Posted inଖେଳ

ଅଶୋକ କୁମାରଙ୍କୁ ପୁରସ୍କୃତ କରିବ ମୋହନବାଗାନ

କୋଲକାତା, ୧୪ା୭ (ପି.ଟି.)-ହକି ଷ୍ଟଲଓ୍ବାର୍ଟ ଅଶୋକ କୁମାରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରିବ ସହରର ପ୍ରତିଷ୍ଠିତ କ୍ଲବ ମୋହନ ବାଗାନ। କ୍ଲବର ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ ସୋମବାର ସୂଚନା ଦେଇଛନ୍ତି। ମୋହନବାଗାନ ୧୯୧୧ରେ ଇଷ୍ଟ ୟର୍କଶାୟାର ରେଜିମେଣ୍ଟକୁ ୨-୧ ଗୋଲରେ ପରାସ୍ତ କରି ଆଇଏଫଏ ଶିଲ୍‌ଡ ହାସଲ କରିଥିଲା। ପ୍ରଥମ ଭାରତୀୟ ଦଳ ଭାବେ ଏକ ବ୍ରିଟିଶ ଫୁଟ୍‌ବଲ ଟିମ୍‌କୁ ହରାଇଥିବାରୁ ଏହି ସଫଳତାର ବିଜୟ ଉତ୍ସବ ପ୍ରତିବର୍ଷ ଜୁଲାଇ ୨୯ରେ କ୍ଲବ ପାଳି ଆସୁଛି। କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ଲବ ଏଥର ମୋହନବାଗାନ ଦିବସ ପାଳନ ନ କରି ଏକ ଫିଜିକାଲ ପ୍ରୋଗ୍ରାମ୍‌ କରିବା ଲାଗି କ୍ଲବର କାର୍ଯ୍ୟନିର୍ବାହୀ କମିଟି ନିଷ୍ପତ୍ତି ନେଇଛି। କୋଲକାତାରେ ଯେଉଁମାନେ ଉପଲବ୍ଧ ହେବେ ସେମାନଙ୍କୁ ହିଁ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଯେଉଁମାନେ ଉପଲବ୍ଧ ନ ହେବେ ପରେ ପରିସ୍ଥିତି ସ୍ବାଭାବିକ ହେଲେ ସେମାନଙ୍କୁ ପୁରସ୍କାର ଦିଆଯିବ। ସୂଚନାଯୋଗ୍ୟ, ହକି ଯାଦୁକର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ୧୯୭୫ରେ କୁଆଲାଲମ୍ପୁରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହକି ବିଶ୍ୱକପ୍‌ ସ୍ବର୍ଣ୍ଣ ପଦକ ମ୍ୟାଚରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ ସ୍କୋର କରିଥିଲେ। ୧୯୭୫ ସ୍ବର୍ଣ୍ଣ ବ୍ୟତୀତ ୭୦ ବର୍ଷୀୟ ଅଶୋକ କୁମାର ୧୯୭୧ ଓ ୧୯୭୩ ବିଶ୍ୱକପ୍‌ ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ଜିତିଥିଲେ। ଏହାଛଡ଼ା ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍‌ରେ ମଧ୍ୟ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଅଶୋକ କୁମାର ୧୯୬୦ ଦଶକ ଶେଷ ଭାଗରେ ମୋହନବାଗାନରେ ଯୋଗ ଦେଇଥିଲେ। ଭାରତୀୟ ହକି ଦଳ ପାଇଁ ମନୋନୀତ ହେବା ପୂର୍ବରୁ ସେ ବେଙ୍ଗଲ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। କ୍ଲବର ଫୁଟ୍‌ବଲ ରାଇଟ୍‌ ନିକଟରେ ଆର୍‌.ପି. ସଞ୍ଜୀବ ଗୋଏଙ୍କା ହାସଲ କରିଛନ୍ତି। ୮୦ ପ୍ରତିଶତ ଅଂଶଧନ ଏହି ଗ୍ରୁପ୍‌ର ରହିଛି। କ୍ଲବ ଏଣିକି ଏଟିକେ ମୋହନ ବାଗାନ ଏଫ୍‌ସି ରୂପେ ପରିଚିତ ହେବ। କ୍ଲବର ବିତ୍ତ ସମ୍ପାଦକ ଦେବାଶିଷ ଦତ୍ତ କହିଛନ୍ତି, ଆମେ କେବଳ ମାତ୍ର ଫୁଟ୍‌ବଲ ରାଇଟ୍‌ ହରାଇଛୁ। କିନ୍ତୁ ଆମର ମୋହନ ବାଗାନ ଆଥଲେଟିକ୍‌ କ୍ଲବ ନାମ ବଜାୟ ରହିଛି। ତେଣୁ ଆମ ପୁରସ୍କାର ନାମରେ କୌଣସି ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନାହିଁ। ଚଳିତ ବର୍ଷର ମୋହନ ବାଗାନ ରତ୍ନ ଗୁରୁବକ୍ସ ସିଂ ଏବଂ ପଲାଶ ନନ୍ଦୀଙ୍କୁ ପ୍ରଦାନ କରାଯିବ।
ପୁରସ୍କାର ବିଜେତାଙ୍କ ତାଲିକା- ମୋହନ ବାଗାନ ରତ୍ନ: ଗୁରୁବକ୍ସ ସିଂ (ହକି) ଓ ପଲାଶ ନନ୍ଦୀ (କ୍ରିକେଟ)। ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ: ଅଶୋକ କୁମାର (ହକି), ପ୍ରଣବ ଗାଙ୍ଗୁଲି (ଫୁଟ୍‌ବଲ), ମନୋରଞ୍ଜନ ପୋରେଲ (ଆଥଲେଟିକ୍ସ)। ବେଷ୍ଟ ଫୁଟ୍‌ବଲର: ଜୋସେବା ବିଟିଆ (ସିନିୟର)। ବେଷ୍ଟ ୟୁଥ୍‌ ପ୍ଲେୟର: ସଜଲ ବାଗ୍‌ (୧୮ ବର୍ଷରୁ କମ୍‌ ଦଳ)।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?