Posted inଫୁରସତ

ଜହ୍ନକୁ ଟ୍ରାଫିକ ଲାଇଟ୍‌ ଭାବି ରାସ୍ତାରେ ଅଟକିଲା କାର୍‌, ଭିଡିଓ ଦେଖିଲେ…

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟେସ୍‌ଲା କାର୍‌ ଚଲାଇ ଚର୍ଚ୍ଚାରେ ଅଛନ୍ତି। ଏହି କାର୍‌ ସ୍ବତନ୍ତ୍ର ଅଟୋ ପାଇଲଟ ମୋଡ୍‌ରେ ଚାଲିଥାଏ। ଏହାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

ଟେସ୍‌ଲା କାର୍‌ରେ ଥିବା ସେଲ୍‌ଫ-ଡ୍ରାଇଭିଂ ଫିଚର ସହାୟତାରେ ଗାଡ଼ି ଆପଣାଛାଏଁ ଚାଲିଥାଏ। ମାତ୍ର ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଜୋର୍ଡାନ ନେଲ୍‌ସନ ନାମକ ଜଣେ ବ୍ୟକ୍ତି ପ୍ରସ୍ତୁତ କରିଛନ୍ତି।

ଜୋର୍ଡାନ ନେଲ୍‌ସନ ଆମେରିକାରେ ରୁହନ୍ତି। ସେ ଦେଖିଲେ ତାଙ୍କ ସେଲ୍‌ଫ ଡ୍ରାଇଭିଂ କାର୍‌ ବାରମ୍ବାର ରାସ୍ତାରେ ଅଟକୁଛି। ନେଲ୍‌ସନ ନୋଟିସ୍‌ କଲେ କି କାର୍‌ ବାରମ୍ବାର ଜହ୍ନକୁ ୟେଲୋ ଲାଇଟ୍‌ ଭାବି ଧୀରେ ଧୀରେ ଯାଉଛି। ଏହା ପରେ ନେଲ୍‌ସନ ଏହି ପୂରା ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ।


ଜୋର୍ଡାନ ଭିଡିଓଟିକୁ ଟୁଇଟର୍‌ରେ ଶେୟାର କରିବା ସହ ଏଲନ ମସ୍କକୁ ଟ୍ୟାଗ୍‌ କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ହାୟ ଏଲନ ଜହ୍ନ କେମିତି ତୁମ ଅଟୋ ପାଇଲଟ୍‌ ସିଷ୍ଟମକୁ ଚକ୍‌ମା ଦେଉଛି ଦେଖ। ଏହା ତୁମ ଟିମ୍‌କୁ କହିବାକୁ ଚାହିଁବ।

ଅନ୍ୟପକ୍ଷରେ ଟେସ୍‌ଲା କମ୍ପାନୀ ନିକଟରେ ଘୋଷଣା କରିଥିଲା କି, ଲୋକମାନେ ଟେସ୍‌ଲା କମ୍ପାନୀ ଗାଡ଼ି କିଣି ମାସକୁ ୧୯୯ ଟଙ୍କା ଦେଇ ସମ୍ପୂର୍ଣ୍ଣ ସ୍ବୟଂ ଚାଳନା ଫିଚରକୁ ସବ୍‌ସ୍କ୍ରାଇବ୍‌ କରିପାରିବେ। କାର୍‌ କିଣିବା ସମୟରେ ଲୋକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିଲା।

ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri