପଥରେ ସଫଳତାର ସହ ସ୍ଥାନିତ।
ଜୁଲାଇ ୨୫: ଅନ୍ୟ ଏକ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳତାର ସହିତ କରାଯାଇଥିଲା।
ଅଗଷ୍ଟ ୧: ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହାସଲ ସ୍ବରୂପ ଚନ୍ଦ୍ରୟାନ-୩ ଏକ ୨୮୮ କି.ମି x ୩,୬୯,୩୨୮ କି.ମି. ଟ୍ରାନ୍ସଲୁନାର୍‌ କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୫: ମହାକାଶଯାନ ୧୬୪ କି.ମି. x ୧୮,୦୭୪ କି.ମି ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୬: ମହାକାଶଯାନର ଚନ୍ଦ୍ର-ବନ୍ଧିତ କକ୍ଷପଥକୁ ୧୭୦ କିମି x ୪,୩୧୩ କି.ମି.କୁ ହ୍ରାସ କରାଗଲା।
ଅଗଷ୍ଟ ୯: ଅନ୍ୟ ଏକ ମାନିଉଭର୍‌ କରାଯାଇଥିଲା ଯଦ୍ଦ୍ବାରା ମହାକାଶଯାନ ୧୭୪ x ୧୪୩୭ କି.ମି. କକ୍ଷପଥକୁ ଖସି ଆସିଥିଲା।
ଅଗଷ୍ଟ ୧୪: ପ୍ରାୟ ବୃତ୍ତାକାର ୧୫୧ କି.ମି. x ୧୭୯ କି.ମି. କକ୍ଷପଥରେ ଚନ୍ଦ୍ରୟାନ-୩ ପ୍ରବେଶ କଲା।
ଅଗଷ୍ଟ ୧୬: ଫାୟାରିଂ ପରେ ମହାକାଶଯାନ ୧୫୩ କି.ମି. x ୧୬୩ କି.ମି. କକ୍ଷପଥରେ ପ୍ରବେଶ କଲା
ଅଗଷ୍ଟ ୧୭: ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରକୁ ନେଇ ଲ୍ୟାଣ୍ଡିଂ ମଡ୍ୟୁଲ୍‌ ଏହାର ପ୍ରବୃତ୍ତି ପ୍ରଣାଳୀ(ପ୍ରପଲ୍‌ସନ୍‌ ସିଷ୍ଟମ୍‌)ରୁ ଅଲଗା ହୋଇଥିଲା।
ଅଗଷ୍ଟ ୧୮: ମହାକାଶଯାନ ସଫଳତାର ସହିତ ଏକ ଡିବୁଷ୍ଟିଂ ଅପରେଶନ(ଗତିବେଗ ହ୍ରାସ ପ୍ରକ୍ରିୟା)ସମାପ୍ତ କଲା, ଯଦ୍ଦ୍ବରା ଏହାର କକ୍ଷପଥ ୧୧୩ କି.ମି. x ୧୫୭ କି.ମି.କୁ ହ୍ରାସ ପାଇଲା।
ଅଗଷ୍ଟ ୨୦: ଚନ୍ଦ୍ରୟାନ-୩ର ଦ୍ୱିତୀୟ ତଥା ଅନ୍ତିମ ଡିବଷ୍ଟିଂ ଅପରେଶନ କରାଯାଇ ଏହାର ଏଲ୍‌ଏମ୍‌ କକ୍ଷପଥକୁ ୨୫ କି.ମି. x ୧୩୪ କି.ମି.କୁ ହ୍ରାସ କରାଗଲା।
ଅଗଷ୍ଟ ୨୩: ଚନ୍ଦ୍ରୟାନ-୩ ପୂର୍ବନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬.୪ ମିନିଟରେ ସଫଳତାର ସହ ଅବତରଣ କରିବା ସହ ଇତିହାସ ରଚିଲା।

ନୂଆ ଇତିହାସ ଲେଖାହେଲା

ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ ଅବତରଣ କରାଇ ନୂଆ ଇତିହାସ ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ସମିଟ୍‌ ପାଇଁ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରଧାନମନ୍ତ୍ରୀ ଚନ୍ଦ୍ରୟାନ-୩ର ଅବତରଣ ଉଦ୍ୟମକୁ ଭର୍ଚୁଆଲି ଦେଖିଥିଲେ। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ଓ ଏହାର ବୈଜ୍ଞାନିକମାନଙ୍କୁ ହୃଦୟଭରା ଅଭିନନ୍ଦନ ଜଣାଇଛନ୍ତି। ସେ ଦକ୍ଷିଣ ଆଫ୍ରିକାରେ ଥାଇପାରନ୍ତି, ହେଲେ ତାଙ୍କ ହୃଦୟ ସବୁବେଳେ ଚନ୍ଦ୍ରୟାନ ମିଶନ ସହ ରହିଛି ବୋଲି ଦକ୍ଷିଣ ଆଫ୍ରିକାରେ ଭର୍ଚୁଆଲି ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି।

ଚନ୍ଦ୍ରୟାନ-୩ ବଜେଟ ‘ଇଣ୍ଟରଷ୍ଟେଲାର’ଠାରୁ କମ୍‌

ଇସ୍ରୋର ଲୁନାର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଭାରତକୁ ପ୍ରଥମ ଦେଶ ଭାବେ ଏଭଳି ସଫଳତା ମିଳିଛି। ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ ଏହା ଉପରେ ନିଜର ପ୍ରତିକ୍ରିୟା ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ନ୍ୟୁଜ୍‌ଥିଙ୍କ ଆକାଉଣ୍ଟରେ ସେ ଲେଖିଛନ୍ତି, ଚନ୍ଦ୍ରୟାନ-୩ ପାଇଁ ୭୫ ନିୟୁତ ଡଲାର (ପ୍ରାୟ ୬୨୦ କୋଟି ଟଙ୍କା) ବ୍ୟୟ ଆକଳନ କରାଯାଇଛି, ଯାହାକି କ୍ରିଷ୍ଟୋଫର ନୋଲାନ୍‌ଙ୍କ ୨୦୧୪ର ଫିଲ୍ମ ‘ଇଣ୍ଟରଷ୍ଟେଲାର’ ବଜେଟଠାରୁ କମ୍‌। ସେତେବେଳେ ଇଣ୍ଟରଷ୍ଟେଲାର ଚଳଚ୍ଚିତ୍ର ନିର୍ମାଣରେ ୧୬୫ ନିୟୁତ ଡଲାର ବ୍ୟୟ ହୋଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିକ୍ରିୟା

ଆଜିର ଅଗ୍ରଣୀ ଉପଲବ୍ଧି ପାଇଁ ଇସ୍ରୋ ଟିମ୍‌କୁ ଶୁଭେଚ୍ଛା। ଚନ୍ଦ୍ରମାର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ଆମ ବୈଜ୍ଞାନିକ ମାନଙ୍କ ଉନ୍ନତ ପ୍ରତିଭା ଏବଂ କଠିନ ପରିଶ୍ରମର ପରିଣାମ। ୧୯୬୨ ପରେ ଭାରତର ମହାକାଶ କାର୍ଯ୍ୟକ୍ରମ ନୂଆ ଶିଖରକୁ ଛୁଇଁଛି ।
-ରାହୁଲ ଗାନ୍ଧୀ,କଂଗ୍ରେସ ନେତା

ଚନ୍ଦ୍ରୟାନ-୨ର ବିଫଳତା ମୋତେ ଅଧିକ କଷ୍ଟ ଦେଇଥିଲା। କାରଣ ଏହା ଅବତରଣର ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲା। ତେବେ ଚନ୍ଦ୍ରୟାନ-୩ର ସଫଳତା ଲାଗି ମୁଁ ଉତ୍ସାହିତ। ମୁଁ ଏହି କ୍ଷଣକୁ ଦୀର୍ଘଦିନ ଧରି ଅପେକ୍ଷା କରି ରହିଥିଲି, ଯାହା ଖୁସି ଦେଇଛି।
-କେ. ଶିବନ,ପୂର୍ବତନ ଇସ୍ରୋ ମୁଖ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ‘ଆତ୍ମନିର୍ଭର ଭାରତ’ର ମନ୍ତ୍ରକୁ ସତ୍ୟ ପ୍ରମାଣିତ କରିଛି।
-ଜେ.ପି. ନଡ୍ଡା,
ଭାଜପା ଅଧ୍ୟକ୍ଷ
ଛଅ ଦଶନ୍ଧି ପୁରୁଣା ଏହି ମହାକାଶ କାର୍ଯ୍ୟକ୍ରମରେ ଆଜି ୧୪୦ କୋଟି ଭାରତୀୟ ନୂଆ ଉପଲବ୍ଧି ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଏହି ଅଭିଯାନ ଆରମ୍ଭ କରିଥିଲା।
-ମଲ୍ଲିକାର୍ଜୁନ ଖାର୍ଗେ,
କଂଗ୍ରେସ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?