ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ତଥାପି ବହୁ ଚାଲାକିରେ ଲୋକଙ୍କଠାରୁ ଠକି ନେଉଛନ୍ତି ସାଇବର ଠକ।

ଏହିପରି ଘଟଣା ଘଟିଛି, କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଖୋଜ ଗାଁର ସୁଶାନ୍ତ ନନ୍ଦଙ୍କ ଝିଅ ସୀମାଙ୍କ ଠାରେ। ସାଇବର  ଠକ ସୀମାଙ୍କଠାରୁ ୫୬ ହଜାର ଟଙ୍କା ଠକି ନେଇଛନ୍ତି। ସୀମାଙ୍କ କହିବା ଅନୁସାରେ, ତାଙ୍କ ହ୍ବାଟ୍ସଆପ୍‌କୁ ଏକ ମେସେଜ ଆସିଥିଲା। ତୁମେ ଆମ ଆପ୍‌କୁ ସବୁବେଳେ ଦେଖି ଲାଇକ୍‌ କରୁଥିବାରୁ ସୁନାଗହଣା, ଆପଲ ଆଇ ଫୋନ୍‌ ସହ ୧୫ ଲକ୍ଷର ଉପହାର ଜିତି ପାରିଛ। ତେଣୁ ତୁମ ଠିକଣା ଦିଅ ଆମେ କୋରିଅରରେ ପଠାଇବୁ ଏବଂ ତାଙ୍କ ପାଖକୁ ୯୨୩୧୬୬୭୦୦୨୨୮ ନମ୍ବରରୁ ଏକ ଫୋନ୍‌ କଲ୍‌ ଆସିଥିଲା। କୋରିଅର ଟ୍ୟାକ୍ସ ବାବଦକୁ ୪ ହଜାର ପଠାଇବାକୁ କହିଥିଲେ। ସାଙ୍ଗେ ସାଙ୍ଗେ ସୀମା ଏବଂ ତାଙ୍କ ବାପା ସୁଶାନ୍ତ ନନ୍ଦ ସେମାନଙ୍କ କଥାକୁ ବିଶ୍ୱାସ କରି ୪ ହଜାର ତାଙ୍କ ପାଖରେ ଗ୍ରାହକ ସୁବିଧା କେନ୍ଦ୍ରକୁ ଯାଇ ସେମାନେ ଦେଇଥିବା ଫୋନ୍‌ ପେ’ ନମ୍ବର ୭୮୦୭୪୯୭୪୪୮ ରଞ୍ଜିତ ସିଂ ନାମରେ ଟଙ୍କା ପଠାଇ ଦେଇଥିଲେ। ତା’ପରେ ପୁଣି ଆପଲ୍‌ ଆଇ ଫୋନ୍‌ ରେଜିଷ୍ଟ୍ରେଶନ ବାବଦରେ ୧୫ ହଜାର ଏବଂ ଏୟାରପୋର୍ଟରେ ଅନୁମତି ପାଇଁ ୩୭ହଜାର ପଠାଇବା ପାଇଁ କହିଥିଲେ। ସୀମା ଏବଂ ତାଙ୍କ ବାପା ଗ୍ରାହକ ସୁବିଧା କେନ୍ଦ୍ରକୁ ଯାଇ ସବୁ ଟଙ୍କା ପଠାଇଥିଲେ। ସମୁଦାୟ ୫୬ ହଜାର ନେଇସାରିଲା ପରେ ପୁଣି ୫୧ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଆଉ ଟଙ୍କା ନ ଥିବାରୁ ସୀମା ନନ୍ଦ ନିରାଶ ହୋଇ ହୋଇସବୁ ଟଙ୍କା ଫେରେଇ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଫୋନ୍‌ ଅଫ୍‌ କରିଦେଇଥିଲେ।  ନନ୍ଦ ପରିବାର କେସିଙ୍ଗା ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିବାର ଜଣାପଡ଼ିଛି। କାନ ମୁଣ୍ଡ ଆଉଁସି ସେମାନେ ଚୁପ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଖେଳ ଶିକ୍ଷକ ଲକ୍ଷ୍ମୀଧର, ହାଟଡିହୀରେ ଶୋକର ଛାୟା

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ହାଇସ୍କୁଲର ପୂର୍ବତନ ଖେଳ ଶିକ୍ଷକ ଲକ୍ଷ୍ମୀଧର ପହିଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି। କିଛିଦିନ ହେବ ସେ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

ରାସ୍ତା ନଥିବାରୁ ନାଳ ପାଖରେ ଅଟକିଲା ଆମ୍ବୁଲାନ୍ସ ; ରାତିସାରା ଖୋଲା ଆକାଶ ତଳେ ପଡ଼ିରହିଲା ମୃତଦେହ, ସକାଳେ ୮ କିମି ବୋହିଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଆଡ଼କୁ ଦେଶ ଆଗେଇ ଚାଲିଥିବା ବେଳେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯାତାୟାତ ଓ ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri