ରସାୟନ ବିଜ୍ଞାନରେ ମୋଙ୍ଗି-ଲୁଇସ-ଆଲେକ୍ସଙ୍କୁ ନୋବେଲ…

ଷ୍ଟକହୋମ,୪।୧୦ : ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୩ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଙ୍ଗି ଜି ବାୱେଣ୍ଡି, କଲମ୍ବିଆ ୟୁନିଭରସିଟିର ଲୁଇସ ଇ ବ୍ରୁସ ଏବଂ ନାନୋକ୍ରିଷ୍ଟାଲ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ଆଲେକ୍ସି ଆଇ ଏକିମୋଭଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି।

କ୍ୱାଣ୍ଟମ ବିନ୍ଦୁଗୁଡ଼ିକର ଆବିଷ୍କାର ଏବଂ ସିନ୍ଥେସିସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ବୁଧବାର ଏହା ଘୋଷଣା କରିଛି।

ବାୱେଣ୍ଡି ଫ୍ରେଞ୍ଚ ଏବଂ ଟ୍ୟୁନିସିଆର ଜଣେ ଆମେରିକୀୟ ରସାୟନ ବିଜ୍ଞାନୀ। ବ୍ରୁସ କଲମ୍ବିଆ ୟୁନିଭରସିଟିରେ ଅବସ୍ଥିତ ଏବଂ ଏକିମୋଭ ନ୍ୟୁୟର୍କର ଏକ କମ୍ପାନୀ ନାନୋକ୍ରିଷ୍ଟାଲ ଟେକ୍ନୋଲୋଜିର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି।

ଏକାଡେମୀ ପାଇଁ ଏକ ଲଜ୍ଜାଜନକ ଘଟଣାରେ ବୁଧବାର ସକାଳେ ଏକ ସ୍ବିଡେନ ଖବରକାଗଜର ଇମେଲରେ ଏହି ତିନି ନାମ ଲିକ ହେବା ପରେ ସରକାରୀ ଭାବେ ଘୋଷଣା କରାଯାଇଥିଲା। ରସାୟନ ବିଜ୍ଞାନ ପାଇଁ ଏକାଡେମୀର ନୋବେଲ କମିଟିର ଚେୟାରମ୍ୟାନ ଜୋହାନ ଆକ୍ଭିଷ୍ଟ ଦାବି କରିଛନ୍ତି ବିଜେତା ଚୟନ କରାଯାଇ ନ ଥିଲା, କିନ୍ତୁ ଘୋଷଣା ପରେ ନାମ ନିଶ୍ଚିତ ହୋଇଛି।

ବାୱେଣ୍ଡି କହିଛନ୍ତି ରାତାରାତି ଫୋନ କଲ ମାଧ୍ୟମରେ ତାଙ୍କ ପୁରସ୍କାର ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ, ଚକିତ ହେବା ସହିତ ସମ୍ମାନିତ ଅନୁଭବ କରିଥିଲେ । ତେବେ ସେ ଏହି ଲିକ ବିଷୟରେ ସେ ଜାଣି ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri