ବିଶ୍ୱରେ ମଙ୍କିପକ୍ସ

ଡା. ଉମେଶ ଚନ୍ଦ୍ର ପାତ୍ର

ମହାମାରୀ କରୋନା ସଂକ୍ରମଣ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସମଗ୍ର ବିଶ୍ୱରେ ଅବ୍ୟାହତ ରହିଥିବାବେଳେ ଏବେ ମଙ୍କିପକ୍ସ ଆତଙ୍କ ସୃଷ୍ଟି ହୋଇଛି। କାନାଡ଼ା, ସ୍ପେନ୍‌, ଇସ୍ରାଏଲ, ଫ୍ରାନ୍ସ, ସୁଇଜରଲାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆରେ ୧୦୦ରୁ ଅଧିକ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇସାରିଲେଣି। ବିଶେଷକରି ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍କିପକ୍ସକୁ ରୋକିବା ପାଇଁ ଜର୍ମାନୀ କ୍ୱାରାଣ୍ଟାଇନ ବ୍ୟବସ୍ଥା କରିଛି। ଲୋକଙ୍କ ମନରୁ ମଙ୍କିପକ୍ସର ଭୟ ଦୂର କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ମଙ୍କିପକ୍ସ କରୋନା ଭଳି ମହାମାରୀ ରୂପ ନେବାର ଆଶଙ୍କା ଶୂନ ପ୍ରତିଶତ। ପୃଥିବୀବିଖ୍ୟାତ ସ୍ବାସ୍ଥ୍ୟ ପତ୍ରିକା ଲାନ୍‌ସେଟ ତା’ର ଜୁନ୍‌ ସଂଖ୍ୟାରେ ଉଲ୍ଲେଖ କରିଛି ଯେ ମଙ୍କିପକ୍ସରେ ଅଧିକ ଲୋକ ଆକ୍ରାନ୍ତ ହେବା ଚିନ୍ତାର ବିଷୟ। କିନ୍ତୁ ଏହା ମହାମାରୀ କରୋନା ଭଳି ସ୍ଥିତି ସୃଷ୍ଟି କରିବାର ଆଶଙ୍କା ନାହିଁ। ସାର୍ସ କୋଭ-୨ ଭଳି ମଙ୍କିପକ୍ସ ଭାଇରସ ଅଭିନବ ନୁହେଁ। ବିଶ୍ୱରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହେଲା ମଙ୍କିପକ୍ସ ସମ୍ପର୍କରେ ଗବେଷଣା ଚାଲିଛି। ଏହି ଭାଇରସ ବସନ୍ତ ସ୍ମଲ୍‌ପକ୍ସ ବର୍ଗର କିନ୍ତୁ କରୋନା ଭାଇରସ ଭଳି ଅଧିକ ସଂକ୍ରାମକ କିମ୍ବା ଘାତକ ନୁହେଁ। କରୋନା ପାଇଁ ଦେଢ଼ ବର୍ଷ ମଧ୍ୟରେ ଟିକା ବାହାରିଛି। ହେଲେ ମଙ୍କିପକ୍ସ ପାଇଁ ବହୁ ବର୍ଷ ତଳୁ ଟିକା ବାହାରିସାରିଛି। ଏହାକୁ ସ୍ମଲପକ୍ସ ପାଇଁ ଉପଲବ୍ଧ ହେଉଥିବା ଟିକା ଦ୍ୱାରା ରୋକା ଯାଇପାରିବ। ତେଣୁ କେହି ବି ମଙ୍କିପକ୍ସକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବା କଥା ନୁହେଁ।
ମଙ୍କିପକ୍ସ ଏକ ଭୂତାଣୁଜନିତ ସଂକ୍ରାମକ ରୋଗ, ଯାହା ୧୯୫୮ ମସିହାରେ ପ୍ରଥମଥର ପାଇଁ ଏକ ମାଙ୍କଡଠାରେ ଚିହ୍ନଟ ହୋଇଥିଲା। ମଣିଷଠାରେ ଏହାର ସଂକ୍ରମଣ ୧୯୭୦ ମସିହାରେ ପ୍ରଥମ ଥର ପାଇଁ ନିଶ୍ଚିତ କରାଯାଇଥିଲା। ଏହା ମୁଖ୍ୟତଃ କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକୀୟ ଦେଶରେ ଦେଖାଯାଏ। ସଂକ୍ରମିତ ବ୍ୟକ୍ତିଙ୍କ ପୋଷାକ, ଶଯ୍ୟା କିମ୍ବା ଟାୱେଲ ବ୍ୟବହାର କରିବା କିମ୍ବା ସ୍ପର୍ଶ କରିବା ଦ୍ୱାରା ଏହି ରୋଗ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟକୁ ବିସ୍ତାର ହୋଇପାରେ। ସଂକ୍ରମିତ ବ୍ୟକ୍ତିଙ୍କ ଚର୍ମ କିମ୍ବା ଫୋଟକା ସ୍ଥାନକୁ ଛୁଇଁବା ଦ୍ୱାରା ମଧ୍ୟ ଏହା ବିସ୍ତାର ହୋଇପାରେ। ସଂକ୍ରମିତ ବ୍ୟକ୍ତିର କାଶ କିମ୍ବା ଛିଙ୍କ ମାଧ୍ୟମରେ ଭୂତାଣୁ ଆଖପାଖର ଲୋକଙ୍କ ନିକଟରେ ବିସ୍ତାର ହୋଇପାରେ। ଏପରି ସମୟରେ ବିଶୋଧିତ ଜଳ ପିଅନ୍ତୁ, କୌଣସି ପ୍ରକାର ଆମିଷ ଓ ବାସି ଖାଦ୍ୟ, ନିଶାଦ୍ରବ୍ୟଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଡାକ୍ତରୀ ଚିକିତ୍ସା ବ୍ୟତୀତ କୌଣସି ଦେଶୀୟ ଚିକିତ୍ସା ଗ୍ରହଣ କରନ୍ତୁ ନାହିଁ। ଏହାର ଶିକାର ହୋଇଥିବା ଲୋକଟି ବେଳେ ବେଳେ ଧଇଁସଇଁ ହୋଇପଡ଼େ ଓ ତାକୁ ଶୋଷ ଲାଗିଥାଏ ତେବେ ଅଧିକ ମାତ୍ରାରେ ପାଣି ନ ଦେଇ ସିଝା ଯାଇଥିବା ସମ୍ପୂର୍ଣ୍ଣ ବିଶୋଧିତ ଜଳ ଅଳ୍ପ ଅଳ୍ପ ମାତ୍ରାରେ ଦିଅନ୍ତୁ। ଫୋଟକା ବା ଘାଆ ହୋଇଯାଇଥିବା ଜାଗାରେ ସେକ ବା ବରଫ ଦିଅନ୍ତୁ ନାହିଁ କିମ୍ବା ବିନା ଡାକ୍ତରୀ ପରାମର୍ଶରେ କୌଣସି ପାଉଡର ବା କ୍ରିମ ବ୍ୟବହାର କରନ୍ତୁ ନାହିଁ।
ସଂକ୍ରମଣର ୫ରୁ ୨୧ ଦିନ ମଧ୍ୟରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଥାଏ। ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକାଯୁକ୍ତ ରାସେସ, ଥକ୍କାପଣ ଅନୁଭବ ଓ ଫୁଲା ଲସିକାଗ୍ରନ୍ଥି ଆଦି ଦେଖାଯାଏ। ପରେ ପରେ ରାସେସ ଓ ଫୋଟକା ଉପରେ କ୍ରସ୍ଟ ତିଆରି ହୋଇଯାଏ। ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ। ସାଧାରଣତଃ ଚର୍ମ, ଆଖି, ନାକ କିମ୍ବା ପାଟି ଦେଇ ମଙ୍କିପକ୍ସ ଭୂତାଣୁ ଶରୀରରେ ପ୍ରବେଶ କରେ। ଏହା ସଂକ୍ରମିତ ପ୍ରାଣୀ ମଣିଷକୁ କାମୁଡ଼ିବା ଦ୍ୱାରା କିମ୍ବା ଏହାର ରକ୍ତ, ଶରୀରର ତରଳ ପଦାର୍ଥ କିମ୍ବା ପଶୁକୁ ସ୍ପର୍ଶ କରିବା ଦ୍ୱାରା ସଂକ୍ରମଣ ହୋଇପାରେ। ସଂକ୍ରମିତ ପଶୁର ମାଂସ ଖାଇବା ଦ୍ୱାରା ମଧ୍ୟ ଏହି ରୋଗ ହୋଇପାରେ।
କରୋନା ପରେ ଏବେ ବିଶ୍ୱରେ ମଙ୍କିପକ୍ସ ଭୂତାଣୁକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ୧୨ଟି ରାଷ୍ଟ୍ରରେ ଏହି ଭୂତାଣୁ ପହଞ୍ଚତ୍ ସାରିଥିବା ବେଳେ ବ୍ରିଟେନରେ ଏବେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି। ମଙ୍କିପକ୍ସ ଚିକେନପକ୍ସ ଭଳି ହେଉଥିଲେ ମଧ୍ୟ ଏହା ଏକ ଭିନ୍ନ ଧରଣର ଭାଇରାଲ ସଂକ୍ରମଣ । ମାଙ୍କଡଠାରୁ ମନୁଷ୍ୟ ଶରୀରକୁ ଆସିଥିବା ଏହି ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର ହେବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଣ୍ଠି ଭଳି ଫଳିଯାଏ ଏବଂ ମାଂସପେଶୀରେ ଯନ୍ତ୍ରଣା ହୁଏ। ୨ରୁ ୪ସପ୍ତାହ ପର୍ଯ୍ୟନ୍ତ ଏହି ଭୂତାଣୁର ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥାଏ। ଏହି ଭୂତାଣୁଜନିତ ମୃତ୍ୟୁହାର ୩ରୁ ୬ ପ୍ରତିଶତ ରହିଛି। ଏହାର ପ୍ରତିକାର ନେଇ ଅନେକ ଆଲୋଚନା ଉଠୁଛି। ତେବେ ବାସ୍ତବ କଥା ହେଉଛି ମଙ୍କିପକ୍ସର କୌଣସି ଉପଶମ ନାହିଁ। ତଥାପି ସ୍ମଲପକ୍ସ ଟିକା ଏହାକୁ ରୋକିବାରେ ୮୫ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଏହାର ଅଧିକାଂଶ ମାମଲା ସାମାନ୍ୟ ଥାଏ। କେତେକ କେସରେ ଏହା ଚିକେନପକ୍ସ ସହିତ ସମାନ ଥାଏ, ଯାହା କିଛି ସପ୍ତାହ ମଧ୍ୟରେ ଆପେ ଭଲ ହୋଇଯାଏ। କିନ୍ତୁ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ଆଶଙ୍କା ଥାଏ। ତେବେ ଏହି ସଂକ୍ରମଣରୁ ରକ୍ଷାପାଇବା ଲାଗି ଜଙ୍ଗଲୀ ଜନ୍ତୁଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। ଖାସ୍‌କରି ମୃତ ପଶୁ କିମ୍ବା ସେମାନଙ୍କ ରକ୍ତ, ମାଂସ ଏବଂ ଶରୀରର ଅନ୍ୟାନ୍ୟ ଅଂଶରୁ ଦୂରେଇ ରୁହନ୍ତୁ। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ହାତକୁ ଭଲ ଭାବରେ ଧୋଇ ସଫା ରଖନ୍ତୁ। ସଂକ୍ରାମକ ରୋଗକୁ କିଭଳି ରୋକାଯାଇପାରିବ ତହା ଆମକୁ କରୋନା ମହାମାରୀ ଶିଖାଇ ଦେଇଛି। ଏଣୁ ପ୍ରତିକାର ବ୍ୟବସ୍ଥା ଏବଂ ସତର୍କତା ଅବଲମ୍ବନ କଲେ ମଙ୍କିପକ୍ସକୁ ଆମେ ସହଜରେ ପ୍ର୍ରତିହତ କରିବାକୁ ସକ୍ଷମ ହୋଇପାରିବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri