Posted inଜାତୀୟ

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଛି। କହିବା ଅନୁସାରେ ୫ ଅଭିଯୁକ୍ତ ରାଜନୈତିକ ପ୍ରଭାବଶାଳୀ ପରିବାରର। ସେମାନେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ନ୍ତି। ଜଣେ ବିଧାୟକଙ୍କ ପୁଅ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଅଛନ୍ତି। ଶନିବାର ସନ୍ଧ୍ୟାରେ ୧୭ ବର୍ଷୀୟା ଝିଅ ଜଣେ ସାଙ୍ଗ ସହ ଏକ ପବ୍‌ ପାର୍ଟିକୁ ଯାଇଥିଲେ। ତାଙ୍କ ସାଙ୍ଗ ସେଠାରୁ ଶୀଘ୍ର ଚାଲିଯାଇଥିଲେ। ତେଣୁ ସେ ଅନ୍ୟ କେତେଜଣ ଛାତ୍ରଙ୍କ ସହ କ୍ଲବ୍‌ରୁ ଫେରିଥିଲେ। ଛାତ୍ରମାନେ ତାଙ୍କୁ ଘରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଏକ ମିଠା ଦୋକାନକୁ ଯାଇ ସେଠାରୁ ଫେରୁଥିବାବେଳେ ୫ ଅଭିଯୁକ୍ତ ଜୁବିଲି ହିଲ୍ସରେ ମର୍ସିଡିଜ୍‌ କାର୍‌ ଅଟକାଇଥିଲେ। କାର୍‌ ଭିତରେ ପୀଡ଼ିତାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ। ଘରେ ଝିଅଙ୍କ ଦେହରେ କ୍ଷତଚିହ୍ନ ଦେଖି ତାଙ୍କ ବାପା ସେନେଇ ପଚାରିଥିଲେ। ପୀଡ଼ିତା ତାଙ୍କୁ ସବୁ କଥା କହିବାରୁ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ବଡ଼ବଡ଼ିଆଙ୍କ ପୁଅ ହୋଇଥିବାରୁ ପୋଲିସ ପ୍ରଥମେ ମର୍ଯ୍ୟାଦାହାନି ମାମଲା ରୁଜୁ କରିଥିଲା। କିନ୍ତୁ ପୀଡ଼ିତା ବିସ୍ତୃତ ବୟାନ ଦେବା ପରେ ଶିଶୁଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଏବଂ ଆଇପିସି ଦଫା ୩୭୬ ବଳରେ ବଳାତ୍କାର ମାମଲା ରୁଜୁ ହେଲା। ନାବାଳକମାନଙ୍କୁ କ୍ଲବ୍‌କୁ କାହିଁକି ପ୍ରବେଶ ଅନୁମତି ଦିଆଗଲା ବୋଲି ଏହି ଘଟଣା ପରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପୋଲିସ ସିସିଟିଭି କ୍ୟାମେରା ଓ ପାରିପାର୍ଶ୍ୱିକ ପ୍ରମାଣ ଭିତ୍ତିରେ ତଦନ୍ତ ଚଳାଇଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକେନ୍‌ରେ କରୋନା ଭୂତାଣୁ !

ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍‌ରୁ ଆସିଥିବା ଫ୍ରୋଜେନ୍‌ ଚିକେନ୍‌ରେ କରୋନା ଭୂତାଣୁ ଥିବା...

ଦେଶଦ୍ରୋହ ଆଇନର ସମୀକ୍ଷା ହେବ

ନୂଆଦିଲ୍ଲୀ, ୧୫।୭(ପି.ଟି.): ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଜଣେ ପୂର୍ବତନ ସେନା ଅଧିକାରୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ସମୀକ୍ଷା ହେବ। ଏଭଳି ଆଇନ...

ସାହିନ ବାଗରୁ ୪୦୦କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ସ୍ଥିତ ସାହିନ ବାଗ ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଏକ ବଡ଼ ସଫଳତା ମିଳିଛି। ସାହିନ ବାଗର ଜାମିଆ ଅଞ୍ଚଳରେ ଏନ୍‌ସିବି ଟିମ୍‌...

ଭାରତୀୟ ସେନା ଯେ କୌଣସି ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ…

ଲଦାଖ,୨।୧୦: ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଭାରତୀୟ ସେବା ମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ କହିଛନ୍ତି ଯେ, ଚାଇନା ସୀମାରେ ନିର୍ମାଣ...

ଧସିଲା ନର୍ମଦା ଘାଟି ପରିଯୋଜନାର ଅଣ୍ଡର ଗ୍ରାଉଣ୍ଡ ଟନେଲ: ଫସିଲେ ୯ ଶ୍ରମିକ

କଟନି,୧୩ ।୨: ମଧ୍ୟ ପ୍ରଦେଶର କଟନି ଜିଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ ଅଘଟଣ ଘଟିଛି । କଟନି ଜିଲାରେ ନର୍ମଦା ଘାଟି ପରିଯୋଜନାରେ ନିର୍ମାଣ...

ଆଜାଦ୍‌ କରୁଥିଲେ ଡ୍ରଇଁ ରୁମ୍‌ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …

ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ...

ଶ୍ରୁତିଙ୍କ ବିରୋଧରେ ଭାଜପାର ଅଭିଯୋଗ

ଚେନ୍ନାଇ,୭।୪: ବର୍ତ୍ତମାନ ଦେଶରେ ଗୋଟିଏ ପଟେ କରୋନା ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ନିର୍ବାଚନୀ ମାହୋଲ ରହିଛି। ନିକଟରେ ୩ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ...

ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଏଭଳି ଏକ ଷ୍ଟାର, ଯିଏ ଆବଶ୍ୟକତା ପଡ଼ିଲେ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିଛି ଦିନ ପୂର୍ବରୁ ଅକ୍ଷୟ...

Advertisement
Archives

Model This Week