Posted inଖେଳ

ପାକିସ୍ତାନୀଙ୍କ ଉପରେ ବର୍ଷିଲେ ଶାମି: କହିଲେ ‘ସେମାନେ କେବଳ ଚୁଗୁଲି କରିବାକୁ ଭଲ ପାଆନ୍ତି, ହେଲେ ମୁଁ…’

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଗତ ୨ ମାସ ସ୍ମରଣୀୟ ଥିଲା। ବିଶ୍ୱକପ୍‌ ୨୦୨୩ର ପ୍ରାରମ୍ଭିକ ୪ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ସତ୍ତ୍ୱେ ଶାମି ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ଦଳକୁ ଫାଇନାଲରେ ପ୍ରବେଶ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗୋଟିଏ ପଟେ ଶାମିଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସକ ଖୁସିବ୍ୟକ୍ତ କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ଘୃଣା ମନ୍ତବ୍ୟ ଦିଆଯାଉଛି। ଏମିତି ଏକ ମିଥ୍ୟା ଖବରକୁ ନେଇ ଏବେ ଶାମି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନବାସୀଙ୍କୁ କେବଳ ଚୁଗୁଲି କରି ଆସେ ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶାମି ୫ ଉଇକେଟ ହାସଲ କରିଥିଲେ। ୫ମ ଉଇକେଟ ନେବା ପରେ ଶାମି ମଇଦାନରେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଁଇ ବସିଥିଲେ। ତାଙ୍କ ଉଭୟ ହାତ ଭୂଇଁରେ ଲାଗିଥିଲା। ଏହାପରେ ହଠାତ ସେ ଉଠି ଯାଇଥିଲା। ଏହି ଫଟୋକୁ ପାକିସ୍ତାନୀ ଗଣମାଧ୍ୟମ ସହ ପ୍ରଶଂସକ ଭାଇରାଲ କରି କହିଥିଲେ ଯେ ଶାମି ପ୍ରାର୍ଥନା କରିବାକୁ ଚାହୁଁଥିଲେ ହେଲେ ଭାରତରେ ଥିବାରୁ ସେଭଳି କରିପାରି ନ ଥିଲେ।

ଦୀର୍ଘ ଏକ ମାସ ଧରି ଏହି ମାମଲାରେ ଚୁପ୍‌ ରହିଥିଲେ ଶାମି। ହେଲେ ଏବେ ଏକ ସାକ୍ଷାତକାରରେ ସେ ଜବାବ ରଖି କହିଛନ୍ତି, ଯଦି ତାଙ୍କୁ ପ୍ରାର୍ଥନା (ସଜ୍‌ଦା) କରିବାର ହୋଇଥାନ୍ତା ସେ ନିଶ୍ଚେ କରିଥାନ୍ତେ। କେହି ବି ତାଙ୍କୁ ଅଟକାଇ ନ ଥାନ୍ତେ। ସେ ମୁସଲମାନ ସହ ଭାରତୀୟ ହୋଇଥିବାରୁ ଗର୍ବ କରନ୍ତି। ସେ ଯେତେବେଳେ ଯେଉଁଠି ବି ହେଉ ନା କାହିଁକି, ଭାରତର କୌଣସି ମଞ୍ଚରେ ପ୍ରାର୍ଥନା କରିପାରିବେ। ତାଙ୍କୁ କେହି ରୋକି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ଯଦି ପ୍ରାର୍ଥନା କରିବା ଲାଗି କାହାଠାରୁ ଅନୁମତି ନେବାକୁ ପଡ଼ିଥାନ୍ତା ତେବେ ସେ ଭାରତରେ ରହି ନ ଥାନ୍ତେ। ପାକିସ୍ତାନୀମାନଙ୍କର ଚିନ୍ତା କେବଳ ବିଭ୍ରାନ୍ତ କରିବାର ଥାଏ। ସେମାନେ ଚୁଗୁଲି କରିବାକୁ ଭଲ ପାଆନ୍ତି। ପୂର୍ବରୁ ସେ ଅନେକ ଥର ୫ ଉଇକେଟ ନେଇଛନ୍ତି, କେହି ବି ତାଙ୍କୁ ପ୍ରାର୍ଥନା କରିବାର ଦେଖିଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କେବଳ ଥକି ଯାଇଥିବାରୁ ସେ ଆଣ୍ଠୁମାଡ଼ି ବସି ଯାଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚି ପଳାଇଲେ ଟ୍ରମ୍ପ, ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

ବିଶ୍ବ ପାଇଁ ବଡ଼ ବିପଦ! ଏଆଇକୁ ଅସ୍ତ୍ର କରୁଛି ଉତ୍ତର କୋରିଆ, ସାଇବର ଆକ୍ରମଣ ନେଇ ଆଲର୍ଟ!

ନୂଆଦିଲ୍ଲୀ,୧୧।୮:ବିଶ୍ୱ ସାଇବର ସୁରକ୍ଷା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଉତ୍ତର କୋରିଆର ସରକାରୀ ସହାୟତା ପ୍ରାପ୍ତ ହ୍ୟାକରମାନେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା…

ନୂଆ ଖଣି ଆଇନ: ରାଜ୍ୟ କ୍ଷମତା ଦୁର୍ବଳ

ନୂଆଦିଲ୍ଲୀ,୧୧।୮(ପି.ଟି.): ଖଣି ଓ ଖଣିଜ ନିୟମରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଗତ କରିଛନ୍ତି, ଯାହାଦ୍ୱାରା ରାଜ୍ୟ ସରକାରମାନେ ଖଣିଜ…

ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଚାଲିଛି ହୋଟେଲ, ପୁରୀରେ….

ଭୁବନେଶ୍ୱର,୧୧।୮(ରବିନାରାୟଣ ଜେନା): ପୁରୀ ହେଉଛି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏହାବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri