Posted inଜାତୀୟ

ମଙ୍କିପକ୍ସ ଆଲର୍ଟ, କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ…

ନୂଆଦିଲ୍ଲୀ, ୨୬।୭ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥ ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର ହେବ କି ନାହିଁ । ଏପରିସ୍ଥଳେ ଦିଲ୍ଲୀରେ ମଙ୍କିପକ୍ସର ଖବର ସାମ୍ନାକୁ ଆସିବା ପରେ ତଥା ଦେଶରେ ମୋଟ ୪ ଟି ମାମଲାର ରିପୋର୍ଟ ହେବା ପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ମଙ୍କିପକ୍ସକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ମଙ୍କିପକ୍ସ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ କୁହାଯାଇଛି ଯେ କଣ୍ଟାକ୍ଟ ଟ୍ରେସିଂ ସହିତ ଆକ୍ରାନ୍ତଙ୍କୁ ୨୧ ଦିନିଆ ଆଇସୋଲେଶନ ରହିବାକୁ ପଡ଼ିବ। ମଙ୍କିପକ୍ସର ଚିକିତ୍ସା ପାଇଁ ଲୋକଙ୍କୁ ତାଲିମ ଦେବାର ଆବଶ୍ୟକତା ମଧ୍ୟ ରହିଛି। ଆମେରିକା ଏବଂ ୟୁରୋପରେ ଏହାର ସଂକ୍ରମଣ ନେଇ କିଛି ଟିକା ଏବଂ ଔଷଧର ସୁପାରିଶ ମଧ୍ୟ କରାଯାଇଛି।

ସାଧାରଣତଃ ମଙ୍କିପକ୍ସ ଆକ୍ରାନ୍ତ ୨୧ ଦିନରେ ନିଜେ ଭଲ ହୋଇଯାଇଥାନ୍ତି। ତେବେ ଏହାକୁ ରୋକିବା ପାଇଁ ଆମେରିକାରେ ଏକ ଔଷଧ ସୁପାରିଶ କରାଯାଉଛି। ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଟେକୋଭିରିମାଟ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। କିନ୍ତୁ ଏହି ଔଷଧ ଭାରତରେ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।

ଆମେରିକାରେ, ସ୍ମଲପକ୍ସ ଟିକା ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ଦିଆଯାଉଛି। ଏହା ଦ୍ୱାରା ପ୍ରାରମ୍ଭିକ ଲକ୍ଷଣରେ କିଛି ମାତ୍ରାରେ ଆରାମ ମିଳିପାରେ। କିନ୍ତୁ ୭ ଦିନ ବିତିଯିବା ପରେ ଏହା ଅଧିକ ଲାଭଦାୟକ ମନେ ହୁଏ ନାହିଁ। ୟୁରୋପର ମେଡିସିନ ପ୍ରାଧିକରଣ ଏଜେନ୍ସି ଏଏମଏ ପକ୍ଷରୁ ଚିକିତ୍ସାରେ ଇମଭାନେକ୍ସ ବ୍ୟବହୃତ ହେଉଊଛି।

ବିଶ୍ୱ ସୱାସ୍ଥ୍ୟ ସଂଗଠନ ଶନିବାର ମାଙ୍କଡପକ୍ସକୁ ନେଇ ପୃଥିବୀରେ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ସମସ୍ତ ଦେଶକୁ ଏହି ପ୍ରସଙ୍ଗରେ ଗମ୍ଭୀର ହେବାକୁ ପରାମର୍ଶ ପ୍ରଦାନ କରାଯାଇଛି। ପୃଥିବୀର ୭୫ଟି ଦେଶରେ ୧୬ ହଜାରରୁ ଅଧିକ ମଙ୍କିପକ୍ସର ମାମଲା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri