Posted inଖେଳ

କୋହଲିଙ୍କୁ ନୁହେଁ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉ: ଡବ୍ଲୁଟିସି ଫାଇନାଲ ହାରିବା ପରେ…

ନୂଆଦିଲ୍ଲୀ,୨୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପୁଣି ଥରେ ପ୍ରଶବାଚୀ ସୃଷ୍ଟି ହୋଇଛି। ଅନେକ ପୂର୍ବତନ କ୍ରିକେଟର ଏବଂ ବିଶେଷଜ୍ଞମାନେ କୋହଲିଙ୍କ କାନ୍ଧରୁ ତିନୋଟି ଫର୍ମାଟରେ ନେତୃତ୍ୱ ନେବା ଦାୟିତ୍ୱ କମ୍‌ କରିବା ଏବଂ ଅନ୍ୟ ଖେଳାଳିଙ୍କ ସହ ତାହା ବାଣ୍ଟିବା ଉଚିତ ବୋଲି ଅନୁଭବ କରୁଛନ୍ତି। ଏସବୁ ମଧ୍ୟରେ ଇଂଲଣ୍ଡର ପୂର୍ବତନ ସ୍ପିନର ମୋଣ୍ଟି ପାନେସର କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଟି-୨୦ ଫର୍ମାଟରେ ଭାରତକୁ ଆଗେଇ ନେବା ପାଇଁ ରୋହିତ ଶର୍ମା ଅଧିନାୟକ ଭାବେ ଉପଯୁକ୍ତ ପସନ୍ଦ। ରୋହିତ ଯେଉଁଭଳି ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ରେ ଆଗେଇ ନେଇଛନ୍ତି, ସେହିଭଳି ସେ ଭାରତୀୟ କ୍ରିକେଟ ଟିମ୍‌ର ଦାୟିତ୍ୱ ନେଇପାରିବେ ବୋଲି ସେ କହିଛନ୍ତି।

କ୍ରିକ୍‌ ବାଉନ୍ସର ସହ କଥା ହେବା ବେଳେ ମୋଣ୍ଟି କହିଛନ୍ତି, ମୁଁ ଭାବୁଛି ଟି-୨୦ ଫର୍ମାଟର ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯିବା ଉଚିତ। ସେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଭାବେ ଆଗେଇ ନେଇଛନ୍ତି। କୋହଲି ଏବେ ନିହାତି ଭାବେ ଚାପରେ ରହିବେ। କାରଣ ଯଦି ତାଙ୍କ ଦଳ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭଲ ପ୍ରଦର୍ଶନ ନ କରେ ଏବଂ ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୧ ହାରିଯାଏ ତେବେ କ’ଣ ହେବ ସମସ୍ତେ ଜାଣନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବା ସହଜ। ଦଳରେ କାଇଲ ଜାମିସନଙ୍କ ଭଳି ଖେଳାଳି ନାହାନ୍ତି। ଏହାଛଡ଼ା ଇଂଲଣ୍ଡର ଟପ୍‌ ଅର୍ଡର ବ୍ୟାଟିଂ ମଧ୍ୟ ସେତେଟା ଶକ୍ତିଶାଳୀ ନୁହେଁ। ଏଣୁ ଭାରତ ଲାଭ ପାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ଟେଷ୍ଟ ଜିତିବା ଭାରତ ପାଇଁ କଷ୍ଟକର

ଚେନ୍ନାଇ, ୮ା୨- ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଜିତିବା ପାଇଁ ଆହୁରି ୩୮୧ ରନ୍‌ ଦରକାର। ଟିମ୍‌...

‘ପୁଷ୍ପା’ ଗୀତରେ ନାଚିଲେ କୋହଲି, ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୧୦।୨: ଘରୋଇ ମାଟିରେ ଆଉ ଏକ ସିରିଜ କବଜା କରିଛି ଭାରତୀୟ ଦଳ। ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ...

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ବଂଶୋଦ୍ଭବ ରାଜୀବଙ୍କୁ ଟାଇଟଲ୍‌

ମେଲବୋର୍ନ, ୨।୨ (ଏଏଫ୍‌ପି)- ଆମେରିକାରେ ଅବସ୍ଥାପିତ ଭାରତୀୟ ବଂଶୋଦ୍ଭବ ରାଜୀବ ରାମ ବର୍ଷର ପ୍ରଥମ ଟେନିସ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।...

ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ ହୋଇପାରେ: କୋହଲି

ଲିଡ୍ସ,୨୪।୮ : ଓ୍ବିନିଂ କମ୍ବିନେଶନରେ କୌଣସି ପ୍ରକାର ପରିବର୍ତ୍ତନ ଚାହାନ୍ତି ନାହିଁ ଭାରତୀୟ ଅଧିନାୟକ ବିରାଟ କୋହଲି। କିନ୍ତୁ ହେଡିଂଲେ ପିଚ୍‌କୁ ଦେଖିବା ପରେ ଅଭିଜ୍ଞ...

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ...

ଗଗନେନ୍ଦୁଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଇଟାଲିର ନାପୋଲିଠାରେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଇଣ୍ଡିଆନ ୟୁନିଭର୍ସିଟିଜ ଦଳର ୧୧୯ ଖେଳାଳି...

ଏହସାନ ମାନି ଆଇସିସି କମିଟି ଅଧ୍ୟକ୍ଷ

କରାଚୀ,୨୪।୭(ପି.ଟି.)- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଏହସାନ ମାନିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ବେଶ୍‌ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week