Posted inଜାତୀୟ

୩ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କର୍ନାଟକ ଉପକୂଳରେ ସାଇକ୍ଲୋନିକ୍‌ ସର୍କ୍ୟୁଲେଶନ୍‌ ଯୋଗୁ ଦକ୍ଷିଣପଶ୍ଚିମ ମୌସୁମୀ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇଛି। ଜୁନ୍‌ ୧ରୁ ଧୀରେ ଧୀରେ ଦକ୍ଷିଣ ପଶ୍ଚିମା ପବନର ଶକ୍ତି ବୃଦ୍ଧି ଘଟିପାରେ। ଏହା କେରଳରେ ବୃଷ୍ଟିପାତ ଗତିବିଧିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଏପରି ହେବା ଦ୍ୱାରା କେରଳକୁ ମୌସୁମୀ ଆସିବା ୩ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ହୋଇପାରେ। ଦକ୍ଷିଣପଶ୍ଚିମା ପବନର ନିମ୍ନସ୍ତର ବଳଶାଳୀ ହେଲେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ବିଭିନ୍ନ ସ୍ଥାନରେ ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ହେବ। ପ୍ରକାଶ ଯେ, ଚଳିତ ବର୍ଷ ମେ’ ୩୧ରେ (ପ୍ରାୟ ୫ ଦିନ ଆଗୁଆ କିମ୍ବା ପଛୁଆ) କେରଳକୁ ମୌସୁମୀ ଛୁଇଁବ। ଏଥର ମୌସୁମୀଜନିତ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଆଇଏମ୍‌ଡି ଆକଳନ କରିଥିଲା


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri