ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି ରାଶିର କ୍ୟାରିୟର, ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟ, ଶିକ୍ଷା ଓ ପାରିବାରିକ ଜୀବନ ଉପରେ ଭିନ୍ନ ଭିନ୍ନ ଭାବରେ ପଡ଼ିପାରେ। ସେପ୍ଟେମ୍ବର ୨ ତାରିଖରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ଏହାପରେ ସେପ୍ଟେମ୍ବର ୭ରେ ବୁଧ କନ୍ୟା ରାଶିକୁ ପ୍ରବେଶ କରିବେ, ଯେଉଁଠାରେ ବୁଧଙ୍କ ସ୍ଥିତିକୁ ଶକ୍ତିଶାଳୀ ବୋଲି ମନେ କରାଯାଏ। ସେପ୍ଟେମ୍ବର ୧୭ରେ ସୂର୍ଯ୍ୟ କନ୍ୟା ରାଶିରେ ଗୋଚର କରିବେ। ଏହାର ପରଦିନ, ଅର୍ଥାତ୍ ୧୮ ସେପ୍ଟେମ୍ବରରେ ମଙ୍ଗଳ କର୍କଟ ରାଶିକୁ ପ୍ରବେଶ କରିବେ। ମାସର ଶେଷ ଭାଗରେ ସେପ୍ଟେମ୍ବର ୨୬ରେ ବୁଧ ତୁଳା ରାଶିରେ ଗୋଚର କରିବେ। ଏହା ବ୍ୟତୀତ ଶନି ସାରା ମାସ ମୀନ ରାଶିରେ ବକ୍ରୀ ରହିବେ। ରାହୁ କୁମ୍ଭ ଏବଂ କେତୁ ସିଂହ ରାଶିରେ ରହିବେ। ଏହି ଗ୍ରହସ୍ଥିତି କିଛି ରାଶି ପାଇଁ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ଆଣିପାରେ, ଯେତେବେଳେ କି କିଛି ରାଶିର ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୟରେ ଧୈଯ୍ୟ ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିପାରେ।
-ମେଷ ରାଶି ପାଇଁ ସେପ୍ଟେମ୍ବରର ଆରମ୍ଭ ବେଶ ଶୁଭ ରହିବ। ଭାଗ୍ୟର ସାଥ ମିଳିବ ଏବଂ ଆପଣ ଭାବିଥିବା କାମ ସମୟରେ ପୂରଣ ହୋଇପାରେ। ମାସର ପ୍ରଥମ ଦୁଇ ସପ୍ତାହ କ୍ୟାରିୟର ଓ ବ୍ୟବସାୟ ଦୃଷ୍ଟିରୁ ଅନୁକୂଳ ରହିବ। ଘର ଓ କର୍ମକ୍ଷେତ୍ରରେ ସହଯୋଗ ମିଳିବ। ପରିବାରରେ ପ୍ରେମ ଓ ସମନୱୟ ରହିବ। ମାସର ମଧ୍ୟଭାଗରେ ଛାତ୍ରୀଛାତ୍ରଙ୍କୁ ଅଳସୁଆମି ଛାଡ଼ି ପରିଶ୍ରମ କରିବାକୁ ପଡ଼ିବ। ଲକ୍ଷ୍ୟରୁ ମନ ଭ୍ରମିତ ହୋଇପାରେ। ନିଜ ଲୋକଙ୍କ ସହ କୌଣସି କଥାକୁ ନେଇ ବିବାଦ ହେବାର ଆଶଙ୍କା ରହିଛି। ତେବେ ଛୋଟ-ବଡ଼ ଯାତ୍ରା କ୍ୟାରିୟର ଓ ବ୍ୟବସାୟକୁ ସଠିକ ଦିଗ ଦେଇପାରେ। ସରକାର କିମ୍ବା କ୍ଷମତା ସହ ଜଡ଼ିତ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।
-ବୃଷ ରାଶି ପାଇଁ ସେପ୍ଟେମ୍ବର ମାସ ମିଶ୍ରିତ ଫଳ ଦେଇପାରେ। ମାସର ଆରମ୍ଭରେ କାମକାଜରେ ବିଶେଷ ସତର୍କତା ଆବଶ୍ୟକ। ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ ଏବଂ ବିପଦପୂର୍ଣ୍ଣ କାମରୁ ଦୂରେଇ ରୁହନ୍ତୁ। ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ଏବଂ ସମ୍ପର୍କରେ ମର୍ଯ୍ୟାଦା ବଜାୟ ରଖନ୍ତୁ। ପ୍ରେମ ସମ୍ପର୍କ ହେଉ କି ଦାମ୍ପତ୍ୟ ଜୀବନ, ନିଜ ସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ।
ମାସର ପ୍ରଥମ ସପ୍ତାହରୁ ମଧ୍ୟଭାଗ ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବେ କାମ କଲେ ଅନେକ ସମସ୍ୟାରୁ ବଞ୍ଚିପାରିବେ। ମାସର ମଧ୍ୟଭାଗରେ କ୍ୟାରିୟର ଓ ବ୍ୟବସାୟ ସମ୍ପର୍କିତ ସମସ୍ୟା ଚିନ୍ତା ବଢ଼ାଇପାରେ। ଛୋଟ କାମ ପାଇଁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
-ମିଥୁନ ରାଶି ପାଇଁ ସେପ୍ଟେମ୍ବରର ଆରମ୍ଭ ଅତ୍ୟନ୍ତ ଶୁଭ ଓ ଲାଭଦାୟକ ରହିବ। ଭାଗ୍ୟର ପୂର୍ଣ୍ଣ ସାଥ ମିଳିବ। କ୍ୟାରିୟର ଓ ବ୍ୟବସାୟରେ ମନପସନ୍ଦ ସଫଳତା ମିଳିପାରେ। ବ୍ୟବସାୟିକ ଯାତ୍ରା ଶୁଭ ଓ ଲାଭଦାୟକ ହେବ। ଚାକିରି ସମ୍ପର୍କିତ ପ୍ରୟାସ ସଫଳ ହେବା ସହ ପଦୋନ୍ନତି କିମ୍ବା ମନପସନ୍ଦ ସ୍ଥାନକୁ ବଦଳିର ଇଚ୍ଛା ପୂରଣ ହୋଇପାରେ। ତେବେ ମାସର ଦ୍ୱିତୀୟ ସପ୍ତାହ ସୱାସ୍ଥ୍ୟ ଓ ସମ୍ପର୍କ ଦୃଷ୍ଟିରୁ କିଛିଟା ପ୍ରତିକୂଳ ରହିପାରେ। ଏହି ସମୟରେ ନିଜ ଦୈନନ୍ଦିନ ରୁଟିନ ଓ ବ୍ୟବହାର ଠିକ ରଖିବା ଆବଶ୍ୟକ। ମାସର ମଧ୍ୟଭାଗରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଭାବନା କିମ୍ବା ରାଗରେ ଆସି କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ହଠାତ୍ ବଡ଼ ଖର୍ଚ୍ଚ ଆସିବାରୁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇପାରେ। ତେଣୁ ଆରମ୍ଭରୁ ଧନର ସଠିକ ପରିଚାଳନା କରନ୍ତୁ।
-କର୍କଟ ରାଶି ପାଇଁ ସେପ୍ଟେମ୍ବର ମାସ ମିଶ୍ରିତ ଫଳ ଦେବ। କ୍ୟାରିୟର ଓ ବ୍ୟବସାୟରେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ତେବେ ମାସର ଆରମ୍ଭ ଅନୁକୂଳ ରହିବ। ଦୀର୍ଘ ସମୟ ଧରି ଅଟକିଥିବା କାମ ପୂରଣ ହେବ। ବ୍ୟବସାୟରେ ମନପସନ୍ଦ ପ୍ରଗତି ଓ ଲାଭ ମିଳିପାରେ। ଚାକିରି କିମ୍ବା ବ୍ୟବସାୟ ସମ୍ପର୍କିତ ଯାତ୍ରା ସୁଖଦ ଓ ଲାଭଦାୟକ ହେବ। ମାସର ପ୍ରଥମାର୍ଦ୍ଧରେ ନିଜ ଲୋକଙ୍କଠାରୁ ସହଯୋଗ ମିଳିବ। କିନ୍ତୁ ଦ୍ୱିତୀୟ ସପ୍ତାହରୁ ଅନ୍ୟମାନଙ୍କ ସହ ତାଳମେଳ ରଖିବାରେ କିଛି ସମସ୍ୟା ହୋଇପାରେ। ବିରୋଧୀ ସକ୍ରିୟ ରହିବେ। ତେଣୁ ଯୋଜନାବଦ୍ଧ ଭାବେ କାମ କରିବା ଆବଶ୍ୟକ। ମାସର ମଧ୍ୟଭାଗରେ ପୁଣି ଭାଗ୍ୟର ସାଥ ମିଳିବ ଏବଂ ପରିସ୍ଥିତି ସୁଧୁରିବା ଆରମ୍ଭ କରିବ। ଏହି ସମୟ ଆର୍ଥିକ ଦୃଷ୍ଟିରୁ ଭଲ ରହିବ। ବିଭିନ୍ନ ଉତ୍ସରୁ ଆୟ ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବା ସହ ଜମି, ଘର କିମ୍ବା ଗାଡ଼ି କିଣିବାର ସୱପ୍ନ ପୂରଣ ହୋଇପାରେ। ପୈତୃକ ସମ୍ପତ୍ତି ସମ୍ପର୍କିତ ଅସୁବିଧା ଦୂର ହେବ।
-ସିଂହ ରାଶି ପାଇଁ ସେପ୍ଟେମ୍ବର ମାସ ସାଧାରଣ ରହିପାରେ। କ୍ୟାରିୟର ଓ ବ୍ୟବସାୟରେ ହଠାତ୍ କିଛି ସମସ୍ୟା ଆସିପାରେ। ତେବେ ମାସର ଆରମ୍ଭ ଭଲ ରହିବ ଏବଂ ଭାଗ୍ୟର ସହଯୋଗ ମିଳିବ। ତେଣୁ ଗୁରୁତ୍ୱପୂର୍ଣ୍ଣ କାମ ମାସର ପ୍ରଥମାର୍ଦ୍ଧରେ ସାରିବାକୁ ଚେଷ୍ଟା କରନ୍ତୁ। ସେପ୍ଟେମ୍ବରର ପ୍ରଥମ ସପ୍ତାହରେ କ୍ୟାରିୟର ଓ ବ୍ୟବସାୟ ସମ୍ପର୍କିତ ଯାତ୍ରା ସଫଳ ହୋଇପାରେ। ପରିବାର ଓ ନିଜ ଲୋକଙ୍କ ସମର୍ଥନ ମିଳିବ। ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ କାମକାଜରେ ଅନୁକୂଳତା ରହିବ। ତେବେ ଲୋକଙ୍କ ସହ ସମନୱୟ ରଖି ଚାଲିବା ଆବଶ୍ୟକ।
-କନ୍ୟା ରାଶି ପାଇଁ ସେପ୍ଟେମ୍ବର ମାସରେ କେବେ ଖୁସି ତ କେବେ ଚିନ୍ତାର ପରିସ୍ଥିତି ରହିପାରେ। କେତେବେଳେ କାମ ସହଜରେ ପୂରଣ ହେବ, ଆଉ କେତେବେଳେ ହେଉଥିବା କାମରେ ହଠାତ୍ ବାଧା ଆସିପାରେ। ମାସର ଆରମ୍ଭ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ସରକାରୀ କ୍ଷେତ୍ର ସହ ଜଡ଼ିତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଗଢ଼ିଉଠିପାରେ। ଏଭଳି ବ୍ୟକ୍ତିଙ୍କ ସହାୟତାରେ ଅଟକିଥିବା କାମ ସହଜରେ ପୂରଣ କରିପାରିବେ। ମାସର ପ୍ରଥମାର୍ଦ୍ଧ ଆର୍ଥିକ ଦୃଷ୍ଟିରୁ ଶୁଭ ଓ ଲାଭଦାୟକ ରହିବ। ଅଟକିଥିବା ଟଙ୍କା ମିଳିପାରେ ଏବଂ ଆୟର ଅତିରିକ୍ତ ଉତ୍ସ ସୃଷ୍ଟି ହୋଇପାରେ। ତେବେ ମାସର ମଧ୍ୟଭାଗରେ ନିଷ୍ପତ୍ତି ନେବା ସମୟରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
-ତୁଳା ରାଶିର ଲୋକମାନେ ନିଜ କାମକାଜରେ ସଂଯମ ଓ ସତର୍କତା ଅବଲମ୍ବନ କଲେ ଏହି ମାସରେ ଆଶାଠାରୁ ଅଧିକ ଫଳ ପାଇପାରନ୍ତି। ତେବେ ଜୀବନର ଯେକୌଣସି କ୍ଷେତ୍ରରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ମାସର ଆରମ୍ଭରେ କାମକାଜକୁ ନେଇ କିଛି ସମସ୍ୟା ଦେଖାଦେଇପାରେ। ଏଭଳି ସମୟରେ ପରିବାର ଓ ନିଜ ଲୋକଙ୍କ ସମର୍ଥନ ଆପଣଙ୍କୁ ଆଶ୍ୱସ୍ତ କରିବ। ଚାକିରି କରୁଥିବା ଲୋକଙ୍କର ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ। କାମ ସମ୍ପର୍କିତ ଯାତ୍ରା ଥକାଇଦେଇପାରେ, କିନ୍ତୁ ଶେଷରେ ଏହା ସଫଳ ଓ ଲାଭଦାୟକ ହେବ। ମାସର ପ୍ରଥମାର୍ଦ୍ଧରେ ପ୍ରିୟଜନଙ୍କ ସହ ସୁଖଦ ସମୟ ବିତାଇବାର ସୁଯୋଗ ମିଳିବ। ପ୍ରେମ ସମ୍ପର୍କରେ ମଧ୍ୟ ଅନୁକୂଳତା ରହିବ।
-ବିଛା ରାଶି ପାଇଁ ସେପ୍ଟେମ୍ବର ମାସ ସାଧାରଣ ଫଳଦାୟକ ରହିପାରେ। ଏହି ମାସରେ ଛୋଟ ଛୋଟ କାମ ପାଇଁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଯଦି ଆପଣ ଭାଗିଦାରୀରେ ବ୍ୟବସାୟ କରୁଛନ୍ତି, ତେବେ ପାର୍ଟନରଙ୍କ ସହ ତାଳମେଳ ରଖିବାରେ କିଛି ସମସ୍ୟା ହୋଇପାରେ। ଧନ କାରବାର ଓ କାଗଜପତ୍ର ସମ୍ପର୍କିତ କାମରେ ବିଶେଷ ସତର୍କ ରୁହନ୍ତୁ। ମାସର ଆରମ୍ଭରେ ହଠାତ୍ ବଡ଼ ଖର୍ଚ୍ଚ ଆସିପାରେ, ଯାହା ଆପଣଙ୍କ ବଜେଟ ବିଗାଡ଼ିପାରେ। ଛାତ୍ରୀଛାତ୍ରଙ୍କ ମନ ପାଠପଢ଼ାରୁ ଦୂରେଇପାରେ। ଚାକିରିଆମାନଙ୍କୁ କାମ ସମ୍ପର୍କରେ ଦୂର ଯାତ୍ରା କରିବାକୁ ପଡ଼ିପାରେ। ଯଦି ଗତ କିଛି ସମୟ ଧରି କୌଣସି ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର କିଛି ନା କିଛି ସମାଧାନ ବାହାରିପାରେ।
-ଧନୁ ରାଶି ପାଇଁ ସେପ୍ଟେମ୍ବର ମାସ ସୁଖ ଓ ସୌଭାଗ୍ୟ ନେଇ ଆସିବ। ଜୀବନରେ ଆଗକୁ ବଢ଼ିବାର ଅନେକ ଭଲ ସୁଯୋଗ ମିଳିପାରେ। ମାସର ଆରମ୍ଭରେ କୌଣସି ବହୁ ପ୍ରତୀକ୍ଷିତ ଶୁଭ ଖବର ମିଳିପାରେ। ଦୀର୍ଘ ସମୟ ଧରି ଅଟକିଥିବା କାମରେ ଗତି ଆସିବ। ଭାଗ୍ୟର ସାଥ ମିଳିବାରୁ କଷ୍ଟକର ଲାଗୁଥିବା କାମ ମଧ୍ୟ ସହଜରେ ପୂରଣ ହୋଇପାରେ। ଚାକିରିଆମାନଙ୍କ ପାଇଁ କର୍ମକ୍ଷେତ୍ର ଅନୁକୂଳ ରହିବ। ଅଧିକାରୀମାନେ ଆପଣଙ୍କ କାମରେ ଖୁସି ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରନ୍ତି।
ଘର-ପରିବାରରେ ପ୍ରେମ ଓ ସମନୱୟ ରହିବ। ଧାର୍ମିକ ଓ ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇପାରେ। ସମାଜସେବା ସହ ଜଡ଼ିତ ଲୋକଙ୍କୁ ବିଶେଷ କାମ ପାଇଁ ସମ୍ମାନ ମିଳିପାରେ। ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପ୍ରଭାବ ସମାଜରେ ବଢ଼ିପାରେ।
-ମକର ରାଶି ପାଇଁ ସେପ୍ଟେମ୍ବରର ଆରମ୍ଭ ଅତ୍ୟନ୍ତ ଶୁଭ, ସଫଳ ଓ ଲାଭଦାୟକ ରହିବ। ଚାକିରି ଓ ବ୍ୟବସାୟରେ ମନପସନ୍ଦ ସଫଳତା ପାଇବାର ସୁଯୋଗ ରହିଛି। ବ୍ୟବସାୟୀମାନଙ୍କୁ ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିପାରେ।
ତେବେ ପରିସ୍ଥିତି ଅନୁକୂଳ ଥିଲେ ମଧ୍ୟ ଧନ କାରବାର ଓ କୌଣସି ଯୋଜନାରେ ନିବେଶ କରିବା ସମୟରେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ। ମାସର ଆରମ୍ଭରୁ ନିଜ ସମୟ, ଶକ୍ତି ଓ ଧନକୁ ଠିକ ଭାବରେ ପରିଚାଳନା କଲେ ଆପଣଙ୍କ କାମ ଆଶା ଅନୁସାରେ ସଫଳ ହୋଇପାରେ।
-କୁମ୍ଭ ରାଶି ପାଇଁ ସେପ୍ଟେମ୍ବର ମାସ ମିଶ୍ରିତ ଫଳଦାୟକ ରହିବ। ଏହି ମାସରେ କେତେବେଳେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ, ଆଉ କେତେବେଳେ ବିପକ୍ଷରେ ଯାଇପାରେ। ତେବେ ମାସର ଆରମ୍ଭରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ।
ଏହି ସମୟରେ ଆପଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଆଗକୁ ବଢ଼ିପାରନ୍ତି। ଚାକିରିଆମାନଙ୍କ ଉପରେ ବରିଷ୍ଠ ଅଧିକାରୀଙ୍କ କୃପା ରହିବ। କୌଣସି ମାମଲା କୋର୍ଟରେ ଚାଲିଥିଲେ ଏହି ସମୟରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। କଥାବାର୍ତ୍ତା ଓ ବୁଝାମଣା ମାଧ୍ୟମରେ ବିଭିନ୍ନ ବିବାଦର ସମାଧାନ କରିପାରିବେ।
-ମୀନ ରାଶି ପାଇଁ ସେପ୍ଟେମ୍ବର ମାସ ସାଧାରଣ ରହିବ। ଭାବିଥିବା କାମ ପୂରଣ କରିବା ପାଇଁ ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିବ। ସମ୍ପର୍କରେ ମଧୁରତା ବଜାୟ ରଖିବା ପାଇଁ ସମସ୍ତଙ୍କ ସହ ମର୍ଯ୍ୟାଦାର ସହ ବ୍ୟବହାର କରନ୍ତୁ ଏବଂ ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କକୁ ମଜବୁତ କରିବା ପାଇଁ ସାଥୀଙ୍କ ପ୍ରତି ବିଶ୍ୱସ୍ତ ରୁହନ୍ତୁ। ମାସର ଆରମ୍ଭରେ କ୍ୟାରିୟର କିମ୍ବା ବ୍ୟବସାୟ ସମ୍ପର୍କରେ ଦୂର କିମ୍ବା ନିକଟ ଯାତ୍ରା ହୋଇପାରେ। ଯାତ୍ରା ସମୟରେ ନିଜ ସାମଗ୍ରୀ ଓ ସୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବ୍ୟବସାୟ ସମ୍ପର୍କିତ କୌଣସି ଡିଲ କରିବା ପୂର୍ବରୁ ଏବଂ ଚାକିରି କିମ୍ବା ରୋଜଗାର ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବା ସମୟରେ ଶୁଭେଚ୍ଛୁଙ୍କ ପରାମର୍ଶ ନିଅନ୍ତୁ। ଏହି ମାସରେ କାମକାଜରେ ବିଶେଷ ସତର୍କତା ଅବଲମ୍ବନ କରିବା ଭଲ।

