୨ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବେ ମୋକିମ୍‌

ଭୁବନେଶ୍ବର,୧ା୮(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ଲାଗି କୌଣସି ହ୍ବିପ୍‌ ଜାରି କରାଯାଇ ନ ଥିଲା। କଂଗ୍ରେସ ପ୍ରାର୍ଥୀଙ୍କୁ ଯେଉଁମାନେ ଭୋଟ୍‌ ନ ଦେଇଛନ୍ତି ସେମାନଙ୍କ ବିରୋଧରେ ଦଳର ସାମ୍ବିଧାନିକ ବ୍ୟବସ୍ଥା ଯାହା ରହିଛି ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଦଳର ସାମ୍ବିଧାନିକ ନିୟମାନୁଯାୟୀ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନିବାକୁ ବାଧ୍ୟ। ତେଣୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଏବଂ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ୍‌ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କରିଛନ୍ତି। କାର୍ଯ୍ୟାନୁଷ୍ଠାନ କ’ଣ ନିଆଯିବ ନ ଯିବ ସେନେଇ ପିସିସି ସଭାପତି କହିପାରିବେ। ମୁଁ ଦଳର ଜଣେ ସାଧାରଣ କର୍ମୀ ବୋଲି ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି।
ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଜପା ସମର୍ଥିତ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେଲେ। ସେ ବର୍ତ୍ତମାନ ଦେଶର ୧୫ତମ ରାଷ୍ଟ୍ରପତି। କଂଗ୍ରେସ ସମେତ ସମସ୍ତ ବିରୋଧୀ ମିଳିତ ଭାବେ ଯଶଓ୍ବନ୍ତ ସିହ୍ନାଙ୍କୁ ମୁର୍ମୁଙ୍କ ବିରୋଧରେ ପ୍ରାର୍ଥୀ କଲେ। ଗୋଟିଏ ପଟେ ଖଣ୍ଡେ ଭୋଟ୍‌ ଯେପରି ନାକଚ ନ ହେବ ଏବଂ କ୍ରସ୍‌ ଭୋଟିଂ ରୋକିବା ଲାଗି ଭାଜପା ପକ୍ଷରୁ ଜୋର୍‌ଦାର କସରତ ହୋଇଥିଲା। ଅନ୍ୟପଟେ କିନ୍ତୁ ବିଭିନ୍ନ ରାଜ୍ୟର ବହୁ କଂଗ୍ରେସ ବିଧାୟକ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଶେଷ ମୁହୂର୍ତ୍ତରେ ଭୋଟ୍‌ ଦେଇଥିଲେ। ଓଡ଼ିଶାରୁ ଯେପରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଦଳ ବିରୋଧରେ ଯାଇ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ଦଳର ନିଷ୍ପତ୍ତି ବିରୋଧରେ ଯାଇ ମୋକିମ୍‌ଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ରାଷ୍ଟ୍ରପତି ଭୋଟ୍‌ ପରଦିନ ରାଜ୍ୟରେ ଏହା ଖବରର ଶିରୋନାମା ପାଲଟିଲା। ହେଲେ ଏ ପର୍ଯ୍ୟନ୍ତ କଂଗ୍ରେସ ମୋକିମ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ। ଭୋଟିଂର କେତେଦିନ ପରେ ଯାଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏନେଇ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ। କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ୨ ସପ୍ତାହ ମଧ୍ୟରେ ରଖିବାକୁ କୁହାଯାଇଥିଲା। ନୋଟିସ୍‌ ହେବାର ପ୍ରାୟ ୧୦ ଦିନ ହୋଇଗଲାଣି। ହେଲେ ଏ ଯାଏ ମୋକିମ୍‌ଙ୍କ କୌଣସି ଉତ୍ତର ରଖିଲେନି। ଏ ବାବଦରେ ମୋକିମ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆସନ୍ତା ୨ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ରଖିବେ। ଏନେଇ ପିସିସି ସଭାପତିଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଦଳର ନିୟମାନୁଯାୟୀ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri