ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର ପଣ୍ଡା। କେବଳ ସେତିକି ନୁହେଁ ସେ ତାଙ୍କ ନିତିଦିନିଆ କାମ ସେଉ, ଗାଣ୍ଠିଆ ଛଣାରୁ ଫୁରସତ ମିଳିଲେ ନୃତ୍ୟ ଶିଖିବାକୁ ଯାଉଛନ୍ତି। ଏଥସହ ନବେ ଦଶକର ଡ୍ରେସ ପିନ୍ଧି ଷ୍ଟୁଡିଓ ଯାଇ ଖୋକା ଭାଇଙ୍କ ଗୀତ ‘ପ୍ରେମିକାର ବାରିଆ’, ‘କବାଟ ଖୋଲ ପ୍ରିୟେ ମୁଁ ତମର ସିଏ’ ଆଦି ଗୀତରେ ନାଚନ୍ତି ରାମେଶ୍ୱର।
ରାମେଶ୍ୱରଙ୍କର ପିଲାଦିନୁ କଳା ପ୍ରତି ଦୁର୍ବଳତା ରହିଥିଲା। ସୁନ୍ଦରପୁର ଗ୍ରାମରେ ଏକ ସଂଗଠନ ପକ୍ଷରୁ ପୂର୍ବରୁ ବହୁଥର ତାଙ୍କୁ କଳା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିଲା। ଗୁରୁ ସୀମାଞ୍ଚଳ ମଣ୍ଡଳ ତାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ। ପରେ ପାରିବାରିକ ସମସ୍ୟା ହେତୁ ସେ ଏବେ ଛତ୍ରପୁରରେ ରହି ଏକ ଭାଟି ତିଆରି କରି ଗାଣ୍ଠିଆ, ସେଉ, ନିମିକି , ଠିକିରି ଆଦି ବେସନରେ ତିଆରି ସାମଗ୍ରୀ କରି ସନ୍ଧ୍ୟାରେ ଦୋକାନ ଗୁଡ଼ିକରେ ଦିଅନ୍ତି। ଏଥିରେ ତାଙ୍କ ପରିବାର ଚଳେ। ସମୟ ପାଇଲେ ସେ ନୃତ୍ୟ ଶିକ୍ଷା କରନ୍ତି। ଅକ୍ଷୟ ମହାନ୍ତିଙ୍କ ଗୀତରେ ତାଳ ଦେଇ ନୃତ୍ୟ ଅଭିନୟ କରିବା କାଠିକର ପାଠ । ରାମେଶ୍ୱର ହେଉଛନ୍ତି ପ୍ରଥମ ବ୍ୟକ୍ତିତ୍ୱ ଯିଏ ଖୋକା ଭାଇଙ୍କ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଟେଲିଭିଜନର ରିୟାଲିଟି ସୋ କରିବା ସହ ଅଭିନୟ ରାଜ୍ୟ ତଥା ରାଜ୍ୟ ବାହାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ବଲିଉଡ଼ର କମେଡି କିଙ୍ଗ ଡ୍ୟାନିସିଂ ଷ୍ଟାର ଗୋବିନ୍ଦାଙ୍କ ସହ ମଧ୍ୟ ନୃତ୍ୟ କରିଛନ୍ତି ରାମେଶ୍ୱର। ନୃତ୍ୟ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ ତାଙ୍କୁ ଏହି ସବୁ ଗୀତରେ ନୃତ୍ୟ ଶିଖିବାକୁ ସହଯୋଗ କରନ୍ତି । ଖାଲି ଏତିକି ନୁହଁ ବିଭିନ୍ନ ଯାତ୍ରାରେ ସେ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଥାନ୍ତି । ଗୋଟିଏ ପଟେ ପେଶା ଆଉ ଗୋଟିଏ ପଟେ ନିଶାକୁ ସଫଳତାର ସହ ପରିଚାଳନା କରି ରାଜ୍ୟରେ ସୁନାମ ଅର୍ଜନ କରିଥିବା ରାମେଶ୍ୱରଏବେ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଞ୍ଚିଥିବା ଯାଏ ନୃତ୍ୟ ଶିକ୍ଷା କରିବି ଓ ସମସ୍ତଙ୍କ ମନୋରଞ୍ଜନ କରିବି ବୋଲି ରାମେଶ୍ୱର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

ଗୁହାଳ ଭିତରକୁ ଟାଣିନେଇ ବିବାହିତା ମହିଳାଙ୍କୁ ବଳାତ୍କାର କଲେ ଯୁବକ, ତା’ପରେ…

ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri