ଧୋକା ଦେଲା ମୌସୁମୀ:ଗରମ, ଗୁଳୁଗୁଳିରେ ଛଟପଟ ଓଡ଼ିଶା

ଭୁବନେଶ୍ୱର,୧୨ା୬(ଅନିଲ ଦାସ):ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ତାତି କରୁଛି କଲବଲ। ମନୁଷ୍ୟଠାରୁ ଆରମ୍ଭକରି ଜୀବଜନ୍ତୁ ବର୍ଷାକୁ ଚାହିଁ ରହିଛନ୍ତି। ରାଜ୍ୟର ଦକ୍ଷିଣ ଭାଗକୁ ଜୁନ୍‌ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଥିବା ପାଣିପାଗ ବିଭାଗ ଘୋଷଣା କରିଥିଲେ ମଧ୍ୟ ତାହା ନିଷ୍କ୍ରିୟ ହୋଇଯାଇଛି। ଭୟଙ୍କର ଗରମରୁ ମୁକ୍ତି ପାଇଁ ସମସ୍ତେ ଡହଳବିକଳ। ଅନ୍ୟପକ୍ଷରେ ମାୈସୁମୀ ବର୍ଷା ପରିବର୍ତ୍ତେ ଦିନକୁ ଦିନ ତାତିର ପ୍ରକୋପ ବଢ଼ି ଚାଲିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ହାଓ୍ବା ବହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ନାକେଦମ କରିଛି। ଘରେ କିମ୍ବା ବାହାରେ ନିସ୍ତାର ନାହିଁ। ଗମ୍‌ଗମ୍‌ ଝାଳ ବୋହିବା ସାଙ୍ଗକୁ ଅଣନିଃଶ୍ୱାସୀ ଭଳି ଅନୁଭବ ହେଉଛି। ଏଭଳି ଉତ୍ତପ୍ତ ପରିବେଶ ଆହୁରି ୮ ଦିନ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍‌ଓ୍ବେଭ ଜାରି (ଗ୍ରୀଷ୍ମ ପ୍ରବାହ) ଏବଂ ଉପକୂଳ ଓଡ଼ିଶାରେ ଆଦର୍ର୍‌ରତା ସହ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବୁଧବାର ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏହିସବୁ ଜିଲାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରକୁ ଚାଲିଯିବା ସମ୍ଭାବନା ରହିଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଗଜପତି ଜିଲାରେ ଗରମ ସହ ଦିନରେ ଆର୍ଦ୍ରତା ପରିମାଣ ୭୦ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ଏହିଭଳି ଅବସ୍ଥା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ମଙ୍ଗଳବାର ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ୪୩.୫, ବୌଦ୍ଧ ୪୩.୨, ଝାରସୁଗୁଡ଼ା ୪୨.୪, ଟିଟିଲାଗଡ଼ ୪୨.୫, ରାଉରକେଲାରେ ୪୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଜୁନ୍‌ରେ ଦିନର ତାପମାତ୍ରା ସାଧାରଣତଃ ୩୬ରୁ ୩୭ ଡିଗ୍ରୀ ସେଲସିୟସ ଭିତରେ ରହିଥାଏ। ତେବେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଦିନରେ ୪ରୁ ୫ ଡିଗ୍ରୀ ସେଲସିୟସ ଯାଏ ଅଧିକ ଉତ୍ତପ୍ତ ରହୁଛି। ଗତ କିଛିଦିନ ହେବ ଉତ୍ତର ପଶ୍ଚିମ ଦିଗରେ ରାଜ୍ୟକୁ ଗରମ ବାୟୁ ପ୍ରବାହ ହେଉଛି। ଏହି ବାୟୁ ପ୍ରବାହ ବଙ୍ଗୋପସାଗରରୁ ଜଳୀୟକଣା ମିଶା ଥଣ୍ଡା ବାୟୁ ପ୍ରବାହକୁ ପ୍ରଭାବିତ କରୁଛି। ଫଳରେ ଜୁନ୍‌ରେ ତାତି ଉପରମୁହାଁ ହୋଇ ରହିଛି। ଏହାଛଡ଼ା ମେ ୨୦ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ମୌସୁମୀ ଆଗମନକୁ ପ୍ରଭାବିତ କରିଛି। ବାତ୍ୟାର ପ୍ରଭାବ ମାସେ ପର୍ଯ୍ୟନ୍ତ ରହୁଥିବାରୁ ଆସନ୍ତା ୧୮ ତାରିଖ ପୂର୍ବରୁ ରାଜ୍ୟକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ନାହିଁ। ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ମୌସୁମୀ ପାଇଁ ପାଗ ଅନୁକୂଳ ହେବ ବୋଲି ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏଥିଯୋଗୁ ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହେବ। ତେବେ ଜୁଲାଇ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?