Posted inଖେଳ

ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର ଶେଷ! ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଦଳରୁ ବାଦ୍ ପଡ଼ିବା ପରେ ଚର୍ଚ୍ଚା

ମୁମ୍ବାଇ,୫।୧୧: ଭାରତର ଶ୍ରେଷ୍ଠ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଥିବା ମହମ୍ମଦ ଶାମିଙ୍କୁ ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ମୁଖ୍ୟ ଟେଷ୍ଟ୍ ଦଳ କିମ୍ବା ଇଣ୍ଡିଆ ‘ଏ’ ଦଳ କୌଣସିରେ ବି ତାଙ୍କ ନାମ ନାହିଁ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଶାମିଙ୍କ ଶରୀର ଟେଷ୍ଟ୍ କ୍ରିକେଟ୍‌ର କଠିନତା ଏବଂ ଲମ୍ବା ସ୍ପେଲ୍ ବୋଲିଂ କରିବାକୁ ସକ୍ଷମ କି ନୁହେଁ, ସେଥିରେ ଅନିଶ୍ଚିତ ଅଛନ୍ତି।

ତେବେ ଶାମି (୩୫ ବର୍ଷ) ବିଶ୍ୱକପ୍ ୨୦୨୩ ପରେ ଆହତରୁ ଫେରି ନିୟମିତ ଭାବେ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ସେ ନିକଟରେ ବେଙ୍ଗଲ ପାଇଁ ଖେଳିଥିବା ୩ଟି ରଣଜୀ ଟ୍ରଫି ମ୍ୟାଚ୍‌ରେ ୯୩ ଓଭର ବୋଲିଂ କରି ୧୫ରୁ ଅଧିକ ୱିକେଟ୍ ନେଇଥିଲେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ସାମିଲ କରି ନାହାଁନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶାମି ତାଙ୍କ ଫିଟ୍‌ନେସ୍ ବିଷୟରେ ଦେଇଥିବା କିଛି ବୟାନ ମଧ୍ୟ ହୁଏତ ତାଙ୍କ ଚୟନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଇପାରେ।

ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଭାରତ ଅତି କମରେ ଛଅ ମାସ ପାଇଁ କୌଣସି ଟେଷ୍ଟ୍ ମ୍ୟାଚ୍ ଖେଳିବ ନାହିଁ। ତେଣୁ ଏହି ବାଦ୍ ପଡ଼ିବା ପରେ ତାଙ୍କର ଟେଷ୍ଟ୍ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଥିବା ଚର୍ଚ୍ଚା ହେଉଛି।

ବର୍ତ୍ତମାନର ଜସପ୍ରିତ୍ ବୁମରା, ମହମ୍ମଦ ସିରାଜ, ଆକାଶ ଦୀପ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ସ୍ବର୍ଣ୍ଣ ପଦକ ହାତଛଡ଼ା ହେବାର ବଡ଼ କାରଣ କହିଲେ ଏହି ଆଥଲେଟ୍‌

ନୂଆଦିଲ୍ଲୀ,୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକଧାରୀ ସେଲଭା ପ୍ରଭୁଙ୍କ ମତରେ ଫୁଡ୍‌ ପଏଜନିଂ କାରଣରୁ ସେ ଗ୍ଲାସଗୋରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଛନ୍ତି। ସେଲଭା ପୁରୁଷ ଟ୍ରିପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri